Advertisment

ନିର୍ବାଚନୀ ବଣ୍ଡ: ସମୟ ମାଗିଲା ଏସ୍‌ବିଆଇ, ତଥ୍ୟ ଲୁଚାଇବା କଥା ଉଠାଇଲା କଂଗ୍ରେସ

ଏସବିଆଇର ଆବେଦନ ପରେ କ୍ଷମତାସୀନ ବିଜେପିକୁ ସିଧାସଳଖ ଟାର୍ଗେଟ କରି କଂଗ୍ରେସ। ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ଲୁଚାଇବା ପାଇଁ ବିଜେପି ଏସ୍‌ବିଆଇକୁ ଢାଳ କରିଛି ବୋଲି କଂଗ୍ରେସ କହିଛି।

supriya shrinate

supriya shrinate

Advertisment

ନିର୍ବାଚନୀ ବଣ୍ଡ ଜରିଆରେ ରାଜନୀତିକ ଦଳଗୁଡ଼ିକ ପାଇଥିବା ଚାନ୍ଦା ସମ୍ପର୍କରେ ତଥ୍ୟ ଦେବାକୁ ଏସ୍‌ବିଆଇ ଅଧିକ ସମୟ ମାଗିଛି। ଜୁନ ୩୦ ଯାଏ ସମୟ ଦେବାକୁ ଦିନକ ତଳେ ଏସ୍‌ବିଆଇ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛି।

Advertisment

ଏସବିଆଇର ଏପରି ଆବେଦନ ପରେ କ୍ଷମତାସୀନ ବିଜେପିକୁ ସିଧାସଳଖ ଟାର୍ଗେଟ କରି କଂଗ୍ରେସ। ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ଲୁଚାଇବା ପାଇଁ ବିଜେପି ଏସ୍‌ବିଆଇକୁ ଢାଳ କରିଛି ବୋଲି କଂଗ୍ରେସ କହିଛି।

ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିବା ସହ ମାର୍ଚ୍ଚ ୬ ସୁଦ୍ଧା ବିସ୍ତୃତ ତଥ୍ୟ ଦେବାକୁ ସର୍ବୋଚ୍ଚ ଅଦାଲତ ଏସବିଆଇକୁ କହିଥିଲେ। କିନ୍ତୁ ଏସବିଆଇ ଜୁନ ୩୦ ଯାଏ ସମୟ ମାଗିଛି। ଆଗକୁ ଲୋକସଭା ନିର୍ବାଚନ ଥିବାରୁ ବିଜେପି ତଥ୍ୟ ଲୁଚାଇବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

Advertisment

କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ କହିଛନ୍ତି, “ଏହା ଆଦୌ ନୂଆ କଥା ନୁହେଁ, କିନ୍ତୁ ଏହା ସ୍ତବ୍ଧ କରିବା ଭଳି ଘଟଣା। ଏସବିଆଇ ସୁପ୍ରିମକୋର୍ଟରେ ପହଞ୍ଚିବା ସହ ତଥ୍ୟ ଦେବାକୁ ଜୁନ ୩୦ ଯାଏ ସମୟ ମାଗିଛି।

ଏସବିଆଇ କେବଳ ଭାରତର ବଡ଼ ଋଣ ପ୍ରଦାନକାରୀ ସଂସ୍ଥା ନୁହେଁ, ବରଂ ଗୋଟିଏ ପୂର୍ଣ୍ଣ କମ୍ପ୍ୟୁଟରାଇଜିଡ୍‌ ବ୍ୟାଙ୍କ। ବ୍ୟାଙ୍କ ୪୮ କୋଟି ଆକାଉଣ୍ଟକୁ ପରିଚାଳନା କରୁଛି। ସଂସ୍ଥାର ୬୬ ହଜାର ଏଟିଏମ ଓ ୨୩ ହଜାର ବ୍ରାଞ୍ଚ ରହିଛି।

ଦେଶ ଓ ବିଦେଶରେ ବ୍ୟାଙ୍କର ବ୍ରାଞ୍ଚ ଖୋଲିଛି। ଏପରି ସ୍ଥିତିରେ ୨୨,୨୧୭ ନିର୍ବାଚନୀ ବଣ୍ଡର ତଥ୍ୟ ଦେବାକୁ ଏସ୍‌ବିଆଇକୁ ୫ ମାସ ସମୟ ଲାଗିବ? ଗୋଟିଏ କ୍ଲିକରେ ଏସ୍‌ବିଆଇକୁ ସବୁ ତଥ୍ୟ ମିଳିଯିବ।

କାହିଁକି ନାଁ ସାମ୍ନାକୁ ଆସିବା ଘଟଣାକୁ ଏତେ ଡରୁଛି ବିଜେପି? ୨୦୧୭ରୁ ୨୦୨୩ ମଧ୍ୟରେ ରାଜନୀତିକ ଦଳଗୁଡ଼ିକ ୧୨ ହଜାର କୋଟି ଟଙ୍କାର ଚାନ୍ଦା ପାଇଛନ୍ତି। ଏହାର ଦୁଇ ତୃତୀୟାଂଶ ବା ପ୍ରାୟ ୬,୫୦୦ କୋଟି ଟଙ୍କା ବିଜେପି ପାଖକୁ ଯାଇଛି। କଂଗ୍ରେସର ଭାଗ କେବଳ ୯% ରହିଛି।

କ’ଣ ଗଣତନ୍ତ୍ରରେ କେଉଁ ଦଳ କେତେ ଟଙ୍କା କାହା ଠାରୁ ଓ କେଉଁ ସମୟରେ ପାଇଛନ୍ତି ସେକଥା ଜାଣିବାର ଅଧିକାର ଲୋକଙ୍କର ନାହିଁ? କ’ଣ ଦୁଇ ପକ୍ଷ ମଧ୍ୟରେ କିଛି ବୁଝାମଣା ହୋଇଛି?

୨୦ରୁ ୨୫ ଦିନ ପରେ ଏସ୍‌ବିଆଇର ନିଦ ଭାଙ୍ଗିଛି ଓ ଅଧିକ ସମୟ ଆବଶ୍ୟକ ବୋଲି ଅନୁଭବ କରିଛି। ଏସ୍‌ବିଆଇ ଓ ଭାରତ ସରକାର ଚାନ୍ଦା ଦେଇଥିବା ଲୋକଙ୍କ ନାଁ ଯେମିତି ସାମ୍ନାକୁ ନ ଆସୁ, ସେ ଉଦ୍ୟମ କରୁଛନ୍ତି।”

Electoral Bonds Scheme Electoral Bonds Case Electoral Bond Electoral Bonds Ban Electoral Bonds Supriya Shrinate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe