Advertisment

କୌଣସି ଦଳକୁ ଭରସା କରି ପାରି ନ ଥିଲେ ଭୋଟର

ନୂଆଦିଲ୍ଲୀ: ୧୧ତମ ଲୋକସଭା ନିର୍ବାଚନ ହୋଇଥିଲା ୧୯୯୬ରେ । ଫଳାଫଳ ଘୋଷଣା ପରେ ପୁଣିଥରେ ତ୍ରିଶଙ୍କୁ ସଂସଦ ଗଠନ ହୋଇଥିଲା । ୨ ବର୍ଷ ପର୍ଯ୍ୟନ୍ତ ରାଜନୈତିକ ଅସ୍ଥିରତା ଦେଖା ଦେଇଥିଲା ଯେଉଁଥିପାଇଁ ଏହି ୨ ବର୍ଷ ମଧ୍ୟରେ ଦେଶର ୩ ଜଣ ପ୍ରଧାନମନ୍ତ୍ରୀ  ହୋଇଥିଲେ। ଏକାଦଶ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କ୍ଷମତାରେ ଥିଲା ଏବଂ  ପ୍ରଧାନମନ୍ତ୍ରୀ ଥିଲେ ପି.ଭି. ନରସିଂହ ରାଓ। ତାଙ୍କ କଂଗ୍ରେସ  ସରକାର ଏକ ସଂସ୍କାରମୂଳକ ପଦକ୍ଷେପ ନେଇଥିଲେ। ଅର୍ଥନୀତିକୁ ସୁଧାରିବା ପାଇଁ […]

ଅଦ୍ୟତନ ହୋଇଛି
କୌଣସି ଦଳକୁ ଭରସା କରି ପାରି ନ ଥିଲେ ଭୋଟର

11th

Advertisment

ନୂଆଦିଲ୍ଲୀ: ୧୧ତମ ଲୋକସଭା ନିର୍ବାଚନ ହୋଇଥିଲା ୧୯୯୬ରେ । ଫଳାଫଳ ଘୋଷଣା ପରେ ପୁଣିଥରେ ତ୍ରିଶଙ୍କୁ ସଂସଦ ଗଠନ ହୋଇଥିଲା । ୨ ବର୍ଷ ପର୍ଯ୍ୟନ୍ତ ରାଜନୈତିକ ଅସ୍ଥିରତା ଦେଖା ଦେଇଥିଲା ଯେଉଁଥିପାଇଁ ଏହି ୨ ବର୍ଷ ମଧ୍ୟରେ ଦେଶର ୩ ଜଣ ପ୍ରଧାନମନ୍ତ୍ରୀ  ହୋଇଥିଲେ।

Advertisment

ଏକାଦଶ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କ୍ଷମତାରେ ଥିଲା ଏବଂ  ପ୍ରଧାନମନ୍ତ୍ରୀ ଥିଲେ ପି.ଭି. ନରସିଂହ ରାଓ। ତାଙ୍କ କଂଗ୍ରେସ  ସରକାର ଏକ ସଂସ୍କାରମୂଳକ ପଦକ୍ଷେପ ନେଇଥିଲେ। ଅର୍ଥନୀତିକୁ ସୁଧାରିବା ପାଇଁ ସେ ବିଦେଶୀ ନିବେଶକଙ୍କ ପାଇଁ ଦେଶର ଅର୍ଥ ବ୍ୟବସ୍ଥାକୁ ଖୋଲି ଦେଇଥିଲେ। ଦେଶର ବୈଦେଶିକ ନୀତିକୁ ମଧ୍ୟ ସକ୍ରିୟ କରିବାକୁ ସେ ଗୁରୁତ୍ୱ ଦେଉଥିଲେ। ହେଲେ ତାଙ୍କ ସରକାର ଏପ୍ରିଲ ଓ ମେ’ ନିର୍ବାଚନ ପୂର୍ବରୁ ଦୁର୍ବଳ ଓ ଅନିଶ୍ଚିତ ଥିଲା।

୧୯୯୫ ମସିହାରେ ବରିଷ୍ଠ ନେତା ଅର୍ଜୁନ ସିଂହ ଓ ନାରାୟଣ ଦତ୍ତ ତିୱାରୀ କଂଗ୍ରେସ ଛାଡ଼ି ନିଜ ଦଳ ଗଠନ କରିଥିଲେ। ହର୍ଷଦ ମେହେଟ୍ଟା ଦୁର୍ନୀତି,  ରାଜନୀତିରେ ଅପରାଧୀକରଣ ଉପରେ ବୋହରାଙ୍କ ରିପୋର୍ଟ, ଜୈନ୍‌ ହାୱାଲା କାଣ୍ଡ ଓ ତନ୍ଦୁର ହତ୍ୟା ମାମଲା ରାଓ ସରକାରଙ୍କ ବିଶ୍ୱସନୀୟତା ଓ ଖ୍ୟାତିରେ  କଳାଛିଟା ଲଗାଇଥିଲା । ଏପରି ଅବସ୍ଥାରେ ଘୋଷଣା ହୋଇଥିଲା ଏକାଦଶ ଲୋକସଭା ନିର୍ବାଚନ।

