Advertisment

ଇସ୍ତଫା ଦେଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ

ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ଦେଲେ ହେମନ୍ତ ସୋରେନ।

ଅଦ୍ୟତନ ହୋଇଛି
Governor Santosh Gangwar & Hemant Soren

Governor Santosh Gangwar & Hemant Soren

Advertisment

ନଭେମ୍ବର ୨୮ରେ ଶପଥ ନେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତରେ ବିଜୟୀ ହେବା ପରେ ସେ ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

Advertisment

ସେ ଆଜି ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ପତ୍ର ଦେବା ସହ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। 

ଗଙ୍ଗୱାରଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୋରେନ କହିଛନ୍ତି, "ସରକାର ଗଠନ ପାଇଁ ଦାବି କରିଛି ଏବଂ ରାଜ୍ୟପାଳଙ୍କୁ ସହଯୋଗୀ ଦଳର ସମର୍ଥନ ପତ୍ର ଦେଇଛି। ସେ ଆମକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ନଭେମ୍ବର ୨୮ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।"

Advertisment

ବିଧାନସଭା ନିର୍ବାଚନରେ ସୋରେନଙ୍କ ଜେଏମଏମ ନେତୃତ୍ୱାଧୀନ ମିଳିତ ମଞ୍ଚ ୫୬ଟି ଆସନରେ ବିଜୟୀ ହୋଇ ପୂର୍ଣ୍ଣ ବହୁମତ ପାଇଛି। ମୋଟ ୮୧ଟି ଆସନରୁ ଦଳକୁ ମିଳିଛି ୫୬ଟି ସିଟ୍। ବିଜେପରି ସମସ୍ତ ଷ୍ଟ୍ରାଟେଜିକୁ ବିଫଳ କରି ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ହେମନ୍ତ ସୋରେନ। 

Hemant Soren Jharkhand Elections Jharkhand Elections Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe