Advertisment

ବିଜେଡି ଛାଡ଼ିଲେ ହିନ୍ଦୋଳ ବିଧାୟିକା, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କାରଣ

ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଗତକାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୀମାରାଣୀ । ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଇସ୍ତଫା ଦେବାର କାରଣ ଲେଖିଛନ୍ତି ସୀମାରାଣୀ।

ଅଦ୍ୟତନ ହୋଇଛି
Semarani Nayak

Semarani Nayak

Advertisment

ଟିକେଟ୍ କଟିଲା ପରେ ଦଳ ଛାଡ଼ିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ। ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଗତକାଲି ସୀମାରାଣୀଙ୍କ ନାଁ ନଥିଲା। ତାଙ୍କ ସ୍ଥାନରେ ସାଂସଦ ମହେଶ ସାହୁଙ୍କୁ ହିନ୍ଦୋଳ ବିଧାନସଭା ଆସନ ଟିକେଟ୍ ଦେଇଛି ବିଜେଡି।

Advertisment

ଏହି ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଗତକାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୀମାରାଣୀ । ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ସମସ୍ୟା ପାଇଁ ଇସ୍ତଫା ଦେଉଥିବା ଲେଖିଛନ୍ତି ସୀମାରାଣୀ।

ବିଧାୟକ ଟିକେଟ କଟିବା ପରେ ଛାତିରେ କୋହ ଜାବୁଡ଼ି ସୀମାରାଣୀ କହିଛନ୍ତି, ମୁଁ ଦୁଇ ଦୁଇ ଥରର ବିଧାୟିକା ହୋଇ ବି ମୋ’ ପାଖରେ ଟଙ୍କା ନାହିଁ। ମୁଁ ଦଳ ପାଇଁ ବହୁତ କାମ କରିଛି । ହେଲେ ଦଳ ମୋତେ ଅଣଦେଖା କଲା।

Advertisment

କିଛି ମୁଷ୍ଟିମେୟ ଲୋକଙ୍କ ରିପୋର୍ଟ ଆଧାରରେ ମୋ’ ଟିକେଟ କାଟି ଦେଇଛନ୍ତି । ମୋ’ ରିପୋର୍ଟ ଭଲ ନାହିଁ ବୋଲି ଯଦି ଜାଣିଲେ ମୋତେ ଅବଗତ କରିବା କଥା। ହେଲେ ମୋତେ ଅଣଦେଖା କରି ଅନ୍ୟ ଜଣଙ୍କୁ ଟିକେଟ ଦେଲେ। ମୁଁ ଜଣେ ଅନୁସୂଚିତ ଜାତି ଓ ମଧ୍ୟବିତ ପରିବାରର ଲୋକେ। କମ୍ପାନୀ, ଖଣି, ମୁଷ୍ଟିମେୟ ଲୋକଙ୍କ ହାତରେ ପଇସା। ଯାହା ହାତରେ ପଇସା ତା’ ହାତରେ କ୍ଷମତା। ହେଲେ ମୁଁ ତୃଣମୂଳ ସ୍ତରରୁ ଆସିଛି ବୋଲି କୋହଭରା କଣ୍ଠରେ କହିଛନ୍ତି ସୀମାରାଣୀ।

ଏଥିସହ ବିଜେପିରୁ ସୁଯୋଗ ମିଳିଲେ ଯିବେ କି ପଚରାଯିବାରୁ ସୁଯୋଗ ମିଳିଲେ ହାତଛଡ଼ା କରିବିନି ବୋଲି କହିଛନ୍ତି।

ଗତକାଲି ବିଜେଡି ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୪ ବିଧାୟକଙ୍କ ଟିକେଟ କାଟିଛି। ଗତକାଲି ଦଳ ହିନ୍ଦୋଳ, ରଘୁନାଥପାଲୀ, ବାଲିକୁଦା-ଏରସମା, କାକଟପୁର, ବାଙ୍ଗିରିପୋଷି ଓ ବରୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ସେମାନଙ୍କ ମଧ୍ୟରୁ ହିନ୍ଦୋଳ, ବାଲିକୁଦା-ଏରସମା, ରଘୁନାଥପାଲୀ ଓ ବରୀ ବିଧାୟକଙ୍କ ଟିକେଟ କାଟିଛି ଦଳ ।

ହିନ୍ଦୋଳରୁ ବିଧାୟିକା ସୀମାରାଣୀ ନାୟକଙ୍କ ଟିକେଟ୍ କଟିଛି। ସେ ଏହି ଆସନରୁ ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ। କିନ୍ତୁ ଦଳ ତାଙ୍କୁ ଆଉ ସୁଯୋଗ ଦେଇନି। ତାଙ୍କ ବଦଳରେ ଦଳ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ପ୍ରାର୍ଥୀ କରିଛି। ଢେଙ୍କାନାଳ ଲୋକସଭା ଆସନରୁ ବିଜେଡି ଏଥର ଅବିନାଶ ସାମଲଙ୍କୁ ପ୍ରାର୍ଥୀ କରିଛି।

Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe