Advertisment

ଓଡ଼ିଶାରେ କେମିତି ହେବ ବିଜେପି ସରକାର? ୬ରେ ଗୌହାଟୀରେ ମାନସମନ୍ଥନ

୨୦୨୪ ନିର୍ବାଚନରେ କେନ୍ଦ୍ରରେ ହାଟ୍ରିକ୍‌ ସରକାର ଗଠନ ପାଇଁ କସରତ ଆରମ୍ଭ କରିଛି ବିଜେପି। ଦେଶକୁ ୩ଟି ଜୋନରେ ବିଭକ୍ତ କରି ୬, ୭ ଓ ୮ ତାରିଖରେ ବୈଠକ କରାଯାଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବ ଦଳ।

BJP

BJP

Advertisment

ଓଡ଼ିଶାରେ କେମିତି ହେବ ବିଜେପି ସରକାର। ତା’ସହ ଏଠାରୁ ଅଧିକରୁ ଅଧିକ ଲୋକସଭା ସିଟ୍‌ ଦଖଲ ପାଇଁ ଗୌହାଟୀରେ ହେବ ମାନସ ମନ୍ଥନ। ଆସନ୍ତା ୬ ତାରିଖରେ ପୂର୍ବାଞ୍ଚଳ ରାଜ୍ୟଗୁଡିକୁ ନେଇ ଗୌହାଟୀରେ ବସିବାକୁ ଥିବା ବୈଠକରେ ଯୋଗଦେବେ ରାଜ୍ୟ ବିଜେପିର ୫ ଜଣିଆ ଟିମ୍। ରାଜ୍ୟ ସଭାପତି ମନମୋହନ ସାମଲ, କ୍ଷୋତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟ ପାଲସିଂ ତୋମାର ଓ ସଂଗଠନ ସାଧାରଣ ସଂପାଦକ ମାନସ ମହାନ୍ତି। ବୈଠକ ଭାଗ ନେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ୨୦୨୪ରେ କଣ ହେବ ରଣନୀତି? ଆଉ ତାକୁ କେମିତି କରାଯିବ କାର୍ଯ୍ୟକାରୀ। ଓଡ଼ିଶା ଦଖଲ ପାଇଁ ସଂଗଠନରେ ଆଉ କ’ଣ ଆବଶ୍ୟକତା ଅଛି ସେ ନେଇ ହେବ ଆଲୋଚନା। ୨୦୧୯ ମସିହାରେ ୮ ଲୋକସଭା ଆସନ ଜିତିବା ପରେ ୨୪ରେ ଭଲ ରେଜଲ୍ଟ ପାଇଁ ଶୀର୍ଷ ନେତୃତ୍ୱଙ୍କ ଫୋକସରେ ଓଡ଼ିଶା।

Advertisment

ଓଡ଼ିଶାରୁ ୨୧ରୁ ୨୧ ଆସନ ଦଖଲ କରିବୁ, ଏହା ସହ ଓଡ଼ିଶାରେ ସ୍ଥିର ସରକାର ଗଠନ କରିବୁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ତେବେ ମନମୋହନଙ୍କ ଏହି ଦାବିକୁ ସମାଲଚନା କରିଛନ୍ତି ବିଜେଡି ଓ କଂଗ୍ରେସ। ବିଜେଡି କହିଛି ଗୌହାଟୀ କି ଦିଲ୍ଲୀର କୌଣସି ଷ୍ଟ୍ରାଟେଜି ଓଡ଼ିଶାରେ କାମ ଦେବନି। କଂଗ୍ରେସ କହିଛି, ବିଜେଡି ସହ ବିଜେପି ମିଶିକି ଥିବାରୁ ଏଠି ଫ୍ରେଣ୍ଡଲି ଫାଇଟ ହେବ।

୨୦୨୪ ନିର୍ବାଚନରେ କେନ୍ଦ୍ରରେ ହାଟ୍ରିକ୍‌ ସରକାର ଗଠନ ପାଇଁ କସରତ ଆରମ୍ଭ କରିଛି ବିଜେପି। ଦେଶକୁ ୩ଟି ଜୋନରେ ବିଭକ୍ତ କରି ୬, ୭ ଓ ୮ ତାରିଖରେ ବୈଠକ କରାଯାଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବ ଦଳ। ୬ରେ ଓଡ଼ିଶା ସହ ୧୨ ପୂର୍ବାଞ୍ଚଳ ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ, ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ତ୍ରିପୁରା ଯୋଗଦେବେ। ପୂର୍ବ ଭାରତର ୧୪୨ ଲୋକସଭା ସିଟ ଥିବା ବେଳେ ତା ମଧ୍ୟରୁ ବିଜେପି ପାଖରେ ରହିଛି ମାତ୍ର ୬୮ଟି ଆସନ। ବଡ ବଡ ରାଜ୍ୟ ଯେମିତି କି ଓଡ଼ିଶା, ପଶ୍ଚିମ ବଙ୍ଗ, ବିହାର ଓ ଝାଡଖଣ୍ଡରେ କ୍ଷମତାରେ ନାହିଁ ଦଳ। ଯେଉଁଠି ରହିଛି ୧୧୭ ଲୋକସଭା ଆସନ। ତେଣୁ ସେଠି କେମିତି ଅଧିକରୁ ଅଧିକ ସିଟ ମିଳିବ ସେ ନେଇ ଷ୍ଟ୍ରାଟେଜି ପ୍ରସ୍ତୁତ ହେବ।

Advertisment

ଗୌହାଟୀ ରଣନୀତି ଚୂଡାନ୍ତ ପରେ ଏହାକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବାକୁ ଦଳ ପ୍ରସ୍ତୁତ ରହିଛି। ଗତ ସପ୍ତାହରେ ନଡ୍ଡାଙ୍କ ଓଡ଼ିଶା ଗସ୍ତକୁ ନେଇ ଚଳଚଞ୍ଚଳ ରାଜ୍ୟ ବ୍ରିଗେଡ୍। ଅଗକୁ ବିଜେପିର ହେଭିୱେଟ ମୋଦି ଓ ଶାହା ମଧ୍ୟ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।

Bjp State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe