Advertisment

ଝାଡ଼ଖଣ୍ଡରେ ନୂଆ ସରକାର, ଶପଥ ନେଲେ ହେମନ୍ତ ସୋରେନ

ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ହେମନ୍ତ ସୋରେନ। ଶକ୍ତି ପ୍ରଦର୍ଶନ କଲା ଇଣ୍ଡିଆ ମେଣ୍ଟ।

Hemant Soren takes oath

Hemant Soren takes oath

Advertisment

ନିର୍ବାଚନ ଫଳାଫଳ ଆସିବାର ପାଞ୍ଚ ଦିନ ପରେ ଆଜି ଝାଡ଼ଖଣ୍ଡକୁ ମିଳିଛି ନୂଆ ସରକାର। ରାଜ୍ୟପାଳ ସାନ୍ତୋଷ ଗଂଗୱାର ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଞ୍ଚିର ମୋରହାବାଦୀ ଗ୍ରାଉଣ୍ଡରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ହେମନ୍ତ ସୋରେନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ନିଜ ଚତୁର୍ଥ ଇନିଂସ୍ ଆରମ୍ଭ କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀଙ୍କ ସମେତ ୬ରୁ ୮ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଆଜି ଶପଥ ନେବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ତାହା ହୋଇ ନଥିଲା। କୌଣସି ମନ୍ତ୍ରୀ ଆଜି ହେମନ୍ତଙ୍କ ସହିତ ଶପଥ ନେଇ ନାହାନ୍ତି। ହେମନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ତାଙ୍କ ପିତା ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମୁଖ୍ୟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍ ମଧ୍ୟ ଉପସ୍ଥିତ ଥିଲେ। ହେମନ୍ତ ସରକାର ଗଠନ ଅବସରରେ ଇଣ୍ଡିଆ ମେଣ୍ଟର ନେତାମାନେ ପହଞ୍ଚି ଶକ୍ତି ପ୍ରଦର୍ଶନ କରିଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ବିହାର ବିଧାନସଭାରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରମୁଖ ଶପଥ ଗ୍ରହଣ ଉତ୍ସବରେ ପହଞ୍ଚିଥିଲେ।

ଉଲ୍ଲେଖଯୋଗ୍ୟ, ଝାଡ଼ଖଣ୍ଡ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ମ୍ୟାଜିକ୍ ସଂଖ୍ୟା ହେଉଛି ୪୧। ନିର୍ବାଚନରେ ଜେଏମ୍ଏମ୍, କଂଗ୍ରେସ, ଆରଜେଡି ଏବଂ ବାମଦଳ ମେଣ୍ଟ ୮୧ ଆସନରୁ ୫୬ ଆସନ ଜିତିଥିଲା। ୨୩ ନଭେମ୍ବରରେ ନିର୍ବାଚନ ଫଳାଫଳ ଆସିବାର ପରଦିନ ହେମନ୍ତ ସୋରେନ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ।

Advertisment
Akhilesh Yadav Mamata Banerjee Tejashwi Yadav Rahul Gandhi Hemant Soren Mallikarjun Kharge INDIA Alliance Jharkhand Election Result Hemant Soren Takes Oath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe