Advertisment

ନିର୍ବାଚନ ପୂର୍ବରୁ ହିଂସା, ବ୍ୟାନର ଓ ପତକାକୁ ନେଇ ଫୁଟିଲା ଗୁଳି

ପତକା ଲଗାଇବାକୁ ନେଇ ଉପୁଜିଥିବା ବିବାଦ ହିଂସାର ରୂପ ନେଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Huge ruckus before voting

Huge ruckus before voting

ପାଖେଇ ଆସିଲାଣି ମଧ୍ୟପ୍ରଦେଶ ନିର୍ବାଚନ। ଆଉ ମାତ୍ର ଦୁଇ ଦିନ ପରେ ଏଠାରେ ପଡିବ ଭୋଟ୍‌। ତେବେ ଏହା ପୂର୍ବରୁ ଏଠି ନିର୍ବଚନୀ ହିଂସା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶ ଗ୍ୱାଲିଅର୍‌ର ଶଙ୍କରପୁର ଗାଁରେ ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପତକା ଲଗାଇବାକୁ ନେଇ ଉପୁଜିଥିବା ବିବାଦ ହିଂସାର ରୂପ ନେଇଛି।

Advertisment

ପ୍ରଥମେ ଲାଠି ମାଡ ଓ ପରେ ପରସ୍ପର ଉପରକୁ ପଥର ଫିଙ୍ଗାଫିଙ୍ଗି ହୋଇଛନ୍ତି ଦୁଇ ଗୋଷ୍ଠୀ। କେବଳ ସେତିକି ନୁହେଁ ଗୁଳି ମାଡ଼ ମଧ୍ୟ ହୋଇଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଘଟଣା ପରେ ପୂରା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହି ଅଞ୍ଚଳ ଗ୍ୱାଲିଅର ଗ୍ରାମୀଣ ବିଧାନସଭା ନିର୍ବାଚନମଣ୍ଡଳୀରେ ପଡେ। ଯେଉଁଠାରେ ପତାକା, ବ୍ୟାନର ଏବଂ ପୋଷ୍ଟର ଲଗାଇବାକୁ ନେଇ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାପରେ ଘଟଣାସ୍ଥଳରେ ଉଭୟ ପକ୍ଷର ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇଥିଲେ। ଏଥିରେ ମାର୍‌ପିଟ୍‌ ପରେ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି।

ଏହାକୁ ନେଇ ଦୁଇ ଗୋଷ୍ଠୀ ଥାନାରେ ପହଞ୍ଚିଥିଲେ। ଥାନାରେ ପହଞ୍ଚିବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଫ୍‌ଆଇଆର୍‌ ରୁଜୁ କରିବାକୁ ଉଭୟ କଂଗ୍ରେସ ଓ ବଜେପି ସମର୍ଥକ ଅଡି ବସିଥିଲେ। ପରେ ପୁଲିସ ଏମାନଙ୍କୁ ବୁଝାସୁଝା କରିଥିଲା। ଏହି ହିଂସା ଯୋଗୁ ଆହତ ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Advertisment

ଏହି ନିର୍ବାଚନୀ ହିଂସାରେ ଆହତ ହୋଇଥିବା ସଚିନ ଗୁର୍ଜର କହିଛନ୍ତି, ତାଙ୍କ ଜେଜେ ବାପାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଅନ୍ତିମ ସଂସ୍କାର କରିବାକୁ ସେ ବଜାରକୁ କିଛି ଜିନିଷ କିଣିବାକୁ ଯାଇଥିଲେ। ଫେରିବା ବେଳେ ରାସ୍ତାରେ ଏକ ଦୋକାନ ବାହାରେ କୁଶଓ୍ୱାହ ସମାଜର କିଛି ଲୋକେ ବସିଥିଲେ। ସେମାନେ ଦେଖିବା ମାତ୍ରେ ଗାଳିଗୁଲଜ କରିଥିଲେ ଏବଂ ମାରପିଟ୍‌ କରିବା ଆରମ୍ଭ କରିଦେଇଥିଲେ। ଗୁଳିମାଡ଼ ସହ ଲାଠିରେ ଆକ୍ରମଣ କରିଥିବା ସଚିନ କହିଛନ୍ତି।

ସୂଚନା ମୁତାବକ, ଆସନ୍ତା ୧୭ ତାରିଖରେ ମଧ୍ୟପ୍ରଦେଶ ନିର୍ବାଚନ ହେବ। ମଧ୍ୟପ୍ରଦେଶ ସରକାରଙ୍କ ଉଦ୍ୟାନ କୃଷି ମନ୍ତ୍ରୀ ଭାରତ ସିଂ କୁଶୱାହା ଗ୍ୱାଲିଅର ଗ୍ରାମାଞ୍ଚଳରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଅଛନ୍ତି। ସେ ଲଗାତାର ଏହି ଆସନରୁ ଦୁଇଟି ନିର୍ବାଚନରେ ​​ବିଜୟୀ ହୋଇଛନ୍ତି। ଏଥର ସେ ତୃତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି କଂଗ୍ରେସ ତରଫରୁ ଗୁଜର୍‌ ସମାଜର ସାହବ ସିଂହ ଗୁଜର୍‌ କ୍ରମାଗତ ଦ୍ୱିତୀୟ ଥର ତାଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୨୦୧୮ ରେ ସାହେବ ସିଂହ କଂଗ୍ରେସ ବିରୋଧରେ ବିଦ୍ରୋହ କରିଥିଲେ ଏବଂ ବିଏସପିରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ଅଳ୍ପ ବ୍ୟବଧାନରେ ହାରିଥିଲେ। ଏଥର ସେ କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Bjp Congress Madhya Pradesh 2023 Assembly Poll