Advertisment

୧୩ ମାସ ପରେ ପୁଣି କ୍ଷମତା ହରାଇଥିଲା ଏନ୍‌ଡିଏ

ନୂଆଦିଲ୍ଲୀ:୧୧ତମ ଲୋକସଭାର ଆୟୁ ଥିଲା ମାତ୍ର ଦେଢ଼ ବର୍ଷ। ୧୯୯୬ ରେ ସାଧାରଣ ନିର୍ବାଚନ ପରେ ବାଜପେୟୀ ସରକାର ୧୩ ଦିନ ରହିବା ପରେ ମିଳିତ ସାମ୍ମୁଖ୍ୟ(ୟୁନାଇଟେଡ ଫ୍ରଣ୍ଟ) ସରକାର ଗଢିଲେ। ଫାଷ୍ଟ ଟର୍ମରେ ଦେବଗୌଡ଼ାଙ୍କ ନେତୃତ୍ୱରେ ସରକାର ଗଢିଥିଲା ୟୁନାଇଟେଡ ଫ୍ରଣ୍ଟ। ଦେବଗୌଡ଼ା ସରକାର ଭାଙ୍ଗିବା ପରେ ବାହାରୁ କଂଗ୍ରେସର ସମର୍ଥନର ପ୍ରତିଶ୍ରୁତି ପାଇ ଇନ୍ଦର କୁମାର ଗୁଜରାଲଙ୍କ ସଂଖ୍ୟାଲଘୁ ସରକାର କ୍ଷମତାକୁ ଆସିଲେ ଦ୍ୱିତୀୟ ଟର୍ମରେ। ରାଜୀବ ଗାନ୍ଧି ହତ୍ୟା ପରେ ସୀତାରାମ କେଶରୀଙ୍କ […]

୧୩ ମାସ ପରେ ପୁଣି କ୍ଷମତା ହରାଇଥିଲା ଏନ୍‌ଡିଏ

12th

Advertisment

ନୂଆଦିଲ୍ଲୀ:୧୧ତମ ଲୋକସଭାର ଆୟୁ ଥିଲା ମାତ୍ର ଦେଢ଼ ବର୍ଷ। ୧୯୯୬ ରେ ସାଧାରଣ ନିର୍ବାଚନ ପରେ ବାଜପେୟୀ ସରକାର ୧୩ ଦିନ ରହିବା ପରେ ମିଳିତ ସାମ୍ମୁଖ୍ୟ(ୟୁନାଇଟେଡ ଫ୍ରଣ୍ଟ) ସରକାର ଗଢିଲେ। ଫାଷ୍ଟ ଟର୍ମରେ ଦେବଗୌଡ଼ାଙ୍କ ନେତୃତ୍ୱରେ ସରକାର ଗଢିଥିଲା ୟୁନାଇଟେଡ ଫ୍ରଣ୍ଟ। ଦେବଗୌଡ଼ା ସରକାର ଭାଙ୍ଗିବା ପରେ ବାହାରୁ କଂଗ୍ରେସର ସମର୍ଥନର ପ୍ରତିଶ୍ରୁତି ପାଇ ଇନ୍ଦର କୁମାର ଗୁଜରାଲଙ୍କ ସଂଖ୍ୟାଲଘୁ ସରକାର କ୍ଷମତାକୁ ଆସିଲେ ଦ୍ୱିତୀୟ ଟର୍ମରେ। ରାଜୀବ ଗାନ୍ଧି ହତ୍ୟା ପରେ ସୀତାରାମ କେଶରୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସମର୍ଥନ ଫେରାଇ ନେବାରୁ ଗୁଜରାଲଙ୍କ ସରକାର ମଧ୍ୟ ୨୮ ନଭେମ୍ୱର ୧୯୯୭ରେ ଭାଙ୍ଗି ଯାଇଥିଲା।

Advertisment

ଏହା ପରେ ଘୋଷଣା କରାଯାଇଥିଲା ଦେଶର ୧୨ତମ ଲୋକସଭା ନିର୍ବାଚନ। ୧୯୯୭ ଡିସେମ୍ବରରେ ମତଦାନ ପାଇଁ ଘୋଷଣା କରାଗଲା। ୧୯୯୮ ମାର୍ଚ୍ଚ ୧୦ ତାରିଖରେ ଗଠିତ ହୋଇଥିଲା ୧୨ତମ ଲୋକସଭା।

କ୍ଷମତାକୁ ଆସିଥିଲା ମେଣ୍ଟ ସରକାର ଯାହାର ନେତୃତ୍ୱ ନେଇଥିଲେ ବିଜେପିର ଭେଟେରାନ ଅଟଳ ବିହାରୀ ବାଜପେୟୀ। ଏହି ସରକାରଙ୍କ ଆୟୁ ମଧ୍ୟ ଥିଲା ବହୁତ କମ୍‌ ଅର୍ଥାତ୍‌ ୪୧୩ ଦିନ । କାରଣ ୧୩ମାସ ପରେ ବାଜପେୟୀ ସରକାର ପୁଣି ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲା। ଏପ୍ରିଲ ୧୭ରେ ମାତ୍ର ଗୋଟିଏ ଭୋଟ ପାଇଁ ବିଜେପି ସରକାର ଭାଙ୍ଗି ଯାଇଥିଲା। ଯାହା ଫଳରେ ଦେଶକୁ ପୁଣି ଏକ ନିର୍ବାଚନର ବୋଝ ମୁଣ୍ଡାଇବାକୁ ପଡ଼ିଥିଲା। ଏହାକୁ ମିଶାଇ ୫ମ ଥର ପାଇଁ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଲୋକସଭା ଭାଙ୍ଗି ଯାଇଥିଲା।

Advertisment

ଏକାଦଶ ସାଧାରଣ ନିର୍ବାଚନ ହୋଇଥିଲା ୧୯୯୬ ମଧ୍ୟଭାଗରେ। ଦ୍ୱାଦଶ ନିର୍ବାଚନ ହୋଇଥିଲା ୧୯୯୭ ଡିସେମ୍ୱର ୪। ମାତ୍ର ୧୩ମାସ ପରେ ଅର୍ଥାତ ୧୯୯୯ରେ ପୁଣି ଥରେ ହୋଇଥିଲା ତ୍ରୟୋଦଶ ଲୋକସଭା ନିର୍ବାଚନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe