Advertisment

ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ କେମିତି ରହିଛି ଲୋକଙ୍କ ମୁଡ ?

ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ କେମିତି ରହିଛି ଲୋକଙ୍କ ମୁଡ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ ?

author-image
Manoj Swain

ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ମନ୍ଦାରବସ୍ତ ଗାଁ । ବନ୍ୟା ପ୍ରପିଡ଼ିତ ଅଞ୍ଚଳ । ହେଲେ ଖରାଦିନେ ପାଣି ପାଇଁ ଡହଳବିକଳ ଗାଁ ଲୋକ। ଗାଁ ନିକଟରେ କେନାଲ ଅଛି କିନ୍ତୁ ତାର ପାଣିକୁ ବିନିଯୋଗ କରାଯାଉନାନାହିଁ। ଯାହା ଫଳରେ ପିଇବା ପାଣି କଥା ଛାଡନ୍ତୁ ଚାଷ ଜମିକୁ ପାଣି ମିଳୁନି। କୂଅ ପୋଖରୀ ଶୁଖିଗଲା ପରେ ପାଣି ପାଇଁ ଗାଁ ଲୋକ 3 କିଲୋମିଟର ପର୍ଯ୍ୟନ୍ତ ଯାଆନ୍ତି। କେବଳ ଏତିକି ନୁହେଁ ଅବାସ ଯୋଜନାରେ ବି ଦଳୀୟ ଭିତ୍ତିରେ କାମ ହୋଇଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି। ଏ ଅଭିଯୋଗ ନେଇ ଅନେକ ଥର ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ଜଣାଇଛନ୍ତି । ହେଲା କୌଣସି ଫାଇଦା ହୋଇନି କି ସମସ୍ୟା ଦୂରିଭୁତ ହୋଇନାହିଁ। ଓଡ଼ିଶା ରିପୋର୍ଟରର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁର ପଲିଟିକାଲ ଖଟି କାର୍ଯ୍ୟକ୍ରମରେ ଗାଁର ରାଜନୈତିକ ମାହୋଲ କିପରି ଅଛି ଜାଣିବା ପାଇଁ ଆମ ଟିମ ପହଞ୍ଚିଥିଲା ଏହି ଗାଁରେ। 

Advertisment
2024 General Election Puri Odisha