Advertisment

ଅମିତ ଶାହଙ୍କୁ ଉଦୟନିଧିଙ୍କ ପ୍ରଶ୍ନ, 'ପୁଅ କେତେ ରନ୍ କରିଛି ?'

ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ତାମିଲନାଡୁ କ୍ରୀଡା ମନ୍ତ୍ରୀଙ୍କ ପ୍ରଶ୍ନ- ପୁଅ କେମିତି BCCIର ସଂପାଦକ ହେଲେ?

ଅଦ୍ୟତନ ହୋଇଛି
Udhayanidhi Stalin And Amit Shah

Udhayanidhi Stalin And Amit Shah

Advertisment

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ତାମିଲନାଡୁ କ୍ରୀଡ଼ା ମନ୍ତ୍ରୀ କରିଥିବା ପ୍ରଶ୍ନକୁ ନେଇ ଚର୍ଚ୍ଚା। ପୁଅ କେତେ ରନ୍ କରିଛନ୍ତି ବୋଲି ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶ୍ନ କରିଛନ୍ତି ତାମିଲନାଡୁ କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍। ତା’ସହିତ କେଉଁ ଯୋଗ୍ୟତା ବଳରେ ସେ (ଜୟ ଶାହ) ବିସିସିଆଇର ସଂପାଦକ ହୋଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଉଦୟନିଧି। 

Advertisment

ଶୁକ୍ରବାର ରାମେଶ୍ୱରମର ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ତାମିଲନାଡୁ ଆସିଥିଲେ ଅମିତ ଶାହ। ଏହି ଅବସରରେ ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ତାଙ୍କ ଦଳ ଡିଏମକେ ବଂଶବାଦ ରାଜନୀତିକୁ ପ୍ରୋତ୍ସାହିତ କରୁଥିବା କହିଥିଲେ। ଶାହଙ୍କ ଏହି ଟିପ୍ପଣୀ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍।

ଚେନ୍ନାଇରେ DMKର ଯୁବ ଶାଖାର ନୂତନ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ସମ୍ବୋଧିତ କରିବାବେଳେ ଉଦୟନିଧି କହିଛନ୍ତି, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପରେ ମୁଁ ବିଧାୟକ ହେଲି ଏବଂ ପରେ ଦଳ ମୋତେ ମନ୍ତ୍ରୀ କରିଥିଲା। ଅମିତ ଶାହା କହିଲେ ଆମ ଦଳର ନେତାମାନେ ମୋତେ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆମ ଦଳର ନେତାମାନେ ବଂଶବାଦ ରାଜନୀତିରେ ବିଶ୍ୱାସ କରୁଛନ୍ତି ଏବଂ ଆମ ଦଳ ଏକ ବଂଶବାଦ ଦଳ। ଏଠାରେ ମୁଁ ଅମିତ ଶାହାଙ୍କୁ ପଚାରିବାକୁ ଚାହେଁ, ଆପଣଙ୍କ ପୁଅ କିପରି BCCI ସଂପାଦକ ହେଲେ? ସେ କେତୋଟି ମ୍ୟାଚ୍ ଖେଳିଛନ୍ତି ଓ କେତେ ରନ୍ କରିଛନ୍ତି? 

Advertisment

ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ବର୍ତ୍ତମାନ BCCI ସଂପାଦକ ଅଛନ୍ତି। ସେ ୨୦୧୯ରୁ ଏହି ପଦବୀରେ ଅଛନ୍ତି। 

Political News Udhayanidhi Stalin Udhayanidhi Stalin Questioned Amit Shah National News Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe