Advertisment

ଜମ୍ମୁ କଶ୍ମୀରରେ ନସ୍ରଲ୍ଲା ସମର୍ଥନରେ ରାଲି, ପିଡିପି ଉପରେ ବର୍ଷିଲା ବିଜେପି

ହେଜବୁଲାର ମୁଖ୍ୟ ହାସନ ନସ୍ରଲ୍ଲାର ମୃତ୍ୟୁକୁ ବିରୋଧ କରି ଆଜି ଜମ୍ମୁ କଶ୍ମୀରରେ କିଛି ଲୋକ ପ୍ରତିବାଦ କରିଛନ୍ତି।

ଅଦ୍ୟତନ ହୋଇଛି
Protest

Protest

Advertisment

ଜମ୍ମୁ କଶ୍ମୀରରେ ପଡ଼ିଛି ମଧ୍ୟପ୍ରାଚ୍ୟ ହିଂସାର ପ୍ରଭାବ। ଲେବାନରର ସମର୍ଥିତ ସଂଗଠନ ହେଜବୁଲାର ମୁଖ୍ୟ ହାସନ ନସ୍ରଲ୍ଲାର ମୃତ୍ୟୁକୁ ବିରୋଧ କରି ଆଜି ଜମ୍ମୁ କଶ୍ମୀରରେ କିଛି ଲୋକ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି।

Advertisment

ଜମ୍ମୁ କଶ୍ମୀର ବୁଡଗାମରେ ଏହି ପ୍ରତିବାଦ ସଭା କରାଯାଇଛି। ଶହ ଶହ ଲୋକେ ଏଥିରେ ସାମିଲ ହୋଇ ହେଜବୁଲାର ମୁଖ୍ୟ ଦିବଂଗତ ନସ୍ରଲ୍ଲାର ସମର୍ଥନରେ ସ୍ଲୋଗାନ ଦେଇଛନ୍ତି। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଚାଲି ଥିବାବେଳେ ଏହି ରାଲିକୁ ନେଇ ରାଜନୈତିକ ଆରୋପ-ପ୍ରତ୍ୟୋରୋପ ଆରମ୍ଭ ହୋଇଯାଇଛି।

ବିଜେପି ନେତା ତଥା ପୂର୍ବତନ ଜମ୍ମୁ କଶ୍ମୀରର ଉପମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା ପିଡିପି ମୁଖ୍ୟ ମେହବୁବା ମୁଫତି ରାଲି ବାତିଲ୍ କରିବାକୁ ନେଇ ବର୍ଷିଛନ୍ତି।ନସ୍ରଲ୍ଲାର ମୃତ୍ୟୁକୁ ନେଇ ପ୍ରତିବାଦ ଚାଲିଥିବାରୁ ମେହବୁବା ରାଲି ବାତିଲ୍ କରିଦେଇଥିବା ସେ ଅଭିଯୋଗ କରିଛନ୍ତି। 

Advertisment

କେବଳ ଏତିକି ନୁହେଁ, ବାଂଲାଦେଶ ହିଂସା ପ୍ରସଙ୍କ ଉଠାଇ କଟାକ୍ଷ କରିଛନ୍ତି କବିନ୍ଦର ଗୁପ୍ତା। ସେ କହିଛନ୍ତି, "ଯେତେବେଳେ ବାଂଲାଦେଶରେ ହିନ୍ଦୁମାନଙ୍କୁ ଆକ୍ରମଣ କରାଯାଉଥିଲା ସେତେବେଳେ ମେହବୁବା ମୁଫତିଙ୍କ ପାଟି ଚୁପ୍ ହୋଇ ଯାଇଥିଲା। ଏବେ ନସ୍ରଲ୍ଲାର ମୃତ୍ୟୁରେ ସମବେଦନା ଦେଖାଉଛନ୍ତି। ଏସବୁ କୁମ୍ଭୀର କାନ୍ଦଣା, ଲୋକେ ଠିକ୍ ଏହା ପଛର ଉଦ୍ଦେଶ୍ୟ ବୁଝନ୍ତି।"

ପ୍ରକାଶ ଥାଉକି, ଆଜି ମେହବୁବା ମୁଫତି ଜମ୍ମୁ କଶ୍ମୀରରେ ନିର୍ବାଚନୀ ପ୍ରାଚାର କରିବାର ଥିଲା। କିନ୍ତୁ ସେ ଏହାକୁ ବାତିଲ କରାଯାଇଥିବା ନେଇ ସୋଶାଲ ମିଡିଆ ପୋଷ୍ଟରେ ସୂଚନା ଦେଇଥିଲେ। ତାଙ୍କ ଦଳ ପାଲେଷ୍ଟାଇନ ଏବଂ ଲେବାନନ ସପକ୍ଷରେ ଥିବା କହିଥିଲେ।

ଅକ୍ଟୋବର 1ରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍ ପଡ଼ିବ। ସେପ୍ଚେମ୍ବର 17 ଏବଂ 25ରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ହୋଇସାରିଛି। 

Bjp Jammu And Kashmir Kavinder Gupta Jammu And Kashmir Assembly Elections Mehbooba Mufti Hezbollah Chief Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe