Advertisment

ଓଡ଼ିଶାରେ 5-T ନୁହେଁ, ଗୋଟିଏ T ଚାଲିଛି; ତାହା ହେଉଛି ‘ତାମିଲନାଡୁ’: ହିମନ୍ତ ବିଶ୍ୱଶର୍ମା

ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ଙ୍କୁ ଟାର୍ଗେଟ କରିଛନ୍ତି ହିମନ୍ତ ବିଶ୍ୱଶର୍ମା। ସେ କହିଛନ୍ତି, ମାଫିଆ ସିଣ୍ଡିକେଟ୍‌ ଭାଙ୍ଗିବାକୁ ପଡ଼ିବ। ଆପଣଙ୍କ ଅଞ୍ଚଳରେ ଯେଉଁ ଆଇରନ ଓ ମାଙ୍ଗାନିଜ ରହିଛି, ତାହା ଆପଣମାନଙ୍କର। ଏହା ସନାତନ ମହାକୁଡ଼ଙ୍କ ନୁହେଁ।

Himanta Biswa Sarma

Himanta Biswa Sarma

Advertisment

ଓଡ଼ିଶାରେ 5-T ନୁହେଁ, ଗୋଟିଏ T ଚାଲିଛି। ସେହି Tର ଅର୍ଥ ହେଉଛି ‘ତାମିଲନାଡୁ’। ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ପରିଚିତ ଭି.କେ. ପାଣ୍ଡିଆନ୍‌ଙ୍କୁ ଆଜି ଏମିତି ଢଙ୍ଗରେ ସମାଲୋଚନା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଏଥିସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସନା ମହାକୁଡ଼ଙ୍କୁ କରିଛନ୍ତି ଟାର୍ଗେଟ।

Advertisment

କେନ୍ଦୁଝର ବଡ଼ବିଲ ବିକାଶ ମହଲ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଭି.କେ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରି ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ପାଣ୍ଡିଆନ ଯାହା କୁହନ୍ତି, ମୁଖ୍ୟମନ୍ତ୍ରୀ ସେୟା କରନ୍ତି। ତାଙ୍କ ବିନା ଅନୁମତିରେ ନବୀନ ପଟ୍ଟନାୟକ ଗ୍ଲାସ୍‌ ପାଣି ପିଅନ୍ତି ନାହିଁ। ଏବେ ମୁଖ୍ୟମନ୍ତ୍ରୀ କେମିତି ଅଛନ୍ତି ମୋର ସନ୍ଦେହ ହେଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବନା ଯାଉଛି। ସେ ଗୁଡ଼ିକର ମଧ୍ୟ ନବୀନ ବାବୁ କହୁନାହାନ୍ତି। ପାଣ୍ଡିଆନ ଯାହା କହିବାକୁ ଦିଅନ୍ତି ସେ ସେୟା କୁହନ୍ତି। ଓଡ଼ିଶାରେ 5-T ନୁହେଁ, ଗୋଟିଏ T ଅଛି। ଆଉ ସେଇ Tର ମାନେ ତାମିଲନାଡୁ ବୋଲି ଶ୍ରୀ ଶର୍ମା କହିଛନ୍ତି।

ସେ ଆହୁରି କହିଛନ୍ତି, କେନ୍ଦୁଝର ସବୁଠାରୁ ଅଧିକ ରାଜସ୍ୱ ଦେଉଛି। କିନ୍ତୁ ଆବଶ୍ୟକ ମୌଳିକ ସୁବିଧା ଉପଲବ୍ଧ ନାହିଁ। ସବୁ ସରକାରୀ କମ୍ପାନୀ ବନ୍ଦ କରି ପ୍ରାଇଭେଟ କମ୍ପାନୀକୁ ଆଣିଛନ୍ତି। ଏଠାକାର ବିଜେଡି ବିଧାୟକଙ୍କ ଉପରେ ଆରୋପ ରହିଛି, ସେ ଏଠାରୁ ଟ୍ରକ ଗୁଡିକରୁ ଟଙ୍କା ଆଦାୟ କରି ପଣ୍ଡିଆନ ପାଖକୁ ପଠାଉଛନ୍ତି। କେନ୍ଦୁଝରରେ ଖଣି ଗୁଡ଼ିକରେ ମେସିନ ମାଇନିଂ ଯୋଗୁ ଶ୍ରମିକଙ୍କଠାରୁ ରୋଜଗାର ଛଡାଇ ନେଇଛନ୍ତି ଶ୍ରୀ ବିଶ୍ୱଶର୍ମା କହିଛନ୍ତି।

Advertisment

ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ଙ୍କୁ ଟାର୍ଗେଟ କରିଛନ୍ତି ହିମନ୍ତ ବିଶ୍ୱଶର୍ମା। ସେ କହିଛନ୍ତି, ମାଫିଆ ସିଣ୍ଡିକେଟ୍‌ ଭାଙ୍ଗିବାକୁ ପଡ଼ିବ। ଆପଣଙ୍କ ଅଞ୍ଚଳରେ ଯେଉଁ ଆଇରନ ଓ ମାଙ୍ଗାନିଜ ରହିଛି, ତାହା ଆପଣମାନଙ୍କର। ଏହା ସନାତନ ମହାକୁଡ଼ଙ୍କ ନୁହେଁ। ଏଥିରେ ଆପଣଙ୍କ ଅଧିକାର ରହିଛି। ସନାତନ ମହାକୁଡ଼ ଟଙ୍କା ଦେବାକୁ ଆସିଲେ ରଖିନେବେ। କାରଣ ସେ ଟଙ୍କା ମଧ୍ୟ ଆପଣଙ୍କର। କିନ୍ତୁ ଭୋଟ ବିଜେପିକୁ ଦିଅନ୍ତୁ। ନିର୍ବାଚନ ସରିବାକୁ ଦିଅନ୍ତୁ। CBI, ED ଲଗାଇ ଏସବୁ ଟଙ୍କା ଉଠାଇ ନେବୁ ଓ ଜନତାଙ୍କ କାମରେ ଲଗାଇବୁ। ଏହି ନିର୍ବାଚନମଣ୍ଡଳୀରେ ସ୍କୁଲ, କଲେଜ ଓ ହସ୍ପିଟାଲ ଅବସ୍ଥା ସାଙ୍ଘାତିକ। ଏଠାରେ ମାଫିଆ ରାଜ ଚାଲିଛି। ଆମ ସରକାର ଆସିଲେ ମାଫିଆଙ୍କୁ ପାକିସ୍ତାନ ପଠାଇ ଦେବୁ। ମାଇନିଂ କାମ ସରକାରୀ ସଂସ୍ଥା କରିବ ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି।

ବିଶ୍ୱଶର୍ମା କହିଛନ୍ତି ଯେ, ମୋ ଆସାମ ଛୋଟ ପ୍ରଦେଶ। କିନ୍ତୁ ଆମେ ମହିଳାମାନଙ୍କୁ ପ୍ରତି ମାସ ୧୨୫୦ ଟଙ୍କା ଦେଉଛୁ। ଭାଜପା ସରକାର ଆସିଲେ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର୍ ଦିଆଯିବ। ସେହିପରି ମହିଳାଙ୍କୁ ପ୍ରତି ମାସ ୧ ହଜାର ଟଙ୍କା ମିଳିବ। ପେନସନ ୧ ହଜାର ବଦଳରେ ୩୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ।

ଆଜିର ସମାବେଶରେ ବିଜେପିର ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୂରଲୀ ମନୋହର ଶର୍ମା, କେନ୍ଦୁଝର ରାଣୀ ସୁନନ୍ଦିନୀ ଭଞ୍ଜଦେଓ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Bjp General Election 2024 General Election Himanta Biswa Sarma Assam CM Himanta Biswa Sarma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe