ମୋଦିଙ୍କ ପାଇଖାନା, ନବୀନଙ୍କ କବାଟ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆରେ ଏବେ ନିର୍ବାଚନ ପ୍ରଚାର ଜୋର୍‌ ଧରିଛି। ବିଭିନ୍ନ ଗ୍ରୁପରେ ପ୍ରାର୍ଥୀଙ୍କ ପାଇଁ ଅନ୍‌ଲାଇନ୍‌ ପ୍ରଚାର ଚାଲୁଛି। ଗସିପ୍‌ ସାଙ୍ଗକୁ ହାସ୍ୟରୋଳରେ ହଲଚଲ୍ ହେଉଛି ସୋଶାଲ ମିଡିଆ। ଏଇ ଏଇ ଭାଇରାଲ ହୋଇଛି ଏମିତି କିଛି ମେସେଜ୍‌ ଆଉ ଫଟୋ ଯାହାକୁ ଦେଖି ଆମେ ତାଜ୍ଜୁବ୍‌। କେହି ଜଣେ ବ୍ୟକ୍ତି ସ୍ୱଚ୍ଛ ଭାରତ ଅଭିଯାନରେ ହିତାଧିକାରୀଙ୍କୁ ମିଳୁଥିବା ପାଇଖାନାର ଫଟୋ ପୋଷ୍ଟ କରି ଲେଖିଛନ୍ତି, “ମୋଦି ପାଇଖାନାରେ ନବୀନ କବାଟ, କୋଉଠି ରହିଲା […]

lov

lov

Mihir Pattnayak
  • Published: Thursday, 04 April 2019
  • Updated: 04 April 2019, 05:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆରେ ଏବେ ନିର୍ବାଚନ ପ୍ରଚାର ଜୋର୍‌ ଧରିଛି। ବିଭିନ୍ନ ଗ୍ରୁପରେ ପ୍ରାର୍ଥୀଙ୍କ ପାଇଁ ଅନ୍‌ଲାଇନ୍‌ ପ୍ରଚାର ଚାଲୁଛି। ଗସିପ୍‌ ସାଙ୍ଗକୁ ହାସ୍ୟରୋଳରେ ହଲଚଲ୍ ହେଉଛି ସୋଶାଲ ମିଡିଆ। ଏଇ ଏଇ ଭାଇରାଲ ହୋଇଛି ଏମିତି କିଛି ମେସେଜ୍‌ ଆଉ ଫଟୋ ଯାହାକୁ ଦେଖି ଆମେ ତାଜ୍ଜୁବ୍‌।

କେହି ଜଣେ ବ୍ୟକ୍ତି ସ୍ୱଚ୍ଛ ଭାରତ ଅଭିଯାନରେ ହିତାଧିକାରୀଙ୍କୁ ମିଳୁଥିବା ପାଇଖାନାର ଫଟୋ ପୋଷ୍ଟ କରି ଲେଖିଛନ୍ତି, “ମୋଦି ପାଇଖାନାରେ ନବୀନ କବାଟ, କୋଉଠି ରହିଲା ଦଳ ମଧ୍ୟେ ଫାଟ।” ଯାହାକୁ ପଢ଼ିଲା ପରେ ଆପଣ ହସିହସି ଗଡ଼ିଯିବେ। ବାସ୍ତବରେ ସ୍ୱଚ୍ଛ ଭାରତ ପାଇଖାନାରେ ଥିବା କବାଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ପୋଷ୍ଟର ଲାଗିଛି। ଯାହାକୁ ଦେଖି କେହି ଏଭଳି କ୍ୟାପସନ୍‌ ଦେଇଛନ୍ତି। ଫଟୋଟି ସମ୍ଭବତଃ ବାଲେଶ୍ୱର ଜିଲ୍ଲାର ବୋଲି ଅନୁମାନ କରିପାରିବେ। କାରଣ ପୋଷ୍ଟରରେ ନବୀନଙ୍କ ସହ ବାଲେଶ୍ୱର ଏମ୍‌ପି ରବୀନ୍ଦ୍ର ଜେନାଙ୍କ ଫଟୋ ରହିଛି।

ସେହିପରି କେହି ଜଣେ ୟୁଜର ଓଡ଼ିଶାର ଗଣମାଧ୍ୟମର ସଂସ୍ଥାଗୁଡିକର ମାଲିକଙ୍କ ନିର୍ବାଚନ ଲଢ଼େଇ ନେଇ ରୋଚକ ଢଙ୍ଗରେ ଲେଖାଟିଏ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ପ୍ରାର୍ଥୀ ହୋଇଥିବା ଦଳୀୟ ନେତା ନିର୍ବାଚନ ମଣ୍ଡଳୀ ସହ ସେମାନଙ୍କ ମାଲିକାନାରେ ଥିବା ଗଣମାଧ୍ୟମ ସଂସ୍ଥାର ନାମ ରହିଛି। ଲେଖାଯାଇଛି, “ଟିକେଟ ମିଳିଛି କେଉଁଠି କିଏ ଲଢ଼ୁଛନ୍ତି:- କେନ୍ଦ୍ରାପଡାରୁ OTV, ଖଣ୍ଡପଡ଼ାରୁ Kanak TV ଓ ସମ୍ବାଦ, କନ୍ଧମାଳରୁ Kalinga TV, ବାଲେଶ୍ୱରରୁ  News World Odisha, ଯାଜପୁରରୁ MBC TV, କଟକରୁ ‘ପ୍ରଜାତନ୍ତ୍ର’, ବାଲିକୁଦା ଏରସମାରୁ ‘ସଂଚାର’, ଵ୍ରହ୍ମଗିରିରୁ ‘ସର୍ବସାଧାରଣ’, ଜଗତସିଂହପୁରରୁ ‘ସମୟ’।”

ହେଲେ ଏହି ଲେଖାର ସବା ତଳେ ଏମିତି କଥା ଲେଖା ହୋଇଛି ଯାହାକୁ ପଢ଼ି ଆପଣ ହସ ରୋକି ପାରିବେନି। ଦୈନିକ ‘ଧରିତ୍ରୀ’ର ସମ୍ପାଦକ ତଥା ପୂର୍ବତନ ଢେଙ୍କାନାଳ ଏମ୍‌ପି ତଥାଗତ ଶତପଥୀ ଏଥର ନିର୍ବାଚନ ଲଢ଼ିବେନି ବୋଲି ମନା କରିଥିବାରୁ, ୟୁଜର ଜଣକ “ଏଥର ନିର୍ବାଚନରେ ‘ଧରିତ୍ରୀ’ ବିଶ୍ରାମ ନେଇଛନ୍ତି” ବୋଲି ଲେଖିଛନ୍ତି।

ସେହିପରି ଅନ୍ୟଜଣେ ୟୁଜର ହାସ୍ୟରସାତ୍ମକ କଥା ଲେଖିନଥିଲେ ମଧ୍ୟ, ରାଜ୍ୟରେ ଶିଳ୍ପାୟନ କିପରି ନଷ୍ଟ ହୋଇଛି, ସେ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି- “କୋଣାର୍କ ଟିଭି ବୁଡ଼ିଲା, ଅଏଲ୍ ଓଡ଼ିଶା ବୁଡ଼ିଲା, ଇପିଟ୍ରନ୍ ଟାଇମସ୍ ବୁଡ଼ିଲା, କୋଣାର୍କ ଝୋଟକଳ ବୁଡ଼ିଲା, ଓଟିଏମ୍ ବୁଡ଼ିଲା, କଳିଂଗ ଟ୍ଯୁବସ୍ ବୁଡ଼ିଲା, ଟିପିଏମ୍ ବୁଡ଼ିଲା, ବାରଙ୍ଗ କାଚ କାରଖାନା ବୁଡ଼ିଲା, ଇଷ୍ଟକୋଷ୍ଟ ଫର୍ଟିଲାଇଜର ବୁଡ଼ିଲା, ନୟାଗଡ଼ ଚିନି କାରଖାନା ବୁଡ଼ିଲା, ବଡ଼ମ୍ୱା ଚିନି କାରଖାନା ବୁଡ଼ିଲା, ବରଗଡ଼ ଚିନି କାରଖାନା ବୁଡ଼ିଲା, ଆସ୍କା ଚିନି କାରଖାନା ବୁଡିଲା, ଏସ୍ଏନ୍ କର୍ପୋରେସନ୍ ବୁଡିଲା, ଜେ.କେ. ସିନ୍ଥେଟିକ୍ସ ବୁଡିଲା, ବିଲାତି ଓଡିଶା ବୁଡିଲା, ହଜାରେ ଦିନରେ ହଜାରେ କୋଟିରେ ହଜାରେ ଶିଳ୍ପ ବୁଡିଲା, ପାର୍ବତୀ ପାୱାରଲୁମ୍, ଜଗତସିଂହପୁର ବୁଡିଲା, ବଳଦେବଜୀଉ ପାୱାରଲୁମ୍, କେନ୍ଦ୍ରାପଡା ବୁଡିଲା, ମା ବାଉତୀ ପାୱାରଲୁମ୍, ଆଠଗଡ ବୁଡିଲା, ମାଣିକେଶ୍ୱରୀ ପାୱାରଲୁମ୍, କଳାହାଣ୍ଡି ବୁଡିଲା, ମଧୁନଗର ପାୱାରଲୁମ୍, କଟକ ବୁଡିଲା, ଛତିଆ ୱେଭିଂ ମିଲ୍, ଯାଜପୁର ବୁଡିଲା, ବରୁଣେଇ ପାୱାରଲୁମ୍, ଖୋର୍ଦ୍ଧା ବୁଡିଲା, ବ୍ରହ୍ମପୁର ପାୱାରଲୁମ୍, ଗଂଜାମ ବୁଡିଲା, ରାମନଗର ପାୱାରଲୁମ୍, ବରଗଡ ବୁଡିଲା, ବାରିପଦା ପାୱାରଲୁମ୍, ମୟୁରଭଞ୍ଜ ବୁଡିଲା, ମହାଲକ୍ଷ୍ମୀ ପାୱାରଲୁମ୍, ସୁନ୍ଦରଗଡ ବୁଡିଲା। ତା ସହିତ ୧୩ ଟା ସ୍ପିନିଂ ମିଲ୍ ବୁଡିଲା”

ଏହି କଥା ଲେଖିବା ସହ ୟୁଜର ଜଣକ ପ୍ରଶ୍ନ କରିଛନ୍ତି, “ଯଦି ଗୋଟାଏ ରାଜ୍ୟରେ ଜେଜେ ବିପିଏଲ୍, ବାପା ବିପିଏଲ୍, ନାତି ବିପିଏଲ୍ ହେବ ସେ ରାଜ୍ୟରେ ଗୋଟାଏ ନିର୍ବାଚିତ ସରକାର ରହିବ କାହିଁକି?

ଏତେ ଭିତରେ ଏହି ମାର୍ମିକ ପ୍ରଶ୍ନର ଉତ୍ତର କେବଳ ପାଠକ ହିଁ ଦେଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story