Advertisment

‘ଇଡି ଚିଫ୍‌ ଯିଏ ବି ହେବ ଭ୍ରଷ୍ଟାଚାରୀଙ୍କ ଉପରେ କଡ଼ା ନଜର ରଖିବ’

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ମୁଖ୍ୟ ଭାବେ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବୃଦ୍ଧି କରିବା ବେଆଇନ ବୋଲି ସୁପ୍ରିମକୋର୍ଟ ସଫା ସଫା କହିବା ପରେ ମୁହଁ ଖୋଲିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ।

Amit Shah

Amit Shah

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ମୁଖ୍ୟ ଭାବେ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବୃଦ୍ଧି କରିବା ବେଆଇନ ବୋଲି ସୁପ୍ରିମକୋର୍ଟ ସଫା ସଫା କହିବା ପରେ ମୁହଁ ଖୋଲିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ। ଗତକାଲି ସୁପ୍ରିମକୋର୍ଟଙ୍କ ଏପରି ରାୟ ପରେ ବିରୋଧୀ ବେଶ୍‌ ଖୁସି ଥିବା ବେଳେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଗୃହ ମନ୍ତ୍ରୀ ଶାହ ।

Advertisment

ଶାହ ନିଜ ମନ୍ତବ୍ୟରେ କହିଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖିଆ କିଏ ହେବ ତାହା ବେଶି ଗୁରୁତ୍ୱ ନୁହେଁ। କିନ୍ତୁ ଯିଏ ବି ଏହି ପଦରେ ରହିବ ସିଏ ବିକାଶ ବିରୋଧୀ ମାନସିକତା ରଖୁଥିବା ପରିବାରବାଦ ଲୋକଙ୍କ ଭ୍ରଷ୍ଟାଚାର ଉପରେ କଡ଼ା ନଜର ରଖିବ ।

ଏଥିସହ ସେ ଟ୍ୱିଟ କରି କହିଛନ୍ତି, ଇଡି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଶୁଣି ଖୁସି ମନାଉଥିବା ଲୋକେ କିନ୍ତୁ ଭ୍ରମରେ ଅଛନ୍ତି। କାରଣ ଭ୍ରଷ୍ଟାଚାର ଓ ନିୟମ ଉଲ୍ଲଘଂନ କରୁଥିବା ବ୍ୟକ୍ତିଙ୍କ ନିମନ୍ତେ ଇଡିର କ୍ଷମତା ପୂର୍ବ ପରି ଶକ୍ତିଶାଳୀ ହୋଇ ରହିଛି। କାରଣ ଏହା ଏପରି ଏକ ସଂସ୍ଥା ଯାହା ନିଜ ଲକ୍ଷ୍ୟ ହାସଲ କରିବାକୁ ପ୍ରତିବଦ୍ଧ । ଯାହାବି ହେଲେ ମନି ଲଣ୍ଡରିଂ ଓ ବିଦେଶୀ ମୁଦ୍ରା ନିୟମ ଉଲ୍ଲଘଂନ କରୁଥିବା ଅଭିଯୁକ୍ତଙ୍କ ଯାଞ୍ଚ ଜାରି ରହିବ ।

Advertisment

ସଞ୍ଜୟ କୁମାର ମିଶ୍ରାଙ୍କ ସପକ୍ଷରେ ଯୁକ୍ତି ବାଢ଼ି କେନ୍ଦ୍ର ସରକାର କହିଛନ୍ତି, ତାଙ୍କ ବଦଳରେ ଉକ୍ତ ସିଟ୍‌ରେ ବସିବା ନିମନ୍ତେ ଅନ୍ୟ ଦକ୍ଷ ଅଫିସରଙ୍କ ସନ୍ଧାନ କରାଯାଇନି । ସେ ଏବେ ବହୁ ମନି ଲଣ୍ଡରିଂ ମାମଲାର ଯାଞ୍ଚ କରୁଛନ୍ତି। ତେଣୁ ଏପରି ସମୟରେ ତାଙ୍କ ବିକଳ୍ପ ଖୋଜିବାକୁ ଆମକୁ କିଛି ସମୟ ଦରକାର।

ସଞ୍ଜୟ କୁମାର ମିଶ୍ରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ମୁଖ୍ୟ ଭାବେ ୨୦୧୮ ନଭେମ୍ବର ମାସରେ ଦାୟିତ୍ୱ ନେଇଥିଲେ। ସେ ଦୁଇ ବର୍ଷ ପରେ ଆର୍ଥାତ୍ ତାଙ୍କୁ ୬୦ ବର୍ଷ ହେବା ପରେ ସେ ଏହି ପଦବୀରୁ ଅବସର ନେବା କଥା। କିନ୍ତୁ ୨୦୨୦ ନଭେମ୍ବରରେ ସରକାର ତାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦେଇଥିଲେ। ତା’ପରେ ତାଙ୍କ କାର୍ଯ୍ୟକାଳକୁ ଆହୁରି ଦୁଇ ଥର ବଢ଼ାଯାଇଛି।

କେନ୍ଦ୍ର ସରକାର ତୃତୀୟ ଥର ପାଇଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ଆବେଦନ କରିଥିବା ବେଳେ ତାହା ବେଆଇନ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ତଥାପି ଏହି ମାମଲାରେ କେନ୍ଦ୍ରକୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ। ସଞ୍ଜୟ କୁମାର ମିଶ୍ରା ଜୁଲାଇ ୩୧ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ବାରମ୍ବାର ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଉ ଘଟଣାକୁ ବିରୋଧୀ ଦଳଗୁଡ଼ିକ କଡ଼ା ବିରୋଧ କରି ଆସୁଥିଲେ। କେନ୍ଦ୍ର ସରକାର ଇଡି ଓ ସିବିଆଇକୁ ରାଜନୀତିକ ବିରୋଧୀଙ୍କ ବିପକ୍ଷରେ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି ବୋଲି ସେମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ।

Bjp Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe