Advertisment

୧୦ କୋଟି ଟଙ୍କାର ମାନହାନୀ କେସ୍‌ କଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପରେ ଅନିୟମିତତା କରି ସରକାରଙ୍କ ଠାରୁ କୋଟି କୋଟି ଟଙ୍କାର ସବସିଡି ରିଙ୍କି ଭୂୟାଁ ଶର୍ମାଙ୍କ କମ୍ପାନୀ ପାଇଥିବା ଗୋଗୋଇ ଅଭିଯୋଗ କରିଥିଲେ।

Assam

Assam

Advertisment

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପତ୍ନୀ ରିଙ୍କି ଭୂୟାଁ ଶର୍ମା କଂଗ୍ରେସ ସାଂସଦ ରଞ୍ଜନ ଗୋଗୋଇଙ୍କ ବିରୋଧରେ ୧୦ କୋଟି ଟଙ୍କାର ମାନହାନୀ କେସ କରିଛନ୍ତି।

Advertisment

ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପରେ ଅନିୟମିତତା କରି ସରକାରଙ୍କ ଠାରୁ କୋଟି କୋଟି ଟଙ୍କାର ସବସିଡି ରିଙ୍କି ଭୂୟାଁ ଶର୍ମାଙ୍କ କମ୍ପାନୀ ପାଇଥିବା ଗୋଗୋଇ ଅଭିଯୋଗ କରିଥିଲେ। ତେବେ ଏହା ସଂପୂର୍ଣ୍ଣ ମିଛ ଓ କେବଳ ବଦନାମ କରିବା ପାଇଁ ସେ ଏପରି କରିଥିବା ଦାବି କରି ରିଙ୍କି ନାଁରେ ମାନହାନୀ କେସ କରିଛନ୍ତି।

ରିଙ୍କିଙ୍କ ଆଇନଜୀବୀ ଦେବଜିତ ସାଇକିଆ କହିଛନ୍ତି, ଶୁକ୍ରବାର କାମରୂପ ମେଟ୍ରୋପଲିଟାଣ୍ଟର କୋର୍ଟ ଅଫ ସିଭିଲ ଜଜ(ସିନିୟର ଡିଭିଜନ)ରେ ମାନହାନୀ କେସ କରାଯାଇଛି।

Advertisment

ସେପ୍ଟେମ୍ବର ୨୬ରେ ଏହାର ଶୁଣାଣି ଆରମ୍ଭ ହେବ। ମୋ କ୍ଲାଏଣ୍ଟ ୧୦ କୋଟିର ମାନହାନୀ କେସ୍‌ ଗୌରବ ଗୋଗୋଇଙ୍କ ଏକ୍ସ ଆକାଉଣ୍ଟ ପୋଷ୍ଟକୁ ନେଇ କରିଛନ୍ତି। ଆମେ ପୂର୍ବରୁ ସ୍ପଷ୍ଟ କରି ସାରିଛୁ ଯେ ସରକାରଙ୍କ ଠାରୁ ସବସିଡି ପାଇବା ପାଇଁ କୌଣସି ପ୍ରକାରର ନିବେଦନ କରାଯାଇ ନାହିଁ।

ସାଇକିଆ ଆହୁରି ଦାବି କରିଛନ୍ତି ଯେ ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପକୁ ୨୦୨୨ ନଭେମ୍ବର ୨୨ରେ ଅନୁମୋଦନ ମିଳିଥିଲା। ଶେଷ ଇ-ମେଲରେ ଆମକୁ କୁହାଯାଇଥିଲା ଯେ ଯଦି ଆମେ ଆମର ପ୍ରସ୍ତାବ ନ ଜଣାଇବୁ, ତା’ହେଲେ ଆମର ଦାବି ଆପେଆପେ ଅକାମୀ ହୋଇଯିବ। ଆମେ ସବସିଡି ପାଇଁ କୌଣସି ପ୍ରକାରର ଆବେଦନ କରିନାହୁଁ।

ସେ(ଗୋଗୋଇ) ସୋଶାଲ ମିଡିଆରେ ରିଙ୍କି ଓ ସେ ଜଡ଼ିତ ଥିବା କମ୍ପାନୀ 'Pride East Entertainments ବିରୋଧରେ ଆଣିଥିବା ଅଭିଯୋଗରେ କୌଣସି ସତ୍ୟତେ ନାହିଁ। ଗୋଗୋଇ ତାଙ୍କ ହୋମୱର୍କ ଠିକ ଭାବେ କରି ନାହାନ୍ତି। ଗୋଟିଏ ପ୍ରକଳ୍ପକୁ ପାଇବାକୁ ଯୋଗ୍ୟ ବିବେଚିତ ହେବାର ଅର୍ଥ ସବସିଡି ମିଳିଗଲା ବୋଲି ଧରିବା ଭୁଲ। ଆମେ ଏହି ମାମଲାକୁ ଜୋରଦାର ଢଙ୍ଗରେ ଲଢ଼େଇ କରିବାକୁ ବୋଲି ଆଇନଜୀବୀ ସାଇକିଆ କହିଛନ୍ତି।

ଆସାମର ଗୋଟିଏ ଚର୍ଚ୍ଚିତ ଡିଜିଟାଲ ମିଡିଆ 'The Crosscurrent' ତା’ ରିପୋର୍ଟରେ ଦାବି କରିଥିଲା ଯେ ନାଗାଓଁ ଜିଲ୍ଲା କାଳିଆବୋର ଅନ୍ତର୍ଗତ ଦାରିଗାଜି ଗାଁରେ ଥିବା ପ୍ରାୟ ୧୭ ଏକର ଚାଷ ଜମିକୁ ହଠାତ୍‌ ଶିଳ୍ପାଞ୍ଚଳ ଜମି ଭାବେ ପରିଣତ କରାଯାଇଛି। ଏହି ଜମିକୁ Pride East Entertainments ନେବାର ମାତ୍ର ଦେଢ଼ ମାସ ପରେ ଏପରି କିସମ ପରିବର୍ତ୍ତନ କରାଯାଇଛି। Pride East Entertainmentsର ଅଧ୍ୟକ୍ଷ ଓ ନିର୍ଦ୍ଦେଶକ ହେଉଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପତ୍ନୀ ରିଙ୍କି।

ରିପୋର୍ଟ ସାମ୍ନାକୁ ଆସିବା ପରେ ଗୋଗୋଇ ବେଶ କିଛି ଦିନ ଧରି ସୋଶାଲ ମିଡିଆରେ ବିଭିନ୍ନ ପ୍ରକାରର ପୋଷ୍ଟ କରିଥିଲେ। ବିଶ୍ୱଶର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଓ ତାଙ୍କ ପତ୍ନୀ ପ୍ରକଳ୍ପ ନାଁରେ କୋଟି କୋଟି ଟଙ୍କାର ସବସିଡି କେନ୍ଦ୍ର ସରକାରଙ୍କ ଠାରୁ ଆଣିଥିବା ଅଭିଯୋଗ କରିଥିଲେ। ଏବେ ଏଥିପାଇଁ ତାଙ୍କ ନାଁରେ ରିଙ୍କି ମାନହାନୀ କେସ୍‌ କରିଛନ୍ତି।

Assam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe