ଜାଟ ବହୁଳ ଆସନରେ କେମିତି କ୍ଲିନ ସୁଇପ କଲା ବିଜେପି?

୨୦୨୧୫ ଓ ୨୦୨୦ ବିଧାନସଭା ନିର୍ବାଚନ ବେଳେ ଦିଲ୍ଲୀର ଜାଟ ବହୁଳ ୧୦ ଆସନରେ ବିଜେପି ଖାତା ଖୋଲି ପାରି ନଥିଲା। କିନ୍ତୁ ଏଥର ଜାଟ ସଂପ୍ରଦାୟ ବିଜେପିକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି।

BJP

ବିଜେପି

Hemant Lenka
  • Published: Tuesday, 11 February 2025
  • Updated: 11 February 2025, 01:59 PM IST

Sports

Latest News

ଦେଶର ରାଜଧାନୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଇତିହାସ ରଚିଛି। ଦଳ ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଦଖଲ କରିବାକୁ ସକ୍ଷମ ହୋଇଛି। ୨୦୧୫ରେ ୩ଟି ଓ ୨୦୨୦ରେ ମାତ୍ର ୮ଟି ଆସନ ଜିତିଥିବା ବିଜେପି ଏଥର ୪୮ଟି ଆସନରେ ବିଜୟ ବାନା ଉଡ଼ାଇଛି। ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ କେବଳ ୨୨ଟି ଆସନ ଜିତିବାକୁ ସକ୍ଷମ ହୋଇଛି। ୨୦୨୫ ଓ ୨୦୨୦ ଭଳି ୨୦୨୫ରେ ମଧ୍ୟ କଂଗ୍ରେସ ଦିଲ୍ଲୀରେ ଖାତା ଖୋଲି ପାରିନାହିଁ। ଦଳୀୟ ପ୍ରାର୍ଥୀ ୬୭ ଆସନରେ ନିଜର ଅମାନତ ବି ହରାଇଛନ୍ତି।

ସିଟ ବାଇ ସିଟ୍‌ ରଣନୀତି ଓ ସ୍ୱତନ୍ତ୍ର ରଣକୌଶଳ ଯୋଗୁ ବିଜେପି ଦିଲ୍ଲୀରେ କ୍ଷମତା ଦଖଲ କରିପାରିଥିବା କୁହାଯାଉଛି। ସେହିପରି ଜାଟ ବହୁଳ ୧୦ଟି ଯାକ ଆସନରେ ବିଜେପି ବିଜୟୀ ହେବା ମଧ୍ୟ ରାଜନୀତିକ ପଣ୍ଡିତମାନଙ୍କୁ ଚକିତ କରି ଦେଇଛି। ୨୦୨୧୫ ଓ ୨୦୨୦ ବିଧାନସଭା ନିର୍ବାଚନ ବେଳେ ଦିଲ୍ଲୀର ଜାଟ ବହୁଳ ୧୦ ଆସନରେ ବିଜେପି ଖାତା ଖୋଲି ପାରି ନଥିଲା। କିନ୍ତୁ ଏଥର ଜାଟ ସଂପ୍ରଦାୟ ବିଜେପିକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି।

କେମିତି ଜାଟ୍‌ ଭୋଟ ନିଜ ପାଖକୁ ଆଣିଲା ବିଜେପି?

Also Read

ଏଥର ବିଧାନସଭା ନିର୍ବାଚନରେ ବିଜେପି ଜାଟ ଭୋଟକୁ ହାସଲ କରିବା ପାଇଁ ଗ୍ରାମୀଣ ସମସ୍ୟା ଉପରେ ଫୋକସ କରିଥିଲା। ସେହିପରି ଦଳର ଜାଟ୍‌ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଦଳ ଅଧିକରୁ ଅଧିକ ଟିକେଟ ଦେଇଥିଲା। ଜାଟ ବହୁଳ ଅଞ୍ଚଳ ଗୁଡ଼ିକରେ ଦୀର୍ଘ ବର୍ଷ ହେଲାଣି ଏକାଧିକ ସମସ୍ୟା ଲାଗି ରହିଥିଲା। ସାଧାରଣ ଭିତ୍ତିଭୂମି ଠାରୁ ଆରମ୍ଭ କରି ଯୋଗାଯୋଗର ବ୍ୟବସ୍ଥା ଜାଟ ବହୁଳ ଅଞ୍ଚଳକୁ ନଥିଲା।

ଡିଡିଏ ଓ ଉପ ରାଜ୍ୟପାଳଙ୍କ ସହାୟତାରେ ଜାଟ ବହୁଳ ଅଞ୍ଚଳଗୁଡ଼ିକ ପାଇଁ କିଛି କାମ କରାଯାଇଥିଲା। ଏହାକୁ ଦେଖି ଜାଟ୍‌ ସଂପ୍ରଦାୟର ଲୋକ ହୃଦୟଙ୍ଗମ କରିଥିଲେ ଯେ ସେମାନଙ୍କ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ନିହାତି ଆବଶ୍ୟକ। କେନ୍ଦ୍ର ସହାୟତା କଲେ ଯାଇ ଏଠାରେ ବିକାଶ ହୋଇପାରିବ ବୋଲି ସେମାନଙ୍କ ଧାରଣା ସୃଷ୍ଟି ହୋଇଥିଲା। ବାସ୍‌ ଏହାକୁ ବିଜେପି ଆଧାର କରି ଜାଟ ଭୋଟକୁ ନିଜ ପାଖକୁ ଆଣିବାକୁ ସକ୍ଷମ ହୋଇଥିଲା।

ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ଦିଲ୍ଲୀର ସମସ୍ତ ୩୬୦ ଗାଁର ପ୍ରତିନିଧିମାନେ ଖୋଲାଖୋଲି ଭାବେ ବିଜେପିକୁ ସମର୍ଥନ ଘୋଷଣା କରିଥିଲେ। ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରଭାବିତ କରିବା ଭଳି ସମସ୍ୟାକୁ ସମାଧାନ କରିବାରେ କେଜ୍ରିୱାଲ ସରକାର ବିଫଳ ହୋଇ ଚାଲିଥିଲେ। ଏହାକୁ ନେଇ ଆପ୍‌ ସରକାର ବିରୋଧରେ ଗ୍ରାମାଞ୍ଚଳରେ ଅସନ୍ତୋଷ ଲାଗି ରହିଥିଲା। ଏସବୁ ଭିତରେ ବିଜେପି ଗ୍ରାମାଞ୍ଚଳର ସମସ୍ୟାକୁ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲା। କେନ୍ଦ୍ର ସରକାରଙ୍କ ବିକାଶମୂଳକ ଯୋଜନା ଗୁଡ଼ିକ ମଧ୍ୟ ଲୋକଙ୍କ ପାଖରେ ବିଜେପି ପହଞ୍ଚାଇଥିଲା। ଏହାର ଫାଇଦା ଦଳକୁ ନିର୍ବାଚନରେ ମିଳିଛି।

ପରବେଶ ବର୍ମା ଫ୍ୟାକ୍ଟର

ପୂର୍ବତନ ସାଂସସ ପରବେଶ ବର୍ମାଙ୍କୁ ଟିକେଟ ଦେବା ମଧ୍ୟ ବିଜେପିକୁ ନିର୍ବାଚନ ଜିତିବାରେ ସହାୟତା କରିଛି। ୪୭ ବର୍ଷୀୟ ପରବେଶ ବର୍ମା ଜାଟ ସଂପ୍ରଦାୟରୁ ଆସିଛନ୍ତି। ତେଣୁ ତାଙ୍କ ପାଇଁ ଜାଟ ସଂପ୍ରଦାୟର ଭୋଟର ବିଜେପି ମୁହାଁ ହୋଇଥିଲେ। ବିଶେଷ କରି ଯୁବଗୋଷ୍ଠୀ ବିଜେପିକୁ ସମର୍ଥନ ଦେଇଥିଲେ। ସେହିପରି ପରବେଶ ବର୍ମାଙ୍କ ବିରୋଧରେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବ୍ୟବହାର କରିଥିବା ଶବ୍ଦ ମଧ୍ୟ ଜାଟ ସଂପ୍ରଦାୟର ଲୋକଙ୍କୁ କ୍ଷୁବ୍ଧ କରିଥିଲା।

ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ପରବେଶ ବର୍ମା ନିଜର ଏନଜିଓ ସହାୟତାରେ ମହିଳାମାନଙ୍କୁ ଟଙ୍କା ବାଣ୍ଟିଛନ୍ତି। ସେ ଜଣେ ଗର୍ଦାର ବୋଲି କେଜ୍ରିୱାଲ ମତ ଦେଇଥିଲେ। କିନ୍ତୁ ଏହା ଆପ୍‌ ପାଇଁ ବୁମେରାଂ ହୋଇଥିଲା। କେଜ୍ରିୱାଲ ନିୟମିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ବ୍ୟକ୍ତିଗତ ଭାବେ ପରବେଶ ବର୍ମାଙ୍କୁ ଟାର୍ଗେଟ କରୁଥିଲେ। କିନ୍ତୁ ଏହାକୁ ଶ୍ରୀ ବର୍ମା ଜାଟ୍‌ ସଂପ୍ରଦାୟକ ସହ ଯୋଡ଼ି ଲୋକଙ୍କୁ ଆପ୍‌ ଓ କେଜ୍ରିୱାଲଙ୍କ ବିରୋଧରେ ମତାଇଥିଲେ।

ସେହିପରି ବର୍ମାଙ୍କୁ ବିଜେପି ସିଧାସଳଖ କେଜ୍ରିୱାଲଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା ସେତେବେଳେ ଏହା ସମ୍ମାନର ଲଢ଼େଇ ଭାବେ ଉଭା ହୋଇଥିଲା। ପରବେଶ ବର୍ମାଙ୍କୁ ସମର୍ଥନ କରିବା ଲକ୍ଷ୍ୟରେ ଜାଟ ସଂପ୍ରଦାୟର ଲୋକ ୧୦ଟି ଯାକ ଆସନରେ ବିଜେପିକୁ ସମର୍ଥନ ଦେଇଥିଲେ।

ଆଉଟର ସିଟ୍‌ ବି ବିଜେପି ନିଜ ଦଖଲକୁ ନେଇଛି

ବିଜେପି ଆଉଟର ଦିଲ୍‌ଏ ସିଟରେ ମଧ୍ୟ କ୍ଲିନ ସୁଇପ କରିଛି। ଏହି ଆସନଗୁଡ଼ିକ ଏକଦା ପରବେଶ ବର୍ମାଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ଗଡ଼ ରହିଥିଲା। ବିଜେପି ବରିଷ୍ଠ ଜାଟ୍‌ କାର୍ଯ୍ୟକର୍ତ୍ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେବାରୁ ଏହା ବିଭିନ୍ନ ମାଧ୍ୟମରେ ଦଳକୁ ଫାଇଦା ଦେଇଥିଲା। ନିର୍ବାଚନ ପ୍ରଚାର ବେଳେ ଆପ୍‌ ଜାଟ ସଂରକ୍ଷଣ କଥା ଉଠାଇଥିଲା। ହେଲେ ଏହାକୁ ବିଜେପି ସହ ଥିବା ଜାଟ ସଂପ୍ରଦାୟର ନେତାମାନେ କାଉଣ୍ଟର କରିଥିଲେ।

ଯଦି ଆପ୍‌ ଜାଟ ସଂରକ୍ଷଣ ପାଇଁ ଏତେ ଚିନ୍ତିତ, ତା’ହେଲେ ଦଳ ପ୍ରଥମେ ଏସଂକ୍ରାନ୍ତ ବିଲ ବିଧାନସଭାରେ ଆଣିବା କଥା। କିନ୍ତୁ ୧୦ ବର୍ଷ କ୍ଷମତାରେ ରହି ମଧ୍ୟ ଆପ୍‌ ସେମିତି କିଛି ବି କରି ନଥିଲା। ଏବେ ନିର୍ବାଚନ ପାଇଁ ଆପ୍‌ ଜାଟ ସଂରକ୍ଷଣ ଭେଳିକି ଦେଖାଉଥିବା ସେମାନେ କହିବାରୁ ଆପ୍‌ ପ୍ରତି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା।

ଲାଡୋ ସରାଇରେ ରହୁଥିବା ପରମଜୀତ ସେଜୱାଲ କହିଛନ୍ତି, “ବିଜେପି ୧୦ରୁ ୧୦ ଆସନ ଦଖଲ କରିବାର ଅନେକ କାରଣ ରହିଛି। ଜାଟ ବହୁଳ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ନ ହେବା ଆପ୍‌ ବିରୋଧରେ ଲୋକଙ୍କ ଅସନ୍ତୋଷ ବଢ଼ିବାର ଗୋଟିଏ କାରଣ। ଦ୍ୱିତୀୟ କାରଣ ହେଲା ଯେ ଜାଟ ସଂପ୍ରଦାୟର ଲୋକମାନେ ଦେଖିଥିଲେ ଯେ କୈଳାସ ଗେହଲଟଙ୍କ ଭଳି ନେତା ଆପ୍‌ ଛାଡ଼ିଥିଲେ। ତୃତୀୟ କାରଣ ହେଲା, ଆପ୍‌ କିମ୍ବା କଂଗ୍ରେସ ଜାଟ ସଂପ୍ରଦାୟର କୌଣସି ଲୋକଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦେଇ ନଥିଲେ। ଏହି ସବୁ କାରଣ ବିଜେପିକୁ ନିର୍ବାଚନରେ ଫାଇଦା ଦେଇଥିଲା।’

ଲାଡୋ ସରାଇ ହେଉଛି ଜାଟ୍‌ ବହୁଳ ମେହରଉଲି ଆସନ ଅଧୀନରେ ରହିଛି। ଏଠାରେ ବିଜେପିର ଗଜେନ୍ଦ୍ର ଯାଦବ ୧୭୮୬ ଖଣ୍ଡ ଭୋଟରେ ଆପ୍‌ ପ୍ରାର୍ଥୀଙ୍କୁ ହରାଇଛନ୍ତି। ଜାଟ ବହୁଳ ନଜାଫଗଡ଼ରେ ବିଜେପିର ନୀଲମ ପହଲବାନ ୨୯,୦୦୯ ଖଣ୍ଡ ଭୋଟ ବ୍ୟବଧାନରେ ଆପ୍‌ର ତରୁନ କୁମାରଙ୍କୁ ହରାଇଛନ୍ତି। ଗତଥର ଆପ୍‌ ଏଠାରେ ୭୨,୬୯୯ ଖଣ୍ଡ ଭୋଟ ପାଇଥିଲା।

ନିର୍ବାଚନର ଠିକ ପୂର୍ବରୁ ଆପ୍‌ ଛାଡ଼ି ବିଜେପିରେ ଯୋଗ ଦେଇଥିବା କୈଳାସ ଗେହଲଟ ବିଜୱାସନ ଆସନରୁ ୧୧,୨୭୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସେ ଆପ୍‌ର ସୁରେନ୍ଦ୍ର ଭରଦ୍ୱାଜଙ୍କୁ ହରାଇଛନ୍ତି। ପାଲମ ନିର୍ବାଚନ ମଣ୍ଡଳରୀରେ ଜାଟ ଭୋଟରଙ୍କ ସଂଖ୍ୟା ସବୁଠାରୁ ଅଧିକ। ଏଠାରେ ବିଜେପିର କୁଲଦୀପ ସୋଲାଙ୍କୀ ଆପ୍‌ର ଯୋଗିନ୍ଦର ସୋଲାଙ୍କିଙ୍କୁ ୮,୫୯୨ ଖଣ୍ଡ ଭୋଟରେ ହରାଇଛନ୍ତି।

ନଙ୍ଗଲୋଇ ଜାଟରେ ବିଜେପି ମନୋଜ କୁମାର ଶୋକୀନ ୨୬,୨୫୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏହାବାଦ ଜାଟ ବହୁଳ ନରେଲାରେ ବିଜେପି ୮,୫୯୬, ରିଥାଲାରେ ୨୯,୬୧୬, ମୁଣ୍ଡକାରେ ୧୦,୫୫୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ଜିତିଛି। ବିକାଶପୁରୀ ଓ ମାତିଆଲାରେ ବି ବିଜେପିର ଦବଦବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story