Advertisment

ଭାରତୀୟ ଜନତା ପାର୍ଟି ଓ ଏହାର ସହଯୋଗୀ ଦଳ, ମିଳିତ ସାମ୍ମୁଖ୍ୟ , ବାମ ଦଳ ଏବଂ ଜନତାଦଳର ମେଣ୍ଟ ଏହି  ନିର୍ବାଚନରେ କଂଗ୍ରେସ୍‌ର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲେ।

ରାଓ ନିଜ ସରକାର ସମୟରେ ଲାଗୁ କରାଯାଇଥିବା ଆର୍ଥିକ ସୁଧାରକୁ ଅସ୍ତ୍ର କରି ଭୋଟରମାନଙ୍କୁ ଆକର୍ଷିତ କରିଥିଲେ। ଅନ୍ୟପଟେ ବିଜେପି ହିନ୍ଦୁତ୍ୱ ଓ ଜାତୀୟ ସୁରକ୍ଷା ନେଇ ମତଦାତାମାନଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡ଼ିଥିଲା।

ହେଲେ ମତଦାତାମାନେ କୌଣସି ଦଳ ପ୍ରତି ପ୍ରଭାବିତ ନଥିଲେ। ବିଜେପି ୧୬୧ ସିଟ୍‌ ହାତେଇଥିବାବେଳେ କଂଗ୍ରେସ୍ ୧୪୦ଟି ଆସନ ଜିତିଥିଲା। ସଂସଦର ଆସନର ଅଧା ସଂଖ୍ୟା ୨୭୧ ଥିଲା।

ରାଷ୍ଟ୍ରପତି ବିଜେପି ନେତା ଅଟଳବିହାରୀ ବାଜପେୟୀଙ୍କୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରିତ କରିଥିଲେ। କାରଣ ସେ ସଂସଦର ସବୁଠୁ ବଡ଼ ପାର୍ଟିର ମୁଖ୍ୟ ଥିଲେ।

ବାଜପେୟୀ ମେ’ ୧୬ରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଭାର ନେଇଥିଲେ ଓ ସଂସଦରେ ଆଞ୍ଚଳିକ ଦଳଗୁଡ଼ିକର ସମର୍ଥନ ପାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ଏଥିରେ ବିଫଳ ହୋଇଥିଲେ ଓ ୧୩ ଦିନ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଏହାପରେ ଜନତା ଦଳର ମୁଖ୍ୟ  ଦେବେ ଗୌଡ଼ା ଏକ ମିଳିତ ସାମୁଖ୍ୟ ମେଣ୍ଟ ସରକାର ଗଢ଼ିଥିଲେ। ତାଙ୍କର ଏହି ସରକାର ୧୮  ମାସ ଯାଏ ତିଷ୍ଠିଥିଲା।  ଦେବଗୌଡା ସରକାର ଭାଙ୍ଗିବା ତାଙ୍କ ମନ୍ତ୍ରୀମଣ୍ଡଳରେ ଥିବା ବୈଦେଶିକ ମନ୍ତ୍ରୀ ଇନ୍ଦ୍ରକୁମାର ଗୁଜରାଲ ଏକ ନୂଆ ମିଳିତ ସାମ୍ମୁଖ୍ୟ ଗଠନ କରିଥିଲେ। ଏବଂ  କଂଗ୍ରେସ ବାହାରୁ ସମର୍ଥନ ଦେବାକୁ ରାଜି ହୋଇଥିଲା।  ଫଳରେ ଗୁଜରାଲ ୧୯୯୭ ଏପ୍ରିଲରେ ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ୱ ଭାର ସମ୍ଭାଳିଥିଲେ। ହେଲେ କଂଗ୍ରେସ ସମର୍ଥନ ପ୍ରତ୍ୟାହାର କରି ନେବାରୁ ଦୁଇ ବର୍ଷ ପରେ ଅର୍ଥାତ ୧୯୯୮ରେ ପୁଣିଥରେ ଦେଶ ଆଉ ଏକ ନିର୍ବାଚନର ସମ୍ମୁଖୀନ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe