Advertisment

କୋର୍ଟରେ ହେମନ୍ତ ସୋରେନ, ମେଣ୍ଟରେ ଥିବା ବିଧାୟକ ହାଇଦ୍ରାବାଦ ଯିବେ

ଗୋଟିଏ ପଟେ ହେମନ୍ତ ସୋରେନ ଗିରଫ ହୋଇଥିବା ବେଳେ ଅନ୍ୟପଟେ ଜେଏମଏମର ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

Hemant Soren

Hemant Soren

Advertisment

ବୁଧବାର ଗିରଫ ହୋଇଥିବା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଜି ଇଡି ରାଞ୍ଚି ସ୍ଥିତ ସ୍ୱତନ୍ତ୍ର କୋର୍ଟରେ ହାଜର କରିଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ କୋର୍ଟରେ ହାଜର ହୋଇଥିବା ହେମନ୍ତ ଗାଡ଼ିରୁ ବାହାରିବା ମାତ୍ରେ ସ୍ମିତ ହାସ୍ୟ ଦେବା ସହ ହାତ ହଲାଇ ନିଜ ସମର୍ଥକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ତାଙ୍କୁ ଇଡି କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ଆବେଦନ କରିଛି।

Advertisment

ଗୋଟିଏ ପଟେ ହେମନ୍ତ ସୋରେନ ଗିରଫ ହୋଇଥିବା ବେଳେ ଅନ୍ୟପଟେ ଜେଏମଏମର ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆଜି ଅପରାହ୍ନ ୫.୩୦ରେ ସମ୍ଭବତଃ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। କାରଣ ଝାଣ୍ଡଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନ ତାଙ୍କୁ ୫.୩୦ରେ ରାଜଭନକୁ ଡାକିଛନ୍ତି। ବୁଧବାର ଚମ୍ପାଇ ସୋରେନ ସରକାର ଗଠନ ପାଇଁ ଆବଶ୍ୟକ ବିଧାୟକ ତାଙ୍କ ସହ ଥିବା ରାଜ୍ୟପାଳଙ୍କୁ ଜଣାଇଥିଲେ।

ତଥାପି ସରକାର ଗଠନକୁ ନେଇ ସସପେନ୍ସ ଲାଗି ରହିଥିବାରୁ ଜେଏମମ କୌଣସି ପ୍ରକାରର ରିକ୍ସ ନେବାକୁ ଚାହୁଁନାହିଁ। ତେଣୁ ମେଣ୍ଟ ସରକାରରେ ଥିବା ସମସ୍ତ ବିଧାୟକଙ୍କୁ ହାଇଦ୍ରାବାଦ ପଠାଇବାକୁ ଯୋଜନା ଆରମ୍ଭ ହୋଇଛି। ଯଦି ଆଜି ରାଜ୍ୟପାଳ ଅପରାହ୍ନରେ ସରକାର ଗଠନ ପାଇଁ ଅନୁମତି ଦିଅନ୍ତି, ତା’ହେଲେ ସମସ୍ତ ବିଧାୟକ ଝାରଖଣ୍ଡରେ ରହିବେ। ନଚେତ ଘୋଡ଼ା ବେପାରକୁ ବନ୍ଦ କରିବା ପାଇଁ ସମସ୍ତଙ୍କୁ ହାଇଦ୍ରାବାଦ ପଠାଇ ଦିଆଯିବ ବୋଲି ଜଣାପଡ଼ିଛି।

Advertisment

କୁହାଯାଉଛି ଯେ ଚମ୍ପାଇ ସୋରେନଙ୍କ ସହ ମୋଟ ୪୩ ଜଣ ବିଧାୟକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତ ବିଧାୟକଙ୍କୁ ହାଇଦ୍ରାବାଦ ପଠାଇ ଦିଆଯିବ। ୫ ଜଣ ବିଧାୟକ ରାଞ୍ଚିରେ ରହି ସରକାର ଗଠନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ। 

Jharkhand Hemant Soren JMM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe