ମଇଦାନରେ ହେଭିୱେଟ, ଚାଲିଛି ହାଇଭୋଲଟେଜ୍ ଲଢେଇ

ଏହି ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ଭୁବନେଶ୍ୱର, କଟକ, ପୁରୀ ଓ ସମ୍ବଲପୁରରେ ବହୁ ହେଭିୱେଟ ମଇଦାନରେ ଥିବା ବେଳେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଲଢେଇ ।

ଅପରାଜିତା ଷଡଙ୍ଗୀ ଓ ମନ୍ନଥ ରାଉତରାୟ।

  • Published: Saturday, 25 May 2024
  • , Updated: 25 May 2024, 07:51 AM IST

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ମତଦାନ। ତେବେ ଏହି ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ଭୁବନେଶ୍ୱର, କଟକ, ପୁରୀ ଓ ସମ୍ବଲପୁରରେ ବହୁ ହେଭିୱେଟ ମଇଦାନରେ ଥିବା ବେଳେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଲଢେଇ ।

ଭୁବନେଶ୍ୱରରେ ବିଜେପିର ଅପରାଜିତାଙ୍କ ସହ ଲଢେଇ ବିଜେଡି ପ୍ରାର୍ଥୀ ତଥା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କର ସାମ୍ନାସାମ୍ନି ଲଢ଼େଇ ହେଉଛି । ସେହିପରି ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଲଢେଇ ହେଉଛି। ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକ ସାମ୍ନାସାମ୍ନି ହେଉଛନ୍ତି। ଆଉ କଟକରେ ବିଜେପି ପ୍ରାର୍ଥୀ ତଥା ୬ ଥରର ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଟକ୍କର ଦେବେ ବିଜେଡିର ସନ୍ତୃପ୍ତ ମିଶ୍ର।

ସେହିପରି ବିଧାନସଭା ଲଢ଼େଇରେ ଜୟନାରାୟଣ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରଶାନ୍ତ ଜଗଦ୍ଦେବ, ବଦ୍ରି ପାତ୍ର, ସୌମ୍ୟରଂଜନ ପଟ୍ଟନାୟକ, ଜୟଦେବ ଜେନା, ସୋଫିଆ ଫିର୍ ଦୌସ୍ ଓ ଉପାସନା ମହାପାତ୍ରଙ୍କ ଉପରେ ସମସ୍ତଙ୍କ ନଜର ରହିବ।

Related story