Advertisment

ରାହୁଲ ନିରାଶ; ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି

ମୋଦି ସରନେମ ମାମଲାରେ ତଳ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଗୁଜରାଟ ହାଇକୋର୍ଟ ଯାଇଥିବା ରାହୁଲ ଗାନ୍ଧିଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି।

Rahul Gandhi

Rahul Gandhi

Advertisment

ମୋଦି ସରନେମ ମାମଲାରେ ତଳ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଗୁଜରାଟ ହାଇକୋର୍ଟ ଯାଇଥିବା ରାହୁଲ ଗାନ୍ଧିଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ଓ ତଳ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ଫଳରେ ରାହୁଲ ପାଇଥିବା ୨ ବର୍ଷ ଜେଲଦଣ୍ଡାଦେଶ କାଏମ ରହିଛି। ଆଉ ରାହୁଲଙ୍କ ଲୋକସଭା ସଦସ୍ୟ ପଦ ଫେରି ପାଇବା ଆଶା ମଉଳି ଯାଇଛି। ତେବେ ସେ ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି ଜଣାପଡ଼ିଛି।

Advertisment

ଗୁଜରାଟ ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ହେଁ ରାହୁଲ ଏବେ ଜେଲ୍ ଯିବେ ନାହିଁ। କାରଣ ତଳ କୋର୍ଟ ପୂର୍ବରୁ ତାଙ୍କୁ ଜାମିନ ମିଳି ସାରିଛି। ଯଦି ଆଜି ଗୁଜରାଟ ହାଇକୋର୍ଟ ରାହୁଲଙ୍କ ସପକ୍ଷରେ ରାୟ ଶୁଣାଇଥା’ନ୍ତେ, ତା’ହେଲେ ରଦ୍ଦ ହୋଇଯାଇଥିବା ଲୋକସଭା ସଦସ୍ୟ ପଦ ସେ ପୁଣି ଫେରି ପାଇଥାଆନ୍ତେ।

ଗତ ମେ’ ମାସରେ ଗୁଜରାଟ ହାଇକୋର୍ଟ ରାହୁଲ ପାଇଥିବା ୨ ବର୍ଷ ଜେଲ ଦଣ୍ଡାଦେଶ ଉପରେ ଅନ୍ତରୀଣ ରୋକ ଲଗାଇବାକୁ ମନା କରି ଦେଇଥିଲେ। ଗ୍ରୀଷ୍ମ ଅବକାଶ ପରେ ତାଙ୍କ ଆବେଦନ ଉପରେ ରାୟ ଦେବେ ବୋଲି କୋର୍ଟ କହିଥିଲେ।

Advertisment

୨୦୧୯ ସାଧାରଣ ନିର୍ବାଚନ ପ୍ରଚାର ବେଳେ ରାହୁଲ ଗାନ୍ଧି କୋଲାରରେ ଭାଷଣ ଦେଉଥିଲେ। ଏହି ସମୟରେ ସେ କହିଥିଲେ ଯେ କେମିତି ସମସ୍ତ ଚୋରଙ୍କ ସରନେମ ମୋଦି? ତାଙ୍କର ଏହି ବୟାନକୁ ନେଇ ବିଜେପି ଆଟାକିଂ ମୁଡକୁ ଆସିଥିଲା। ରାହୁଲ ଗାନ୍ଧି ଓବିସିମାନଙ୍କୁ ଅପମାନିତ କରିଥିବା ଦଳ ଅଭିଯୋଗ କରିଥିଲା। ଏଥିସହ ଗୁଜରାଟ ବିଜେପି ନେତା ପୁର୍ଣ୍ଣେଶ ମୋଦି କୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାହୁଲ ଗାନ୍ଧିଙ୍କ ନାଁରେ ଅପରାଧିକ ମାନହାନୀ କେସ୍‌ କରିଥିଲେ।

ଗତ ମାର୍ଚ୍ଚ ୨୫ ତାରିଖରେ ଗୁଜରାଟର ସୁରଟର ଏକ କୋର୍ଟ ଏହି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଏହା ପରେ ତାଙ୍କର ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଯାଇଥିଲା। କାରଣ ନିୟମ ଅନୁଯାୟୀ ଯଦି ଜଣେ ସାଂସଦ ଦୁଇ ବା ତା’ଠାରୁ ଅଧିକ ବର୍ଷ ଜେଲ ଦଣ୍ଡାଦେଶ ପାଆନ୍ତି, ତା’ହେଲେ ତାଙ୍କ ସଦସ୍ୟ ପଦ ରଦ୍ଦ ହୋଇଯିବ।

ସୁରଟର ଏହି ତଳ କୋର୍ଟଙ୍କ ରାୟ ବିରୋଧରେ ରାହୁଲ ସୁରଟ ସେସନ୍ସ କୋର୍ଟକୁ ଯାଇଥିଲେ। ତାଙ୍କୁ ଦିଆଯାଇଥିବା ଜେଲ୍ ଦଣ୍ଡାଦେଶ ଉପରେ ରହିତାଦେଶ ଦେବା ପାଇଁ ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ। କୋର୍ଟ ତାଙ୍କ ଜାମିନ ଆବେଦନ ମଞ୍ଜୁର କରିଥିବା ବେଳେ ଜେଲ ଦଣ୍ଡାଦେଶ ଉପରେ ରହିତାଦେଶ ଦେବାକୁ ମନା କରି ଦେଇଥିଲେ। ଏହା ପରେ ରାହୁଲ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe