Advertisment

କାଲି ହାଇଭୋଲଟେଜ ପ୍ରଚାର; ମଇଦାନକୁ ଓହ୍ଲାଇବେ ନଡ୍ଡା ଓ ରାହୁଲ

କାଲି ରାହୁଲ ଓ ନଡ୍ଡା ନିଜର କର୍ମୀଙ୍କୁ କ’ଣ ଗୁରୁମନ୍ତ୍ର ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Rahul gandhi and Jp Nadda

Rahul gandhi and Jp Nadda

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥିବେଳେ କ୍ୟାମ୍ପେନ୍‌ରେ କମ୍ପୁଛି ମଇଦାନ। ପ୍ରଚାର ପାଇଁ ମଇଦାନକୁ ଓହ୍ଲାଉଛନ୍ତି କଂଗ୍ରେସ, ବିଜେପି ଓ ବିଜେଡି ଦଳର ଷ୍ଟାର ପ୍ରଚାରକ। ହେଲେ କାଲି ହେବ ହାଇଭୋଲଟେଜ ପ୍ରଚାର। କାଲି ରାଜ୍ୟରେ ଦୁଇ ହେଭିୱେଟ କରିବେ କ୍ୟାଂପେନ। ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିର୍ବାଚନୀ ପ୍ରଚାର ପାଇଁ ଆସୁଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ରାଜ୍ୟରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତାକାଲି ଭୁବନେଶ୍ୱର ବିମାନ ବନ୍ଦରରେ ଅପରାହ୍ଣ ୪ଟା ୩୦ରେ ପହଞ୍ଚିବେ। ବିମାନବନ୍ଦରରୁ ସିଧା ସଳଖ ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଯିବେ। ସାଢେ ୫ଟାରେ ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା। ପରେ ସଂଧ୍ୟା ୬ଟା ୪୫ରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ। ଏହି ବୈଠକରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେବେ। ତେବେ ନଡ୍ଡା ବ୍ରହ୍ମପୁରରେ ରାତ୍ରି ରହଣୀ କରି ପର ଦିନ ସକାଳେ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିଛି।

ସେହିପରି ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ ଦିନ ୧୧ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କଟକର ସତ୍ୟଭାମାପୁର ଯିବେ। ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସତ୍ୟଭାମାପୁରରୁ ହେଲିକପ୍ଟର ଯୋଗେ ସାଲେପୁର ଯିବେ। ଦିନ ୧୨ଟା ୨୫ରୁ ୧ଟା ୪୫ ଯାଏଁ ସାଲେପୁରରେ ସାଧାରଣ ସଭାରେ ଯୋଗଦେବେ। ଏହାପରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

Advertisment

ତେବେ ଗୋଟିଏ ଦିନରେ ବିଜେପି ପକ୍ଷରୁ ଜେପି ନଡ୍ଡା ଓ କଂଗ୍ରେସରୁ ରାହୁଲ ଗାନ୍ଧି ପ୍ରଚାର ମଇଦାନକୁ ଓହ୍ଲାଇଥିବାରୁ ରାଜ୍ୟ ରାଜନୀତି ସରଗରମ ହେବାର ଲାଗଛି। ଦୁଇ ଦଳର ଏହି ହେଭିୱେଟ ନେତା ନିଜର ଦଳୀୟ କର୍ମୀଙ୍କୁ କ’ଣ ବିଜୟମନ୍ତ୍ର ଦେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଦୁଇ ଦିନ ତଳେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସି ନିର୍ବାଚନୀ ବିଗୁଲ୍ ଫୁଙ୍କିବା ସହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। କାଲି ଜେପି ନଡ୍ଡା ନିର୍ବାଚନୀ ପ୍ରଚାର ପାଇଁ ଆସୁଥିବାରୁ କର୍ମୀଙ୍କୁ ସେ କ’ଣ ଗୁରୁମନ୍ତ୍ର ଦେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସେହିପରି ରାହୁଲ ଗାନ୍ଧି ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସୁଥିବାରୁ ସେ ନିଜର ଦଳୀୟ ନେତାଙ୍କୁ କ’ଣ ଗରୁମନ୍ତ୍ର ଦେଉଛନ୍ତି, ତାହା ଉପରେ ମଧ୍ୟ ନଜିର ରହିଛି। ରାହୁଲ ଗାନ୍ଧିଙ୍କ ପୂର୍ବରୁ କଂଗ୍ରେସର କେଉଁ ହେଭିୱେଟ ନେତା ପ୍ରଚାର ମଇଦାନକୁ ଓହ୍ଲାଇ ନଥିଲେ। କାଲି ଦୁଇ ହେଭିୱେଟ ନେତା ଓଡ଼ିଶା ଆସୁଥିବାରୁ କଂଗ୍ରେସ ଓ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି।

Rahul Gandhi Bjp Jp Nadda