Advertisment

ଯୁବ ନେତୃତ୍ୱ ଆଳରେ ବରିଷ୍ଠଙ୍କୁ ଥଇଥାନ କଲେ କି ରାହୁଲ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ଦେଖ, ବର ଦେଖ। କଥାଟି ଆପଣ ନିଶ୍ଚୟ ଶୁଣିଥିବେ। କୌଣସି ଝିଅ ପାଇଁ ବିବାହ ପ୍ରସ୍ତାବ ଦେଖି ଯିବା ସମୟରେ ଏମିତି କଥାଟିଏ ଆମ ଓଡ଼ିଆରେ କୁହାଯାଏ। ପୁଅଟି ଦେଖିବାକୁ ଯୁବ ସୁଲଭ ବା ଯୋଗ୍ୟ ହୋଇଥିବ, ତତ୍‌ସହ ଘର ଦ୍ୱାରା ଝିଅ ଘର ସହ ସମାସ୍କନ୍ଧ ହୋଇଥିବା ଆବଶ୍ୟକ। ଏମିତି ସ୍ଥିତିରେ ବିବାହ ରାଜଯୋଟକ ହୋଇଥାଏ ବୋଲି କୁହାଯାଏ। କିନ୍ତୁ ବେଳେ ବେଳେ କିଛି ବରପକ୍ଷ ନିଜ ବରପାତ୍ରର ତ୍ରୁଟିକୁ […]

ଅଦ୍ୟତନ ହୋଇଛି
ଯୁବ ନେତୃତ୍ୱ ଆଳରେ ବରିଷ୍ଠଙ୍କୁ ଥଇଥାନ କଲେ କି ରାହୁଲ ?

bya

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ଦେଖ, ବର ଦେଖ। କଥାଟି ଆପଣ ନିଶ୍ଚୟ ଶୁଣିଥିବେ। କୌଣସି ଝିଅ ପାଇଁ ବିବାହ ପ୍ରସ୍ତାବ ଦେଖି ଯିବା ସମୟରେ ଏମିତି କଥାଟିଏ ଆମ ଓଡ଼ିଆରେ କୁହାଯାଏ। ପୁଅଟି ଦେଖିବାକୁ ଯୁବ ସୁଲଭ ବା ଯୋଗ୍ୟ ହୋଇଥିବ, ତତ୍‌ସହ ଘର ଦ୍ୱାରା ଝିଅ ଘର ସହ ସମାସ୍କନ୍ଧ ହୋଇଥିବା ଆବଶ୍ୟକ। ଏମିତି ସ୍ଥିତିରେ ବିବାହ ରାଜଯୋଟକ ହୋଇଥାଏ ବୋଲି କୁହାଯାଏ। କିନ୍ତୁ ବେଳେ ବେଳେ କିଛି ବରପକ୍ଷ ନିଜ ବରପାତ୍ରର ତ୍ରୁଟିକୁ ପଦାରେ ନ ପକାଇ ଟିକେ ଖେଚେଡ଼ାମି କରିଥାନ୍ତି। ଅନ୍ୟ କୌଣସି ଯୁବକର ଫଟୋ ଦେଖାଇ ଝିଅ ଘର ମନ କିଣିନେବା ପରେ ବୁଢ଼ା ବରକୁ ବେଦୀରେ ବସାଇ ଦିଅନ୍ତି। ଯାହା ପରବର୍ତ୍ତୀ ସମୟରେ ଦାମ୍ପତ୍ୟ ଜୀବନରେ ଝଡ଼ ଠିଆକରେ।

Advertisment

ହଠାତ୍‌ ଏ କଥାଟି କହିବାର ପ୍ରାସଙ୍ଗିକତା କ’ଣ ବୋଲି ଆପଣଙ୍କ ମନରେ ସ୍ୱତ‍ଃ ପ୍ରଶ୍ନ ଉଙ୍କି ମାରୁଥିବ। ବାସ୍ତବରେ ଏ ପ୍ରସଙ୍ଗଟିକୁ ଆମେ ରାଜନୀତିକ ପାଣିପାଗ ସହ ସମିଶ୍ରିତ କରି ଆପଣଙ୍କୁ କହିବାକୁ ଯାଉଛୁ। ଦଳ ଭିତ୍ତିରେ ନୁହେଁ ବରଂ ଆପେକ୍ଷିକ ଦୃଷ୍ଟିରେ ଘଟଣାଟି ପ୍ରଣିଧାନଯୋଗ୍ୟ କି ନୁହେଁ ସେ କଥା ଆପଣ ବିଚାର କରିବେ।

କଥାଟି ଏମିତି

ନିକଟରେ ସରିଛି ୫ ରାଜ୍ୟର ନିର୍ବାଚନ। ଅପ୍ରତ୍ୟାଶିତ ଭାବେ ୨ ରାଜ୍ୟରେ କଂଗ୍ରେସକୁ ମିଳିଛି ଅଭୂତପୂର୍ବ ସଫଳତା। ଆଉ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ବି ସରିଛି ନିଷ୍ପତ୍ତି। ରାଜସ୍ଥାନରେ ପାଇଲଟ୍‌ ନୁହେଁ ଗେହଲଟ୍‌ ଧରିଛନ୍ତି ମଙ୍ଗ। ଆଉ ସେପଟେ ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବଦଳରେ କମଳନାଥଙ୍କ ଭାଗ୍ୟରେ ପଡ଼ିଛି ମୁଖ୍ୟମନ୍ତ୍ରୀ ଚଉକି।

Advertisment

ସାରା ଦେଶରେ ଯୁବ ନେତୃତ୍ୱକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ବୃଦ୍ଧଙ୍କ ସିଂହାସନ ଆରୋହଣ ଆମକୁ ଟିକେ ଅଡୁଆ ଲାଗୁଛି।

କଥାରେ ଅଛି ଟୋକା ବୁଦ୍ଧି, ଟୋକା ସୁଲଭ ଉତ୍ସାହ ପାଖରେ ବାର୍ଦ୍ଧକ୍ୟ ବେଶୀ ପରାକ୍ରମ ଦେଖାଇପାରେ ନାହିଁ। ଯାହାର ଉଦାହରଣ ଆମ ବିଜେଡି। ଦାମ ବାବୁ ଅକାଟ୍ୟ କଥା କହି ଆଉଟ୍‌ ହେବା ପରେ ବବି, ଅରୁଣ, ସଞ୍ଜୟ, ଅତନୁଙ୍କ ଭଳି ତଥାକଥିତ ଟୋକା ନେତା ରାଜନୀତି ବ୍ୟାଟ୍‌ ଧରିଛନ୍ତି। ଖାଲି ଆମ ରାଜ୍ୟରେ ନୁହେଁ ସାରା ଦେଶରେ ଏ ଯୁବ ନେତୃତ୍ୱ ଭାବନାଟି ବ୍ୟାପକ ହୋଇଛି। ଅବଶ୍ୟ ଆମ ଦୃଷ୍ଟିରେ ଏହା ଉତ୍ତମ ସଙ୍କେତ।

କିନ୍ତୁ ଅନ୍ୟ ଦଳଗୁଡିକ ଅପେକ୍ଷା କଂଗ୍ରେସ ଶିବିରରେ ବୃଦ୍ଧଙ୍କ ପ୍ରାବଲ୍ୟ ଅଧିକ। କିଏ ସୋନିଆଙ୍କ ବନ୍ଧୁ ତ କିଏ ତାଙ୍କ ଦିବଙ୍ଗତ ସ୍ୱାମୀଙ୍କର। ଏଣୁ ଆନୁଗତ୍ୟ ଦୃଷ୍ଟିରୁ ସେମାନଙ୍କୁ ଗାଦିସୀନ କରାଇବା ଉଚିତ୍‌ ବୋଲି ମନେ କରିଛନ୍ତି ହାତ ମୁଖିଆ।

ନିର୍ବାଚନ ପୂର୍ବର ହାୱା ଓ ପରବର୍ତ୍ତୀ କାର୍ଯ୍ୟପନ୍ଥ ମଧ୍ୟରେ ଥିବା ସନ୍ଧିକ୍ଷଣରେ ବିବାହ ସମୟର କଥାଟିଏ ମନକୁ ଚାଲିଆସୁଛି।

ଅସଲ କଥାଟି ହେଉଛି ଆମ ମନରେ ଏବେ ଛୋଟିଆ ପ୍ରଶ୍ନଟିଏ । ଦୀର୍ଘ ଦିନ ଧରି ସତ୍ତାରେ ଥିବା ସରକାର ପରିବର୍ତ୍ତନ ହୋଇଥିବାରୁ ଆମେ ନିଶ୍ଚିତ ଖୁସି। କାରଣ ଏପରି ହେଲେ ଗଣତନ୍ତ୍ରର ମର୍ଯ୍ୟାଦା ରହିବ ଓ ସରକାର ସ୍ୱେଚ୍ଛାଚାରୀ ହେବେନାହିଁ। କିନ୍ତୁ ଭୟ ମଧ୍ୟ ରହିଛି। କାରଣ ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ନିର୍ବାଚନ ପ୍ରଚାର ସମୟରେ ଯୁବ ନେତୃତ୍ୱକୁ ପ୍ରାଧାନ୍ୟ ଦିଆଯାଉଥିବା କଥା ସ୍ପଷ୍ଟ ହୋଇଥିଲା।

ରାହୁଲ ଗାନ୍ଧି କଂଗ୍ରେସ ଦଳର ମଙ୍ଗ ଧରିବା ହେଉ ଅଥବା ସଚିନ୍‌ ପାଇଲଟ୍‌ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ଯୁବ ନେତୃତ୍ୱ ମୁଖ୍ୟମନ୍ତ୍ରୀ ଦାବିଦାର ହୋଇ ନିର୍ବାଚନ ଲଢିବା, ସବୁଥିରେ ଥିଲା ଯୁବ ନେତୃତ୍ୱର କଥା।

ସବୁ ଅଙ୍କକଷା ସରିବା ପରେ ଏବେ ଭାଗ୍ୟଫଳ ବାହାରିଛି। ନିର୍ଯାସ ସ୍ୱରୂପ ନେତୃତ୍ୱ ସିଂହାସନର ପାଦେ ପଛରେ ଛିଡା ହୋଇଛନ୍ତି ସଚିନ୍‌ ପାଇଲଟ୍‌ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ।

ଏଣୁ ପୂର୍ବରୁ ଯେଉଁ ଯୁବ ନେତୃତ୍ୱ କଥା ଉଠିଥିଲା, ତାହା ସମ୍ଭବତଃ ଏକ ନିର୍ବାଚନୀ ଥୋପ ବୋଲି ଧରିନେବାକୁ ପଡ଼ିବ। କାରଣ ରାଜସ୍ଥାନରେ ଅଶୋକ ଗେହଲଟ୍‌ ନିଶ୍ଚିତ ଭାବେ ଜଣେ ଟାଣୁଆ ନେତା ଏ କଥା ଅନସ୍ୱୀକାର୍ଯ୍ୟ। କିନ୍ତୁ ସେ ନିର୍ବାଚନ ଲଢ଼ିବେ କି ନାହିଁ, ଦଳ ମୁଖିଆ ସେ ନିଷ୍ପତ୍ତି ଶେଷ ମୁହୂର୍ତ୍ତରେ ନେଇଥିଲେ। ଏପରିକି ସେ ଜିତିବା ପରେ ପାଇଲଟ୍‌ ଓ ଗେହଲଟ୍‌ ମଧ୍ୟରୁ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ମଧ୍ୟ ଚାଲିଥିଲା ତର୍ଜମା। ମଧ୍ୟ ପ୍ରଦେଶରେ ଉପୁଜିଥିଲା ସମାନ ସ୍ଥିତି।

ଶେଷ ମୁହୂର୍ତ୍ତରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦୁଇ ପ୍ରବୀଣ ଏବଂ ବୟସ୍କ ରାଜନେତାଙ୍କୁ ଗାଦି ସମର୍ପି ଦିଆଗଲା। ଯାହାକି ଆମ ବୁଢ଼ା ବର ଉପାଖ୍ୟାନର ପ୍ରମୁଖ ବିଷୟବସ୍ତୁ। ