Advertisment

ପ୍ରତାପ ଜେନାଙ୍କ ଆବେଦନର ଶୁଣାଣିରୁ ଓହରିଲେ ବିଚାରପତି

ମାହାଙ୍ଗା ଡବଲ ମର୍ଡର କେଶ୍‌ରେ ପ୍ରତାପ ଜେନାଙ୍କ ବିରୋଧରେ ମାମଲା ଚଳାଇବାକୁ ସାଲେପୁର ଜେଏମ୍‌ଏଫ୍‌ସି ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପ୍ରତାପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Pratap Jena

Pratap Jena

Advertisment

ମାହାଙ୍ଗା ଡବଲ ମର୍ଡର କେଶରେ ହାଇକୋର୍ଟରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣିରୁ ଓହରି ଯାଇଛନ୍ତି ବିଚାରପତି ଜଷ୍ଟିସ ବିପି ରାଉତରାୟ। ଏବେ ଏହି ମାମଲା ଅନ୍ୟ ଏକ ଖଣ୍ଡପୀଠରେ ଶୁଣାଣି କରାଯିବ ବୋଲି ଜଷ୍ଟିସ ରାଉତରାୟ କହିଛନ୍ତି। ତେବେ କେଉଁ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରିବେ, ସେନେଇ ମୁଖ୍ୟ ବିଚାରପତି ନିଷ୍ପତ୍ତି ନେବେ ବୋଲି ଜଷ୍ଟିସ ରାଉତରାୟ ସ୍ପଷ୍ଟ କରିଛନ୍ତି। କେଉଁ କାରଣରୁ ଜଷ୍ଟିସ ରାଉତରାୟ ଏହି ନିଷ୍ପତ୍ତି ନେଲେ, ତାହା ସ୍ପଷ୍ଟ ହୋଇନାହିଁ।

Advertisment

ମାହାଙ୍ଗା ଡବଲ ମର୍ଡର କେଶ୍‌ରେ ପ୍ରତାପ ଜେନାଙ୍କ ବିରୋଧରେ ମାମଲା ଚଳାଇବାକୁ ସାଲେପୁର ଜେଏମ୍‌ଏଫ୍‌ସି ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପ୍ରତାପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣି କରି ପ୍ରତାପଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଜଷ୍ଟିସ ରାଉତରାୟ ଗତ ନଭେମ୍ବର ୨ ତାରିଖରେ ଅଙ୍କୁଶ ଜାରି କରିଥିଲେ। ତେବେ ସେହି ଅନ୍ତରୀଣ ନିର୍ଦ୍ଦେଶ ପରବର୍ତ୍ତୀ ତାରିଖ ଯାଏ ବଳବତ୍ତର ରହିବ ବୋଲି ଜଷ୍ଟିସ ରାଉତରାୟ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Mahanga Murder Case High Court BjD Pratap Jena
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe