'ନବୀନଙ୍କ ଗ୍ୟାରେଣ୍ଟି ଉପରେ ଆଉ ଭରସା ନାହିଁ'

  • Published: Sunday, 26 May 2024
  • , Updated: 26 May 2024, 02:02 PM IST

ଲୋକେ ଆଉ ବୁଝିବା ପରିସ୍ଥିତିରେ ନାହାଁନ୍ତି। ଜୁଲାଇରୁ 100 ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବେ ସରକାର, ଏକଥା ଶୁଣିବା ପରେ ଗାଁର ମହିଳାମାନେ ହସୁଛନ୍ତି । ଆଗପଛ କିଛି ଦେଖିଲେନି, ରୋକଠୋକ ମୁହଁରେ କହିଲେ, ମାଗଣା ବିଜୁଳି କଥା ସମ୍ପୂର୍ଣ୍ଣ ମିଛ। ଭୋଟ ପାଇବା ପରେ କିଏ କାହାର ? ଭୋଟ ପାଇବା ପାଇଁ ଏମିତି କହୁଛନ୍ତି। ସରକାରଙ୍କ କଥାକୁ ଏ କାନରେ ପୂରାଇ, ସେ କାନରେ ବାହାର କରିଦେଉଛନ୍ତି ଗାଁ ଲୋକେ। ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟିରେ ସରକାରଙ୍କ ଉପରେ ବର୍ଷିଲେ ସାଲେପୁର ନିର୍ବାଚନମଣ୍ଡଳୀର ଜନସାଧାରଣ ।

Related story