Advertisment

ନୂଆ ପଞ୍ଜିକାରେ ଦେଶ ଓ ରାଜ୍ୟର ରାଜନୀତିକ ଚିତ୍ର

ପଞ୍ଜିକାର ସଂଖ୍ୟା ଗଣିତ କହୁଛି ବିଜେପିର ସଂଖ୍ୟା ୧। ଅର୍ଥାତ ରବିଙ୍କ ସଂଖ୍ୟା। ତେଣୁ ଦଳ ପାଇଁ ଲାଭଦାୟକ ହେବ ଚଳିତ ନିର୍ବାଚନ।

BJD

BJD

Advertisment

ଆଜି ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ। ଆଜିଠୁ ପ୍ରଚଳିତ ହୋଇଛି ନୂଆ ପଞ୍ଜିକା। ତା’ସହ ଓଡ଼ିଆ ନବବର୍ଷରେ ବି ଲାଗିଛି ନିର୍ବାଚନୀ ଛିଟା। ଏ ବର୍ଷ କେଉଁ ଦଳର ହେବ ଜିତାପଟ? କେଉଁ ଦଳର ହେବ ଘାଟା ? କାହାର ହେବ ପଟ୍ଟ ପରିବର୍ତ୍ତନ? କାହାର କଟିବ ପତ୍ତା? ତାକୁ ନେଇ ନାନା ଚର୍ଚ୍ଚା। ଜ୍ୟୋତିର୍ବିଦଙ୍କ ମତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବେ।

Advertisment

ସେହିପରି ଓଡ଼ିଆ ନବବର୍ଷ ଆଣିବ କି ରାଜ୍ୟରେ ରାଜନୀତିକ ପରିବର୍ତ୍ତନ? ମାସକ ପରେ ରାଜ୍ୟରେ ନିର୍ବାଚନ ଥିବାରୁ କିଏ ଗଢ଼ିବ ସରକାର ? କିଏ ବସିବ ବିରୋଧୀ ଆସନରେ ? କ’ଣ କହୁଛି ଓଡ଼ିଆ ପଞ୍ଜିକା? ବିଭିନ୍ନ ପଞ୍ଜିକାରେ ରହିଛି ଭିନ୍ନ ଭିନ୍ନ ଗଣନା। ତେବେ ପଞ୍ଜିକାରେ ଏଥର ପ୍ରାୟତଃ ଦଳ ନୁହେଁ, ବରଂ ପ୍ରାର୍ଥୀଙ୍କ ଗୁରୁତ୍ୱ ବଢିବ ବୋଲି ଦର୍ଶାଯାଇଛି।

ଚଳିତ ପଞ୍ଜିକାରେ ରାଜା ଚନ୍ଦ୍ରରେ, ମନ୍ତ୍ରୀ ବୃହସ୍ପତିରେ, ପରୀକ୍ଷକ ଶନିରେ ଓ ପୁରୋହିତ ରବିରେ ରହି କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଅର୍ଥାତ ଚନ୍ଦ୍ର ଶୀତଳ ଗ୍ରହ ହୋଇଥିବାରୁ ବର୍ତ୍ତମାନର ଶାସକଙ୍କୁ ହିଁ ଜନତା ଜନାର୍ଦ୍ଦନ ବାଛିବେ। ଦେଶରେ ସ୍ଥିର ସରକାର ଗଠନ ହେବ। ଉଭୟ ଦେଶ ଓ ରାଜ୍ୟକୁ ସ୍ଥିର ସରକାର ମିଳିବେ ବୋଲି ପଞ୍ଜିକାରେ ଉଲ୍ଲେଖ ଥିବା କହିଛନ୍ତି ଜ୍ୟୋତିର୍ବିଦ। ରାଜ୍ୟରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ନବୀନ ମୁଖ୍ୟମନ୍ତ୍ରୀ ହେଲେ ବି ବିଜେଡିରେ ଅସ୍ଥିରତା ଲାଗି ରହିବ ବୋଲି ପଞ୍ଜିକା ଦେଖି ଜ୍ୟୋତିର୍ବିଦମାନେ ଆକଳନ କରିଛନ୍ତି।

Advertisment

ଦେଶ ଦେଶ ମଧ୍ୟରେ ବିଦ୍ୱେଷ ଲାଗିରହିଥିବାରୁ ସାରା ବିଶ୍ୱକୁ ଭାରତ ଶାନ୍ତିର ବାର୍ତ୍ତା ଦେବ ବୋଲି ମତ ରଖିଛନ୍ତି ଜ୍ୟୋତିର୍ବିଦ ଡକ୍ଟର ନରେଶ ଚନ୍ଦ୍ର ଦାଶ। ସେ କହିଛନ୍ତି, “ସ୍ଥିର ସରକାର ଗଠନ ହେବ। ଦେଶ ଓ ରାଜ୍ୟକୁ ସ୍ଥିର ସରକାର ଶାସନ ପ୍ରଦାନ କରିବେ। କାରଣ ଚନ୍ଦ୍ର ହେଉଛନ୍ତି ଶୀତଳ ଦାୟକ ଏବଂ ମନ୍ତ୍ରୀ ହେଉଛନ୍ତି ବୃହସ୍ପତି। ଯେହେତୁ ମନ୍ତ୍ରୀ ବୃହସ୍ପତି ଅଛନ୍ତି, ତେଣୁ ଯେଉଁମାନେ ଦେଶକୁ ଶାସନ କରିବେ ସେମାନେ ବେଶ ବିଜ୍ଞତାର ସହିତ ଶାସନ ପ୍ରଦାନ କରିବେ।”

ଦେଶ ଏବଂ ଜନତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ ପାଇଁ ନିର୍ଣ୍ଣାୟକ ଭୂମିକା ନେବ ଚଳିତ ବର୍ଷ। ଅକଳରେ ପଡ଼ିବେ ବଡ଼ ବଡ଼ ନେତା। କେନ୍ଦ୍ରରେ ବିଜେପି ସରକାର ଓ ମୋଦି ପୁଣିଥରେ ହେବେ ପ୍ରଧାନମନ୍ତ୍ରୀ। କାରଣ ପଞ୍ଜିକାର ସଂଖ୍ୟା ଗଣିତ କହୁଛି ବିଜେପିର ସଂଖ୍ୟା ୧। ଅର୍ଥାତ ରବିଙ୍କ ସଂଖ୍ୟା। ତେଣୁ ଦଳ ପାଇଁ ଲାଭଦାୟକ ହେବ ଚଳିତ ନିର୍ବାଚନ। ସେହିପରି ୯ ହେଉଛି ବିଜେଡିର ସଂଖ୍ୟା। ବିଜେଡି ଭଲ ପ୍ରଦର୍ଶନ କଲେ ବି ପୂର୍ବ ନିର୍ବାଚନଗୁଡ଼ିକ ଅପେକ୍ଷା ଏଥର କିନ୍ତୁ ଫଳାଫଳରେ ବ୍ୟତିକ୍ରମ ଘଟିବ। ତଥାପି ମିଥୁନ ରାଶି ହୋଇଥିବାରୁ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଥିବା କହିଛନ୍ତି ଜ୍ୟୋତିର୍ବିଦ। କଂଗ୍ରେସ ସଂଖ୍ୟା-୨। ଯାହା ଚନ୍ଦ୍ରଙ୍କର। ତେଣୁ ଦଳରେ ଅସ୍ଥିର ଭାବ ରହିବ ବୋଲି କହିଛନ୍ତି ଜ୍ୟୋତିର୍ବିଦ ମନୋଜ ଲେଙ୍କା।

ପଞ୍ଜିକା ଯାହା କହୁଥାଉ ନା କାହିଁକି ୩ ପ୍ରମୁଖ ଦଳ କିନ୍ତୁ ଆତ୍ମବିଶ୍ୱାସ ସହ ନିଜ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, “କଂଗ୍ରେସ ପାଇଁ ଓଡ଼ିଆ ନୂଆ ବର୍ଷ ଭଲ ହେବ। ୮୦ ପ୍ରତିଶତ ଯୁବକ ଯୁବତୀଙ୍କୁ ଟିକେଟ ଦେଇଛି ଦଳ। ରେଜଲଟ ଭଲ ହେବ। ପରସ୍ପର ଦୋଷ ଲଦାଲଦି ନହୋଇ ମିଳିମିଶି ପ୍ରୋଜେକ୍ଟ କରିବା। ପଛୁଆ ବର୍ଗ ଲୋକଙ୍କୁ ସ୍ୱାବଲମ୍ବୀ କରିବା।

ବିଜେପିର ବିରଞ୍ଚି ତ୍ରିପାଠୀ କହିଛନ୍ତି, “ଏ ବର୍ଷ ଓଡ଼ିଶାବାସୀଙ୍କ ପାଇଁ ଶୁଭଦାୟକ ହେବ। ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଓଡ଼ିଶାବାସୀଙ୍କୁ ସୁଶାସନ ଦେଉଥିବା ଗୋଟିଏ ଦୁର୍ନୀତି ବିହୀନ ସରକାର ଓ ନରେନ୍ଦ୍ର ମୋଦିଙ୍କ ସରକାର ଓଡ଼ିଶାରେ ମଧ୍ୟ ପ୍ରତିଷ୍ଠା ହେବ।”

ବିଜେଡି ଇସ୍ତାହାର କମିଟିର ସଦସ୍ୟ ଚିନ୍ମୟ ସାହୁ କହିଛନ୍ତି, “୨୦୨୪ ନିଶ୍ଚିତ ଭାବରେ ଅନେକ ଇତିହାସ ସୃଷ୍ଟି କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଷ୍ଠ ଥର ପାଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ବିଜୁ ଜନତା ଦଳ ମଧ୍ୟ ସରକାର ଗଠନ କରିବାକୁ ଯାଉଛି। ବିଜେଡି ଉପରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ରହି ଆସିଛି।”

Odisha BjD Bjp Congress Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe