Assam
ବିରୋଧୀ ମହାମେଣ୍ଟର ନାଁ ଇଣ୍ଡିଆ ରହିବା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ସେ ଏହି ନାଁକୁ ବିରୋଧ କରିବା ସହ ନିଜ ଟ୍ୱିଟର ବାୟୋରୁ ଇଣ୍ଡିଆ ଶବ୍ଦକୁ ହଟାଇ ଦେଇଛନ୍ତି। ୨୦୧୦ ଏପ୍ରିଲ ମାସରୁ ଟ୍ୱିଟର୍ରେ ଥିବା ବିଶ୍ୱଶର୍ମା ନିଜ ବାୟୋରେ ଆସାମର ମୁଖ୍ୟମନ୍ତ୍ର ଓ ଇଣ୍ଡିଆ ଲେଖିଥିଲେ।
କିନ୍ତୁ ଏବେ ବିରୋଧୀ ମେଣ୍ଟ ଇଣ୍ତିଆ ଶବ୍ଦର ବ୍ୟବହାର କରିବାରୁ ସେ ଏହାକୁ ହଟାଇ ଭାରତ ଉଲ୍ଲେଖ କରିଛନ୍ତି। ଏଥିସହ ଇଣ୍ଡିଆ ବନାମ ଭାରତର ବାର୍ତ୍ତା ଦେଇ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି।
ବିରୋଧୀ ମେଣ୍ଟ ରଖିଥିବା ନାଁକୁ ତୀବ୍ର ସମାଲୋଚନା କରି ବିଶ୍ୱଶର୍ମା ଦାବି କରିଛନ୍ତି ଯେ ବ୍ରିଟିଶରମାନେ ଦେଶର ନାଁ ଇଣ୍ଡିଆ ରଖିଥିଲେ। ଦେଶକୁ ଉପନିବେଶବାଦରୁ ବାହାର କରିବା ପାଇଁ ସଂଘର୍ଷ କରିବା ଦରକାର ବୋଲି ସେ କହିଛନ୍ତି।
ସେ ଟ୍ୱିଟ କରି କହିଛନ୍ତି, “ଆମର ସଭ୍ୟତାଗତ ସଂଘର୍ଷ ଇଣ୍ଡିଆ ଓ ଭାରତ ଚାରିପାଖରେ ହିଁ ବୁଲିବାରେ ଲାଗିଛି। ବ୍ରିଟିଶରମାନେ ଆମ ଦେଶର ନାଁ ଇଣ୍ଡିଆ ରଖିଥିଲେ। ଆମକୁ ଏହି ଉପନିବେଶବାଦରୁ ବାହାରିବା ପାଇଁ ପ୍ରୟାସ କରିବାକୁ ପଡ଼ିବ। ଆପ ପୂର୍ବ ପୁରୁଷମାନେ ଭାରତ ପାଇଁ ଲଢ଼େଇ କରିଥିଲେ। ଆମେ ଭାରତ ପାଇଁ କାମ କରି ଚାଲିଥିବୁ। ଭାରତ ପାଇଁ ବିଜେପି।”
ତେବେ ବିଶ୍ୱଶର୍ମାଙ୍କ ଏପରି ବୟାନକୁ କଂଗ୍ରେସ କାଉଣ୍ଟର କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, “କ’ଣ ଆସାମ ମୁଖ୍ୟମନ୍ତ୍ରୀ ତାଙ୍କ ପାଟିରେ ଅଧିକ ମାତ୍ରାରେ ଖଠା ଅଙ୍ଗୁର ଭର୍ତ୍ତି କରି ଦେଇଛନ୍ତି?
ତାଙ୍କର ନୂଆ ମେଣ୍ଟୋର ଶ୍ରୀ ମୋଦି ଆମକୁ ସ୍କିଲ ଇଣ୍ଡିଆ, ଷ୍ଟାର୍ଟଅପ ଇଣ୍ଡିଆ ଓ ଡିଜିଟାଲ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ଦେଇଛନ୍ତି। ସେ(ପିଏମ ମୋଦି) ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏକାଠି ଟିମ ଇଣ୍ଡିଆ ଭଳି କାମ କରିବାକୁ ମଧ୍ୟ କହିଛନ୍ତି। ଏପରି କି ସେ ଇଣ୍ଡିଆ ପାଇଁ ଭୋଟ କରିବାକୁ ମଧ୍ୟ ନିବେଦନ କରିଛନ୍ତି।
କିନ୍ତୁ ଯେତେବେଳେ ୨୬ଟି ରାଜନୀତିକ ଦଳ ଇଣ୍ଡିଆ ଗଠନ କରିଛନ୍ତି ସେତେବେଳେ ସେ(ବିଶ୍ୱଶର୍ମା) ଇଣ୍ଡିଆ ଶବ୍ଦକୁ ବିରୋଧ କରୁଛନ୍ତି। ସେ କହୁଛନ୍ତି ଇଣ୍ଡିଆ ହେଉଛି ଉପନିବେଶବାଦର ମାନସିକତା। ସେ ପ୍ରଥମେ ନିଜ ବସ୍ଙ୍କ ପାଖକୁ ଯାଇ ଏକଥା କୁହନ୍ତୁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Assam_1689752529.jpg)