Advertisment

ହିମାଚଳ ସରକାରରେ ଫାଟ, କାନ୍ଦି କାନ୍ଦି ଇସ୍ତଫା ଦେଲେ ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ତାଙ୍କୁ ଅଣଦେଖା କରିଥିବା ସେ ଅଭିଯୋଗ ଆଣିଛନ୍ତି।

ଅଦ୍ୟତନ ହୋଇଛି
HP minister vikramaditya singh

HP minister vikramaditya singh

Advertisment

ହିମାଚଳ ପ୍ରଦେଶ ସରକାରରେ ଦେଖାଦେଇଛି ହାଇ ଭୋଲଟେଜ ଡ୍ରାମା। ଏଠାରେ ଟଳ ମଳ ଅବସ୍ଥାରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ଆସନ। ରାଜ୍ୟରେ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ଥିବା ସତ୍ତ୍ୱେ ରାଜ୍ୟସଭା ଆସନ ବିଜେପି ହାତକୁ ଚାଲିଯାଇଛି। ଏହାକୁ ନେଇ ରାଜ୍ୟରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ଏହାରି ଭିତରେ ହିମାଚଳ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ବିକ୍ରମାଦିତ୍ୟ ସିଂହ କାନ୍ଦି କାନ୍ଦି ଇସ୍ତଫା ଦେଇଛନ୍ତି।

Advertisment

ଏକ ସାମ୍ବାଦିକ ସମ୍ମିଳନୀ କରି ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ତାଙ୍କୁ ଅଣଦେଖା କରିଥିବା ସେ ଅଭିଯୋଗ ଆଣିଛନ୍ତି।

ବିଧାୟକମାନଙ୍କ ସହ କେଉଁଠି ନା କେଉଁଠି ଅଣଦେଖା କରାଯାଇଛି। ତାଙ୍କ ସ୍ୱର ଦବାଇ ଦେବାକୁ ଚେଷ୍ଟା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ଅନେକ ବିଧାୟକ ଅସନ୍ତୁଷ୍ଟ ଥିଲେ। ବର୍ତ୍ତମାନ ପରିସ୍ଥିତିରେ ଏହି ସରକାରରେ  ରହିବା ମୋ ପାଇଁ ଠିକ୍ ନୁହେଁ। ତେଣୁ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି। ସମର୍ଥକଙ୍କ ସହ ଆଲୋଚନା ପରେ ମୁଁ ଆଗାମୀ ସମୟରେ ପରବର୍ତ୍ତୀ ପଦକ୍ଷେପ ବିଷୟରେ ବିଚାର କରିବି ବୋଲି ବିକ୍ରମାଦିତ୍ୟ କହିଛନ୍ତି।

Advertisment

ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ କାର୍ଯ୍ୟ ପ୍ରଣାଳିକୁ ଟାର୍ଗେଟ୍‌ କରି କହିଛନ୍ତି, 'ବେଶ୍‌ ଦୁଃଖର ସହ କହିବାକୁ ପଡୁଛି ଯେ, ଜଣେ ମନ୍ତ୍ରୀ ରୂପେ ମୋତେ ଅପମାନିତ କରାଯାଇଛି। ଯେଉଁ ବୀରଭଦ୍ର ସିଂଙ୍କ ନାଁ ନେଇ କଂଗ୍ରେସ ହିମାଚଳପ୍ରଦେଶରେ ସରକାର ଗଢିଲା ସେଠାରେ ତାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ୨ ଗଜ ଜମି ମଧ୍ୟ ଦିଆଗଲାନି । ବୀରଭଦ୍ର ସିଂଙ୍କୁ ଅସମ୍ମାନ କରାଯାଇଛି । ମୁଁ ପଦ ପାଇଁ ଲୋଭ କରିନି କିନ୍ତୁ ଏହି ସରକାରରେ ଯେଉଁ ସ୍ଥାନ ମିଳିବା କଥା ତାହା ମିଳୁନି। ମୋତେ ଚାପିଦେବାକୁ ଚେଷ୍ଟା କରାଯାଉଛି। ମୁଁ କାହାର କୌଣସି ବି ଚାପରେ ଆସିବି ନାହିଁ।' ଏହା କହିବା ସମୟରେ ବିକ୍ରମାଦିତ୍ୟ ସିଂହଙ୍କ ଆଖି ଛଳଛଳ ହୋଇପଡିଥିଲା। ସେ କାନ୍ଦି ପକାଇଥିବା ଦେଖିବାକୁ ମିଳିଥିଲା।

ହିମାଚଳ ପ୍ରଦେଶ ରାଜ୍ୟସଭା ନିର୍ବାଚନରେ ୬ଜଣ କଂଗ୍ରେସ ବିଧାୟକ ବିଜେପି ପ୍ରାର୍ଥୀଙ୍କ ପକ୍ଷରେ ଭୋଟ ଦେଇଥିଲେ। ଏହାର କିଛି ସମୟ ପରେ ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ପାଇଁ ନଳର ଶୀର୍ଷ ନେତୃତ୍ୱ ସକ୍ରିୟ ହୋଇପଡିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବରିଷ୍ଠ ନେତା ଭୁପେନ୍ଦ୍ର ସିଂହ ହୁଡା ଏବଂ ଡି.କେ ଶିବକୁମାରଙ୍କୁ ଅସନ୍ତୁଷ୍ଟ ଥିବା ୬ଜଣ ବିଧାୟକଙ୍କ ସହ ଆଲୋଚନା କରିବାକୁ ନିଯୁକ୍ତ କରିଛନ୍ତି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ କାର୍ଯ୍ୟ ଶୈଳୀରେ ଏହି ୬ ଜଣ ବିଧାୟକ ନିରାଶ ହୋଇ ତାଙ୍କୁ ହଟାଇବାକୁ ଦାବି କରୁଛନ୍ତି।  

Bjp Congress Himachal Pradesh Political Crisis Vikramaditya Singh Resign
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe