Advertisment

ଗୃହରାଷ୍ଟ୍ର ମନ୍ତ୍ରୀ ଓ ପୂର୍ବତନ ବିଧାୟକ ଅଲଗା ଅଲଗା ପାଳିଲେ ବିଜେଡି ପ୍ରତିଷ୍ଠା ଦିବସ

ଗୃହରାଷ୍ଟ୍ର ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ତୁଷାରକାନ୍ତି ବେହେରା ଓ ପୂର୍ବତନ ବିଧାୟକ ସୁରେନ୍ଦ୍ରସେଠୀ ଅଲଗା ଅଲଗା ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ହେଉଛି।

author-image
Manoranjan Sial
BJD

BJD

୨୬ ପୂରି ୨୭ ବର୍ଷରେ ପଦାର୍ପଣ କଲା ବିଜେଡି। ପ୍ରତିଷ୍ଠା ଦିବସକୁ ମହା ଆଡମ୍ୱରେ ସାରା ରାଜ୍ୟରେ ପାଳନ କରାଯାଉଥିବା ବେଳେ କାକଟପୁର ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଗୃହରାଷ୍ଟ୍ର ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ତୁଷାରକାନ୍ତି ବେହେରା ଓ ପୂର୍ବତନ ବିଧାୟକ ସୁରେନ୍ଦ୍ରସେଠୀ ଅଲଗା ଅଲଗା ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ହେଉଛି।

Advertisment

କାକଟପୁର ବିଧାୟକ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ତାଙ୍କ ସମର୍ଥକ ଚନ୍ଦ୍ରଭାଗାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କୋଣାର୍କ ଏନଏସି କଲ୍ୟାଣ ମଣ୍ଡପରେ ଏକ ରକ୍ତଦାନ ଶିବିରରେ ଆୟୋଜନ କରାଯାଇଥିଲା। ଏଥିରେ ଖୋଦ୍‌ ମନ୍ତ୍ରୀଙ୍କ ସମେତ କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକଙ୍କ ସମେତ ହାତ ଗଣତି କେତେକ କର୍ମୀ ଉପସ୍ଥିତ ରହିଥିଲେ।

ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସରିବା ପରେ କାକଟପୁରର ପୂର୍ବତନ ବିଜେଡି ବିଧାୟକ ସୁରେନ୍ଦ୍ର ସେଠୀ ନିଜ ସମର୍ଥକଙ୍କୁ ଧରି ଚନ୍ଦ୍ରଭାଗାରେ ପହଞ୍ଚଥିଲେ। ସେଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ବେଳାଭୂମି ସଫେଇ ଓ ଗରିବ ଲୋକଙ୍କୁ କମ୍ୱଳ ବାଣ୍ଟି ଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଉପସ୍ଥିତ ରହିଥିଲେ। ଏଥିସହ ଅସ୍ତରଙ୍ଗ ବ୍ଲକ୍‌ ଅଧ୍ୟକ୍ଷା ଆରତୀ ନାୟକ, କାକଟପୁର ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀଧର ନାୟକଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ସରପଞ୍ଚ, ସମିତି ସଭ୍ୟ ଓ ଶତାଧିକ କର୍ମୀ ସାମିଲ ହୋଇଥିଲେ।

Advertisment

ସୁରେନ୍ଦ୍ର ସେଠୀ କହିଛନ୍ତି, ଆଜି ହେଉଛି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରତି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ସବୁ ନେତୃତ୍ୱଙ୍କୁ ନେଇ ଆଜି ମୁଁ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିଛି। ବିଜୁବାବୁଙ୍କୁ ସମସ୍ତେ ଭଲ ପାଆନ୍ତି। ପୃଥକ୍‌ ପୃଥକ୍‌ ଭାବେ କିଏ କାହିଁକି ପାଳନ କରୁଛି? ମୋତେ କାହିଁ କିଛି ସେମିତି ଦେଖାଯାଉନି ବୋଲି ଶ୍ରୀ ସେଠୀ କହିଛନ୍ତି।

ରିପୋର୍ଟ- କୋଣାର୍କରୁ ସଞ୍ଜୟପତି

BjD Puri