ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହୋଇଛି କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶ। ଏଥିରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଯୋଗ ଦେଇଥିଲେ। ସେ ତାଙ୍କ ଅଭିଭାଷଣରେ ବିଜେଡି ଓ ବିଜେପି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ। ତା’ ସହିତ ନାଁ ନନେଇ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋ କରିଥିଲେ। ସେ କ’ଣ ସବୁ କହିଛନ୍ତି ଚୁମ୍ବକରେ ପଢ଼ନ୍ତୁ:
- ପଣ୍ଡିତ ନେହରୁଙ୍କ ଦୃଷ୍ଟିରେ ଓଡ଼ିଶା ବିଶେଷ ସ୍ଥାନ ନେଇଥିଲା
- ଓଡ଼ିଶାରେ କଂଗ୍ରେସର ବହୁତ ବଡ଼ ଅଧିବେଶନ ହୋଇଥିଲା
- କଂଗ୍ରେସ ପାଇଁ ଓଡ଼ିଶା ସର୍ବଦା ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି
- ବିଜୁ ପଟ୍ଟନାୟକଙ୍କ ସହ ନେହରୁଙ୍କ ଘନିଷ୍ଠ ସଂପର୍କ ଥିଲା
- ଏବର ପଟ୍ଟନାୟକଙ୍କର କିନ୍ତୁ ବିଜେପି ସହ ନିଘନ ସଂପର୍କ ରହିଛି
- ସେ ପଟ୍ଟନାୟକ ଓ ଏ ପଟ୍ଟନାୟକଙ୍କ ମଧ୍ୟରେ ବହୁତ ତଫାତ ଅଛି
- ବିଜେପି-ବିଜେଡି ମଧ୍ୟରେ ଆମେ ବାହାଘର କରିଛୁ
- ଉଭୟଙ୍କ ମଧ୍ୟରେ ଲଭ୍ ମ୍ୟାରେଜ୍ ହୋଇଯାଇଛି
- କେବେ ଡବଲ ଇଞ୍ଜିନ କାମ ନକଲେ ପ୍ରଥମ ଇଞ୍ଜିନ ଅଚଳ ହୁଏ
- ପଟ୍ଟନାୟକ ଓ ମୋଦି ଓଡ଼ିଶାକୁ କ’ଣ ଦେଇଛନ୍ତି
- ପାରାଦୀପ ବନ୍ଦର, ରାଉରକେଲା ଷ୍ଟିଲ ପ୍ଲାଣ୍ଟ କଂଗ୍ରେସ କରିଛି
- ଓଡ଼ିଶାରେ ଯାହା ବି ହୋଇଛି, ସବୁ କଂଗ୍ରେସ ସମୟରେ ହୋଇଛି
- ମୋଦି ଲୋକତନ୍ତ୍ର, ସମ୍ବିଧାନକୁ ବରବାଦ କରୁଛନ୍ତି
- ଧନୀ ଲୋକ ବିଜେପି ସହ ଓ ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି
- ଗରିବଙ୍କ ସହ ସବୁବେଳେ କଂଗ୍ରେସ ଛିଡ଼ା ହୋଇଛି
- ରାହୁଲ ଗାନ୍ଧି ଦେଶକୁ ଏକତା ସୂତ୍ରରୁ ବାନ୍ଧୁଛନ୍ତି, ବିଜେପି ଭାଙ୍ଗୁଛି
- ସିବିଆଇ, ଇଡି ଲଗାଇ ହୁକୁମାତି କରୁଛି ବିଜେପି
- ସିବିଆଇ, ଇଡି ଡରରେ କିଏ ପାର୍ଟି ଛାଡୁଛି, କିଏ ମେଣ୍ଟ ଛାଡ଼ି ପଳାଉଛି
- ଏତେ ଡର ରହିଲେ ଗଣତନ୍ତ୍ର ବଞ୍ଚିବ କି
- ଏଥର ଯଦି ମୋଦି ଜିତିବେ, ତେବେ ଏକଛତ୍ରବାଦ ଚଳାଇବେ
- ତେଣୁ ଏହା ଶେଷ ନିର୍ବାଚନ, ଆପଣମାନଙ୍କ ପାଇଁ ଶେଷ ସୁଯୋଗ
- ପୁଣି ଥରେ ଆପଣମାନେ ଗୁଲାମ ରହିବେ କି ନାହିଁ, ଆପଣଙ୍କ ପସନ୍ଦ
- ନାଁ ନନେଇ ପାଣ୍ଡିଆନଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କଲେ ଖଡ୍ଗେ
- ଗୋଟିଏ ଅଫିସରକୁ ବସାଇ ଓଡ଼ିଶାରେ ସରକାର ଚାଲିଛି
- ଆପଣଙ୍କ ପାଖରେ କ’ଣ ଲୋକ ନାହାନ୍ତି, ବାହାରୁ ଆଣିବାକୁ ପଡ଼ିଲା
- ଗୋଟିଏ ଲୋକ ବାହାରୁ ଆସି ପରାମର୍ଶଦାତା ବନିଗଲେ
- ଉକ୍ତ ତାମିଲନାଡୁ କ୍ୟାଡର ଆଇଏଏସ୍ ଏବେ ପରାମର୍ଶଦାତା ପାଲଟିଛନ୍ତି
- ନୀତୀଶ କୁମାରଙ୍କ ନାଁ ନନେଇ ଟାର୍ଗେଟ କଲେ ଖଡ୍ଗେ
- ଜଣେ ବ୍ୟକ୍ତି ଚାଲିଗଲା ପରେ କୁହାଯାଉଛି ମେଣ୍ଟ (ଇଣ୍ଡି ବ୍ଲକ୍) ଦୁର୍ବଳ ହୋଇଗଲା
- ଜଣେ କେହି ଚାଲିଗଲେ ମେଣ୍ଟ ଦୁର୍ବଳ ହେବା ଭାବିବା ଭୁଲ୍
- ଆମେ ଏକାଠି ଅଛୁ, ମିଶିକି ମୋଦି-ନବୀନଙ୍କୁ ହରାଇବୁ