Advertisment

ହେମନ୍ତ ସୋରେନ ପୁଣି ହେବେ ମୁଖ୍ୟମନ୍ତ୍ରୀ!

ଜୁନ୍ ୨୮ରେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ମିଳିଥିଲା।

author-image
Debibandita Barick
Hemant Soren

Hemant Soren

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ହେମନ୍ତ ସୋରେନ। ଜାମିନରେ ଆସିବା ପରେ ସୋରେନ ପୁଣି ଥରେ ରାଜ୍ୟର ମୁଖିଆ ଦାୟିତ୍ୱ ସମ୍ଭାଳିବା ନେଇ ଚର୍ଚ୍ଚା ହେଉଛି। ଜମି ଦୁର୍ନୀତି ମାମଲାରେ ଅର୍ଥ ହେରଫେର୍ ଅଭିଯୋଗରେ ଗିରଫ ହୋଇଥିଲେ ସୋରେନ।

Advertisment

ଜାନୁଆରୀ ୩୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା। ପାଞ୍ଚ ମାସ ଧରି ଜେଲରେ ରହିବା ପରେ ହାଇକୋର୍ଟରୁ ତାଙ୍କୁ ବେଲ୍ ମିଳିଛି। ଜୁନ୍ ୨୮ରେ ହାଇକୋର୍ଟ ବେଲ୍ ଦେବା ପରେ ଜାମିନରେ ମୁକୁଳିଛନ୍ତି ସୋରେନ୍।

ଜାମିନରେ ଆସିବା ପରେ ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି। ଆଜି ଇଣ୍ଡିଆ ମେଣ୍ଟର ବିଧାୟକମାନଙ୍କୁ ନେଇ ରାଞ୍ଚିରେ ଜରୁରୀ ବୈଠକ ବସିଥିଲା, ଯେଉଁଥିରେ ପୂର୍ବତମ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଯୋଗଥିଲେ। ଏହି ବୈଠକ ପରେ ସୋରେନ ଆଉ ଥରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି। 

Advertisment

ପ୍ରକାଶ ଥାଉକି, ବର୍ତ୍ତମାନ ଚମ୍ପାଇ ସୋରେନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଅଛନ୍ତି। ହେମନ୍ତ ସୋରେନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଏଥିପାଇଁ ଚର୍ଚ୍ଚା ହେଉଛି କି, ଚମ୍ପାଇ ସୋରେନଙ୍କ ଏକାଧିକ ସରକାରୀ କାର୍ଯ୍ୟକ୍ରମ ବାତିଲ୍ କରାଯାଇଛି। 

୧,୫୦୦ ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କାର୍ଯ୍ୟକ୍ରମ ସହ ମଙ୍ଗଳବାର ଓ ବୁଧବାର ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ବିଭିନ୍ନ ସିଏମ୍ ପ୍ରୋଗ୍ରାମ୍ ମଧ୍ୟ ବାତିଲ୍ ହୋଇଛି, ଯାହା ଫଳରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳିବା ଚର୍ଚ୍ଚା ଜୋର୍ ଧରିଛି। 

Hemant Soren Jharkhand CM