Advertisment

ଆଜି ହାଇଭୋଲଟେଜ ପ୍ରଚାର; ଓଡ଼ିଶା ଆସିବେ ନଡ୍ଡା ଓ ରାହୁଲ

ରାହୁଲ ଓ ନଡ୍ଡା ନିଜର କର୍ମୀଙ୍କୁ କ’ଣ ଗୁରୁମନ୍ତ୍ର ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
jp nada and rahul gandi

jp nada and rahul gandi

ଆଜି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଆଜି ଏହି ଦୁଇ ହେଭିୱେଟ ନେତା କରିବେ କ୍ୟାଂପେନ।

Advertisment

ଜେ.ପି. ନଡ୍ଡା ସାଢେ ୪ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ପହଞ୍ଚି ପରେ ନଡ୍ଡା ସିଧା ସଳଖ ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଯିବେ। ସାଢେ ୫ଟାରେ ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା। ପରେ ସଂଧ୍ୟା ୬ଟା ୪୫ରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ। ଏହି ବୈଠକରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେବେ। ତେବେ ନଡ୍ଡା ବ୍ରହ୍ମପୁରରେ ରାତ୍ରି ରହଣୀ କରି ପର ଦିନ ସକାଳେ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିଛି। ଦିନକ ତଳେ ସୋନପୁର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ନବୀନ ସରକାରକୁ ସିଧାସଳଖ ନିଶାନା କରିଥିବାରୁ ଆଜି ନଡ୍ଡା କଣ କହୁଛନ୍ତି ତା ପରେ ସମସ୍ତଙ୍କ ନଜର ରହିଛି।

ସେହିପରି ଆଜି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ ଦିନ ୧୧ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କଟକର ସତ୍ୟଭାମାପୁର ଯିବେ। ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସତ୍ୟଭାମାପୁରରୁ ହେଲିକପ୍ଟର ଯୋଗେ ସାଲେପୁର ଯିବେ। ଦିନ ୧୨ଟା ୨୫ରୁ ୧ଟା ୪୫ ଯାଏଁ ସାଲେପୁରରେ ସାଧାରଣ ସଭାରେ ଯୋଗଦେବେ।

Advertisment

ଏହି ସଭାରେ କଟକ, କେନ୍ଦ୍ରାପଡ଼ା, ଜଗତସିଂପୁର ଓ ଯାଜପୁର ଜିଲ୍ଲାରୁ କଂଗ୍ରେସ ନେତା, କର୍ମୀ ଓ ସାଧାରଣ ଲୋକ ଯୋଗ ଦେବେ।
ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ କଂଗ୍ରେସ କର୍ମୀ ବେଶ ଉତ୍ସାହୀ ଅଛନ୍ତି। ଆଗାମୀ ନିର୍ବାଚନ ପାଇଁ ରାହୁଲ ଗାନ୍ଧୀ କର୍ମୀ ଓ ନେତାଙ୍କୁ କ’ଣ ଗୁରୁମନ୍ତ୍ର ଦେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଏହାପରେ ସେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

ଏଥିସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ମଧ୍ୟ ଆଜି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ମନମୋହନ ସ୍କୁଲ ପଡିଆରେ ତାଙ୍କର
ପ୍ରଚାର କାର୍ଯ୍ୟକ୍ରମ ରହିଛି।

Bjp Congress