Advertisment

ସୁଦାମଙ୍କ ବାଘ ବାଘୁଣୀ ଉପାଖ୍ୟାନକୁ ନେଇ ରାଜନୀତି ଜୋର୍‌

ବିରୋଧୀ କହିଛନ୍ତି ଯେ ସୁଦାମ ତାମିଲ ପୀଞ୍ଜରାର ବାଘ, ଯିଏ କି ଆଦିବାସୀ ଜମି ବିକ୍ରି ପାଇଁ ମସୁଧା କରିଥିଲେ।

BJD

BJD

Advertisment

ମୟୂରଭଞ୍ଜ ରାଜନୀତିରେ ଏବେ ବାଘ-ବାଘୁଣୀ ଉପାଖ୍ୟାନଙ୍କୁ ନେଇ ତୀବ୍ର ହୋଇଛି ବାକଯୁଦ୍ଧ। ଆଶୀର୍ବାଦ ସଭାରେ ମୟୂରଭଞ୍ଜର ବିଜେଡି ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି ନିଜକୁ ବାଘ ଓ ତାଙ୍କ ସ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାନସଭା ପ୍ରାର୍ଥୀ ରଞ୍ଜିତାଙ୍କୁ ବାଘୁଣୀ ବୋଲି କହିଛନ୍ତି। ସୁଦାମ ସଭାରେ ନିଜକୁ ବାଘ ଓ ତାଙ୍କ ସ୍ତ୍ରୀଙ୍କୁ ବାଘୁଣୀ ଭାବେ ଆଖ୍ୟା ଦେବା ପରେ ରାଜନୀତି ତୀବ୍ର ହୋଇଛି।

Advertisment

ଏହାକୁ କଟାକ୍ଷ କରି ବିରୋଧୀ କହିଛନ୍ତି ଯେ ସୁଦାମ ତାମିଲ ପୀଞ୍ଜରାର ବାଘ, ଯିଏ କି ଆଦିବାସୀ ଜମି ବିକ୍ରି ପାଇଁ ମସୁଧା କରିଥିଲେ। ଯଦି ବାଘ ତା’ହେଲେ ରାଜସ୍ୱ ଓ ଶିକ୍ଷା ମନ୍ତ୍ରୀ ଥିବା ବେଳେ ସୁଦାମ ମୟୂରଭଞ୍ଜ ପାଇଁ କ'ଣ ସବୁ କରିଛନ୍ତି କୁହନ୍ତୁ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।

ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକରେ ସାଧାରଣ ନିର୍ବାଚନର ପାଣିପାଗ ଚଳଚଞ୍ଚଳ ହୋଇ ଉଠିଛି। ୧୯୯୦ ମସିହାରେ ଆଜସୁ ଦଳରୁ ସୁଦାମ ମାରାଣ୍ଡିଙ୍କ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ବେଳେ ପ୍ରଥମ ସଭା ଏହି ବାଙ୍ଗିରିପୋଷି ଷ୍ଟେସନ ଶାଳ ଜଙ୍ଗଲରେ କରିଥିଲେ। ଏହି ସଭାକୁ ଆଧାର କରି ନିର୍ବାଚନ ବୈତରଣୀ ବି ପାର ହୋଇଥିଲେ।

Advertisment

ଏବେ ବିଜେଡି ପକ୍ଷରୁ ଶୁକ୍ରବାର ସେହି ଷ୍ଟେସନ ଶାଳ ଜଙ୍ଗଲରେ ଆୟୋଜନ ହୋଇଥିଲା ଆଶୀର୍ବାଦ ସଭା। ଦଳ ପକ୍ଷରୁ ନିର୍ବାଚନ ପାଇଁ ଆୟୋଜିତ ପ୍ରଥମ ବୈଠକରେ ଶତାଧିକ କର୍ମୀ ଉପସ୍ଥିତି ରହିଥିଲେ। ପ୍ରଚଣ୍ତ ଖରାକୁ ଖାତିର ନକରି ଶାଳ ଜଙ୍ଗଲରେ ଘଣ୍ଟା ଘଣ୍ଟା ଧରି ଚାଲିଥିବା ବୈଠକରେ ମହିଳା ଓ ପୁରୁଷମାନେ ବସି ରହିଥିଲେ।

ଏହି ସମୟରେ କର୍ମୀମାନଙ୍କୁ ସମ୍ବୋଧନ କରି ବିଜେଡିର ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି କହିଥିଲେ, “ମୁଁ ସଦାସର୍ବଦା ମୟୂରଭଞ୍ଜ ଜନ ସାଧାରଣଙ୍କ ପାଖରେ ୧୯୯୦ ମସିହାରୁ ରହି ଆସିଛି। ଆଗକୁ ମଧ୍ୟ ଲୋକଙ୍କ ସହ ରହିବି। ମୋତେ ରାଜନୀତିକ ଜୀବନରେ ମୋ ସ୍ତ୍ରୀ ରଞ୍ଜିତା ସବୁ ସମୟରେ ବାଟ ଦେଖାଇଛନ୍ତି। ମୁଁ ବାଘ ହୋଇଥିବା ବେଳେ ମୋ ସ୍ତ୍ରୀ ବାଘୁଣୀ ହୋଇ ଆପଣଙ୍କ ସେବା କରିବ।

ମୟୂରଭଞ୍ଜ ମାଟି ମୋତେ ସେବା କରିବା ପାଇଁ ଆଜକୁ ୩୦ ବର୍ଷ ହେଲା ସହଯୋଗ କରି ଆସିଛି। ଆଗକୁ ମଧ୍ୟ ଆମକୁ ବାଙ୍ଗିରିପୋଷିର ବିଧାୟକ ଓ ମୟୂରଭଞ୍ଜ ସାଂସଦ ଭାବେ ସେବା କରିବା ପାଇଁ ସୁଯୋଗ ଦିଆଯାଉ।”

ସଭାରେ ବାଘ ବାଘୁଣୀ ଉପାଖ୍ୟାନ ମୟୂରଭଞ୍ଜ ରାଜନୀତିକ ବାକଯୁଦ୍ଧ ସୃଷ୍ଟି କରିଛି। ବିରୋଧୀ ସୁଦାମଙ୍କୁ ତାମିଲ୍ ପିଞ୍ଜରାର ବାଘ କହିଛନ୍ତି। ଏହି ତାମିଲ ବାଘ ରାଜ୍ୟକୁ ବିକିବାକୁ ବସିଛି ବୋଲି ବାରପଦା ବିଜେପିର ବିଧାୟକ ପ୍ରାର୍ଥୀ ପ୍ରକାଶ ସୋରେନ କହିଛନ୍ତି।

ରିପୋର୍ଟ: ମାନିକ୍ ଲାଲ୍ ପାଣି, ବାରିପଦା

Odisha Odisha Politics Election Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe