Advertisment

'ଆବଶ୍ୟକ ପଡ଼ିଲେ କଳ୍ପନା ସୋରେନ୍‌ ହେବେ ମୁଖ୍ୟମନ୍ତ୍ରୀ'

ଗତ କିଛି ଦିନ ତଳେ ଇଡି ତଦନ୍ତ ଜାରି ରହିଥିବାରୁ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ମୁଖ୍ୟମନ୍ତ୍ରୀ ଚେହେରା ବଦଳାଇ ପାରେ ବୋଲି ଚର୍ଚ୍ଚା ହେଉଥିଲା।

Hemant Soren and Kalpana Soren

Hemant Soren and Kalpana Soren

Advertisment

ଇଡି ଜାଲରେ ଛନ୍ଦି ହୋଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ସେ ଇସ୍ତଫା ଦେଇପାରନ୍ତି ବୋଲି ଆକଳନ କରାଯାଉଛି। ଏହାରି ଭିତରେ ତାଙ୍କ ପତ୍ନୀ କଳ୍ପନା ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଲାଗି ରହିଥିବା ଚର୍ଚ୍ଚା ଉପରେ ବିରାମ ଲାଗିଥିଲେ ସୁଦ୍ଧା ପୂରାପୁରି ଥମିନି। ଏହାକୁ ନେଇ ଝଡ଼ଖଣ୍ଡ ରାଜନୀତି ସରଗରମ ରହିଛି। ଏହାରି ଭିତରେ ହେମନ୍ତ ସୋରେନ୍‌ଙ୍କ ଭଉଣୀ ଯେଉଁ ବୟାନ ଦେଇଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେଇଛି।

Advertisment

ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜଳି ସୋରେନ କହିଛନ୍ତି, 'ଯଦି ଆବଶ୍ୟକ ପଡେ ତେବେ କଳ୍ପନା ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ମୁଖ୍ୟମନ୍ତ୍ରୀ ହେବା ପାଇଁ ଦଳର ଅନ୍ୟ ସଦସ୍ୟମାନେ ମଧ୍ୟ ଅଛନ୍ତି। କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ। ମୁଁ ସ୍ପଷ୍ଟ ଭାବେ କହିପାରୁନି, କିନ୍ତୁ ଯଦି ଆବଶ୍ୟକ ପଡେ ତେବେ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ।'

ଗତ କିଛି ଦିନ ତଳେ ଇଡି ତଦନ୍ତ ଜାରି ରହିଥିବାରୁ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ମୁଖ୍ୟମନ୍ତ୍ରୀ ଚେହେରା ବଦଳାଇ ପାରେ ବୋଲି କୁହାଯାଉଥିଲା। ମୁଖ୍ୟମନ୍ତ୍ରୀ ପାଇଁ ହେମନ୍ତ ସୋରେନ୍‌ଙ୍କ ପତ୍ନୀ କଳ୍ପନା ସୋରେନ୍‌ଙ୍କ ନାଁ ଆଗକୁ ଆସିଥିଲା। ତେବେ ବୁଧବାର ହେମନ୍ତ ସୋରେନଙ୍କ ବାସଭବନରେ ହୋଇଥିବା ବୈଠକ ପରେ ସେ ଇସ୍ତଫା ଦେବା ଖବରକୁ ଖଣ୍ଡନ କରିଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତ ସୋରେନଙ୍କୁ ଜେରା ପାଇଁ ବାରମ୍ବାର ନୋଟିସ କରିଛି। ହେଲେ ହେମନ୍ତ ସୋରେନ ଇଡି ନୋଟିସକୁ ଆଗ୍ରାହ୍ୟ କରିଦେଇଛନ୍ତି। ଏହି କ୍ରମରେ ଇଡି ସପ୍ତମ ନୋଟିସ ଜାରି କରି ଆପଣ ନିଜେ କୁହନ୍ତୁ କେବେ ଓ କେଉଁଠି ଦେଖାହେବ ବୋଲି ହେମନ୍ତ ସୋରେନଙ୍କୁ ପଚାରିଛି। ଏହି କାରଣରୁ ଅନୁମାନ କରାଯାଉଛି କି, ଇଡି ଏହି ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରପାରେ। ଏଥିପାଇଁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି।

Jharkhand Hemant Soren Kalpana Soren
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe