Advertisment

ବିଜେପିରୁ ହିମାଂଶୁ ଶେଖର ସାହୁ ବହିଷ୍କୃତ

ସ୍ୱାଧୀନ ପ୍ରାର୍ଥୀ ଭାବେ ଧର୍ମଶାଳାରୁ ଲଢ଼ୁଛନ୍ତି ହିମାଂଶୁ ଶେଖର ସାହୁ।

author-image
Tapaswini Nayak
ଅଦ୍ୟତନ ହୋଇଛି
Himansu sekhar

Himansu sekhar

 ଦଳ ବିରୋଧୀ କାର୍ଯ୍ୟ କାରଣରୁ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ହିମାଂଶୁ ଶେଖର ସାହୁଙ୍କୁ ବିଜେପି ଦଳରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ ଓ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ବହିଷ୍କାର କରାଯାଇଛି ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

Advertisment

ହିମାଂଶୁ ଧର୍ମଶାଳାରୁ ଟିକେଟ ପାଇବା ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ଟିକେଟ ମିଳିନଥିଲା। ଏନେଇ ହିମାଂଶୁ ଅସନ୍ତୋଷ ଥିଲେ। ଦଳ ପକ୍ଷରୁ ତାଙ୍କୁ ବହୁ ସୁଝାସୁଝା କରାଯାଇଥିଲା। ତା’ପରେ ବି ଧର୍ମଶାଳା ବିଧାନସଭା ଆସନରୁ  ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଥିଲେ ହିମାଂଶୁ । ସ୍ୱାଧୀନ ପ୍ରାର୍ଥୀ ଭାବେ ଧର୍ମଶାଳାରୁ ଲଢ଼ୁଛନ୍ତି ହିମାଂଶୁ।

ଅନ୍ୟପକ୍ଷରେ ଧର୍ମଶାଳାରେ କିଛି ରାଜନୈତିକ ହିଂସା ଦେଖା ଯାଇଥିଲା। ଏଥିରେ ହିମାଂଶୁ ଓ ତାଙ୍କ ସମର୍ଥକ ସାମିଲ ଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଏନେଇ ହିମାଂଶୁଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
Bjp Loksabha Election 2024 Odisha Assembly Election 2024