Advertisment

ଡେବ୍ୟୁରେ କମାଲ କରି ଦେଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ, ବିଜେପିକୁ ଦେଲେ ଝଟକା

ଦେହରା ଏକଦା ବିଜେପିର ଗଡ଼ ଭାବେ ପରିଚିତ ଥିଲା। କିନ୍ତୁ ଏଠାରେ କମଲେଶ ଠାକୁର ବିଜେପିର ହୋଶିୟାର ସିଂହଙ୍କୁ ୯,୩୯୯ ଖଣ୍ଡ ଭୋଟରେ ମାତ ଦେଇ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

HP

HP

Advertisment

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ପତ୍ନୀ କମଲେଶ ଠାକରୁ ନିଜର ନିର୍ବାଚନ ଡେବ୍ୟୁରେ କମାଲ କରିଛନ୍ତି। ସେ ଦେହରା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ବାଜିମାତ କରିଛନ୍ତି।

Advertisment

ପ୍ରଥମଥର ପାଇଁ ସେ ନିର୍ବାଚନ ଲଢ଼ୁଥିବା ବେଳେ ବିଜୟୀ ହୋଇ ନୂଆ ସଫଳତା ପାଇଛନ୍ତି। ଦେହରା ଏକଦା ବିଜେପିର ଗଡ଼ ଭାବେ ପରିଚିତ ଥିଲା। କିନ୍ତୁ ଏଠାରେ କମଲେଶ ଠାକୁର ବିଜେପିର ହୋଶିୟାର ସିଂହଙ୍କୁ ୯,୩୯୯ ଖଣ୍ଡ ଭୋଟରେ ମାତ ଦେଇ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ଶନିବାର ହୋଇଥିବା ଭୋଟିଂ ବେଳେ ଭୋଟ ହାର ୬୫.୪୨% ରହିଥିଲା। ଏହା ମଧ୍ୟରୁ କମଲେଶ ଠାକୁରଙ୍କୁ ୩୨,୭୩୭ ଖଣ୍ଡ ଭୋଟ ମିଳିଥିବା ବେଳେ ଶ୍ରୀ ସିଂହଙ୍କୁ ୨୩,୩୩୮ ଖଣ୍ଡ ଭୋଟ ମିଳିଛି।

Advertisment

୨୦୧୨ ସୀମା ପୁନର୍ନିର୍ଦ୍ଧାରଣ ବେଳେ ଦେହରା ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା। ଏହା ବିଜେପିର ଗଡ଼ ଭାବେ ପରିଚିତ ରହିଥିଲା। ପୂର୍ବତନ ମନ୍ତ୍ରୀ ରବି ଇନ୍ଦର ସିଂହ ଏଠାରୁ ଜିତୁଥିଲେ। ଏହାପରେ ୨୦୧୭ରେ ହୋଶିୟାର ସିଂହ ସ୍ୱାଧୀନ ପ୍ରାର୍ଥୀ ଭାବେ ଏଠାରେ ବାଜିମାତ କରିଥିଲେ। ଏହାପରେ ସେ ପୁଣି ୨୦୨୨ରେ ଏଠାରୁ ଜିତିଥିଲେ।

ହେଲେ ସେ ଏହି ଆସନରୁ ଇସ୍ତଫା ଦେଇ ବିଜେପିରେ ମିଶିବାରୁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜେପି ଶ୍ରୀ ସିଂହଙ୍କୁ ପ୍ରାର୍ଥୀ କରିଥିଲେ ହେଁ ତାଙ୍କୁ ହାରିବାକୁ ପଡ଼ିଛି। କଂଗ୍ରେସ ପ୍ରଥମଥର ପାଇଁ ଏଠାରେ ବିଜୟୀ ହୋଇଛି।

ବିଜୟ ପରେ କମଲେଶ ଠାକୁର କହିଛନ୍ତି, “ଏହି ବିଜୟ ପାଇଁ ଦଳର ନେତା ଓ କର୍ମୀ ଦିନ ରାତି ପରିଶ୍ରମ କରିଛନ୍ତି। ଦଳ ସହ ସବୁବେଳେ ରହିଥିବା ଲୋକମାନଙ୍କୁ ମୁଁ ସବୁ ଶ୍ରେୟ ଦେବାକୁ ଚାହୁଁଛି। ମୁଁ ଦେହରାର ଲୋକଙ୍କ ପାଇଁ ଗର୍ବିତ।”

୧୯୭୦ ମସିହା ଏପ୍ରିଲ ୨ରେ କମଲେଶ ଠାକୁର ନାଲଶୁହା ପଞ୍ଚାୟତର ଚାମନାଲରେ ଜନ୍ମ ଗ୍ରହଣ କରିଥିଲେ। ସେ ଦେହରାରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ୧୯୮୧ରେ ଚଣ୍ଡିଗଡ଼ ସ୍ଥିତ ସରକାରୀ କଲେଜରେ ରାଜନୀତି ବିଜ୍ଞାନରେ ପଢ଼ିବା ଆରମ୍ଭ କରିଥିଲେ।

୧୯୯୮ ମସିହା ଜୁନ ୧୧ରେ ସେ ସୁଖବିନ୍ଦର ସିଂହ ସୁଖୁଙ୍କୁ ବିହାର କରିଥିଲେ। ତାଙ୍କର ୨ ଜଣ ଝିଅ ଅଛନ୍ତି। ସୈନିକ ପରିବାରରୁ ଆସିଥିବା କମଲେଶ ଠାକୁର ବାହାଘର ପୂର୍ବରୁ ସ୍କୁଲରେ ପାଠ ପଢ଼ାଉଥିଲେ। ଏବେ ତାଙ୍କ ପାଖରେ ୯.୧୪ କୋଟି ଟଙ୍କାର ସମ୍ପତ୍ତି ରହିଛି।

ସେ ପ୍ରଥମଥର ନିର୍ବାଚନ ଲଢ଼ୁଥିଲେ ହେଁ ଦୀର୍ଘ ୨ ଦଶନ୍ଧି ହେଲାଣି ହିମାଚଳ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ରହି ଆସିଛନ୍ତି।

Congress By-Election Election Himachal Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe