ପାଣ୍ଡିଆନଙ୍କ ବିମାନ ବୁଲା ହିସାବ ଦେଲା ବିଜେପି, ସରକାରୀ ଖର୍ଚ୍ଚରେ ବିମାନ ଧରି ଯାଇଥିଲେ ବାହାଘର ଭୋଜି

ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,  ଶ୍ରୀ ପାଣ୍ଡିଆନ ନିଜର ବ୍ୟକ୍ତିଗତ କାମରେ, ବାହାଘର ଭୋଜି ଖାଇବାକୁ ଯିବା ଭଳି କାର୍ଯ୍ୟରେ ସରକାରୀ ହେଲିକ୍ୟାପ୍ଟରକୁ ବ୍ୟବହାର କରିଛନ୍ତି ।

BJP PhotoOR

ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ

Ordigital Desk
  • Published: Saturday, 02 September 2023
  • Updated: 02 September 2023, 07:21 PM IST

Sports

Latest News

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ସରକାରୀ ଖର୍ଚ୍ଚରେ ବିମାନରେ ବୁଲିବାର ହିସାବ ଦେଇଛି ବିଜେପି । ଏପରିକି ବିବାହ ଭୋଜି ଓ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବି ସରକାରୀ ଖର୍ଚ୍ଚରେ ବିମାନରେ ବୁଲିବାକୁ ପାଣ୍ଡିଆନ ପଛାଇ ନାହାନ୍ତି । ଚଳିତବର୍ଷ ଜାନୁୟାରୀରୁ ଜୁନ୍ ମାସ ମଧ୍ୟରେ ମୋଟ ୭୫ଥର ସରକାରୀ ଖର୍ଚ୍ଚରେ ବିମାନ ଉଡ଼ାଣ ହୋଇଥିବାର ବିଜେପି ହିସାବ ଦେବା ସହ ଜଣେ ସଚିବ ପାହ୍ୟାର ଅଧିକାରୀଙ୍କୁ କିଏ ଏତେ ପରିମାଣର ହେଲିକପ୍ଟର ବ୍ୟବହାର ପାଇଁ ଅନୁମତି ଦେଲେ ଓ ସରକାରୀ ଅର୍ଥର ଅପବ୍ୟୟ କାହିଁକି କରାଗଲା ବୋଲି ବିଜେପି ପ୍ରଶ୍ନ କରିଛି। ସଚିବ ଏଭଳି ସରକାରୀ ଅର୍ଥ ଅପବ୍ୟୟ ପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ନିକଟରେ ବିଜେପି ଦାବି କରିଛି ।

ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,  ଶ୍ରୀ ପାଣ୍ଡିଆନ ନିଜର ବ୍ୟକ୍ତିଗତ କାମରେ, ବାହାଘର ଭୋଜି ଖାଇବାକୁ ଯିବା ଭଳି କାର୍ଯ୍ୟରେ ସରକାରୀ ହେଲିକ୍ୟାପ୍ଟରକୁ ବ୍ୟବହାର କରିଛନ୍ତି । ଏୟାରପୋର୍ଟ ଅଥରିଟ ଅଫ୍ ଇଣ୍ଡିଆଙ୍କଠୁ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟନୁସାରେ ମୁଖ୍ୟମନ୍ତ୍ରୀଙ୍କର ସଚିବ ଶ୍ରୀ ପାଣ୍ଡିଆନ ୨୦୨୩ ମେ’୧୪ତାରିଖରେ ଭୁବନେଶ୍ୱରରୁ ଏକ ହେଲିକ୍ୟାପ୍ଟରରେ ଅନୁଗୁଳ ଯାଇଥିଲେ । ସେଦିନ ପାଲଲହଡ଼ା ବିଧାୟକଙ୍କର ବାହାଘର ଭୋଜି ଖାଇବା ପାଇଁ ନିଜେ ପାଣ୍ଡିଆନ ବାବୁ ସରକାରୀ ଖର୍ଚ୍ଚରେ ହେଲିକ୍ୟାପ୍ଟର ନେଇ ଯାଇଥିଲେ । ସେହିଭଳି ସମାନ ଢଙ୍ଗରେ ୨୦୨୩ ଜୁନ୍ ୨୮ତାରିଖ ଦିନ ଆଉ ଜଣେ ବିଜେଡି ବିଧାୟକଙ୍କ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମଧ୍ୟ ସେ ସରକାରୀ ହେଲିକ୍ୟାପ୍ଟରର ବ୍ୟବହାର କରିଛନ୍ତିି । ଜଣେ ସଚିବ ବାହାଘର ଭୋଜି ଖାଇବା ପାଇଁ ଯଦି ସରକାରୀ ଅର୍ଥକୁ ଅପବ୍ୟୟ କରି ହେଲିକ୍ୟାପ୍ଟରର ବ୍ୟବହାର କରିବେ ତାହେଲେ ଏହାକୁ ଯେତେ ନିନ୍ଦା, ସମାଲୋଚନା କଲେ ବି କମ୍ ପଡିବ । ଏହା ସିଧାସଳଖ ଭାବେ ସରକାରୀ ଅର୍ଥର ଅପବ୍ୟୟ । ୨୦୨୩ ଜାନୁୟାରୀରୁ ଜୁନ ମାସ ଭିତରେ ମୋଟ ୭୫ ଥର ସରକାରୀ ଅର୍ଥରେ ଭୁବନେଶ୍ୱର ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ, ହେଲିକ୍ୟାପ୍ଟର, ବିଜନେସ ଜେଟ ଉଡିଛି । ସେଥିରେ ଅନେକ ବାର ବି୨୦୦, ଡାସଲ୍ଟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଫାଲକନ୍ ୨୦୦୦, ପ୍ରିମିୟର ଆଇଏ ଏଆର କ୍ରାଫ୍ଟ ଉଡିଛି ଯାହା ହେଉଛି ବିଜନେସ କ୍ଲାସର । ଏହାକୁ କିଏ ସବୁ ବ୍ୟବହାର କରିଛନ୍ତି ? କେଉଁ ସରକାରୀ ଅଧିକାରୀଙ୍କ ପରିବାର ଲୋକେ, କେଉଁ ଅଣ ଓଡ଼ିଆ ବ୍ୟବସାୟୀମାନେ ଯାଇଛନ୍ତି ଏହାର ତଦନ୍ତ ହେବା ଦରକାର । ଯେଉଁଭଳି ଭାବରେ ଏବେ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ସାରା ରାଜ୍ୟରେ ସଚିବଙ୍କ କାର୍ଯ୍ୟକ୍ରମ ଚାଲିଛି ଏହା ଯଦି ଏଭଳି ଚାଲୁରହେ ବୋଧହୁଏ ନିର୍ବାଚନ ଆସିବା ବେଳକୁ ରାଜ୍ୟ ରାଜକୋଷରୁ ଏ ବାବଦରେ ପ୍ରାୟ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିବ ବୋଲି ବିଜେପି ଆଶଙ୍କା କରୁଛି ।

ଶ୍ରୀ ବିଶ୍ୱାଳ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ପାଣ୍ଡିଆନଙ୍କ ସମସ୍ତ କାର୍ଯ୍ୟକ୍ରମରେ ପ୍ରତିବାଦ ହେଉଛି । କେବଳ ସେତିକି ନୁହେଁ ତାଙ୍କୁ ପ୍ରଶ୍ନ ପଚାରିଲେ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଗୋପାଳପୁର ବିଧାୟକଙ୍କ ଉପରେ ଆକ୍ରମଣ ଉଦ୍ୟମ କରାଗଲା । ଯାଜପୁରରେ ହାତରେ ଠେଙ୍ଗା ଓ ୫ଟି ଟି-ସାର୍ଟ ପିନ୍ଧି ବିଜେଡିର ଗୁଣ୍ଡାମାନେ ଅରାଜକତା କଲେ । ତିନୋଟି ଯାକ ଘଟଣା ମଧ୍ୟରୁ କୌଣସି ଗୋଟିଏ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ସମ୍ବିଧାନର ମୁଖବନ୍ଧରେ ଅହିଂସା ଲେଖିବା ପାଇଁ ମନ ବଳେଇଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏକଥା ଜାଣିଛନ୍ତି ନା ନାହିଁ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

Also Read

ବିଜେଡିର ମୁଖପାତ୍ର ଓ ବିଧାୟକମାନେ ବାରମ୍ବାର କହି ଆସୁଛନ୍ତି ଯେ ପାଣ୍ଡିଆନ ରାଜ୍ୟବାସୀଙ୍କ ପାଇଁ ସେବା କରୁଛନ୍ତି । ତା’ହେଲେ ୨୦୨୩ ମେ’ ୧୪  ଓ ଜୁନ୍ ୨୮ ତାରିଖରେ ପାଣ୍ଡିଆନ ସରକାରୀ ଖର୍ଚ୍ଚରେ ବିମାନରେ କୁଆଡ଼େ ଯାଇଥିଲେ ଓ କାହାର ସେବା କରିଥିଲେ ତା’ର ଉତ୍ତର ରଖିବେ କି ବୋଲି ଶ୍ରୀ ବିଶ୍ୱାଳ କଟାକ୍ଷ କରିଛନ୍ତି । ଜଣେ ସଚିବ ପାହ୍ୟା ଅଫିସର ସରକାରୀ ଖର୍ଚ୍ଚରେ ହେଲିକପ୍ଟରରେ ଯାଇ ବାହାଘର ଭୋଜିରେ ଯୋଗ ଦେବା ଠିକ ନା ଭୁଲ୍ ତାହା ବିଜେଡି ସ୍ପଷ୍ଟ କରୁ ।

ସେହିପରି ବିଜେଡି ଏବେ ଏକ ଇଭେଂଟ ମ୍ୟାନେଜମେଂଟ କମ୍ପାନୀରେ ପରିଣତ ହୋଇଛି । ସେମାନଙ୍କର ବିଧାୟକମାନେ ଟେଂଟ ହାଉସ ସୁପରଭାଇଜର, ମନ୍ତ୍ରୀମାନେ ଡେକୋରେସନ ସୁପରଭାଇଜର, ଜିଲ୍ଲା ସଭାପତିମାନେ ଫୁଡ୍ ଏବଂ କ୍ୟାଟରିଂ ସୁପରଭାଇଜର ସାଜିଛନ୍ତି । ୨୦୧୯ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୯ ସେପ୍ଟେମ୍ବର ୧୩ରେ ରାଜ୍ୟର ନବନିର୍ବାଚିତ ବିଧାୟକମାନଙ୍କୁ ସମ୍ବୋଧିତ କରି ତିନୋଟି କଥା କହିଥିଲେ । ଗୋଟିଏ ହେଲା - ‘ଗଣତନ୍ତ୍ରରେ ଗ୍ରହଣ ନଲାଗୁ, ସରଳ ହୁଅ ଓ ଲୋକଙ୍କ ସହିତ ଯୋଡ଼ିହୁଅ\' । କିନ୍ତୁ ତାଙ୍କ ସଚିବଙ୍କ କାର୍ଯ୍ୟକଳାପରୁ ଏହା ସ୍ପଷ୍ଟ ଯେ, ନିଜେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଗଣତନ୍ତ୍ରରେ ଗ୍ରହଣ ଲଗାଇ ଦେଲେ, ଲୋକଙ୍କ ସହିତ ଯୋଡ଼ିହେବା ପାଇଁ ସଚିବଙ୍କୁ ପଠାଇଲେ । ବାହାଘର ଭୋଜି ଖାଇବାରେ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର ହେବା କି ପ୍ରକାର ସରଳ ବ୍ୟବହାର ତାହା ମୁଖ୍ୟମନ୍ତ୍ରୀ ପ୍ରକାଶ କରନ୍ତୁ ବୋଲି ବିଜେପି ଦାବି କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story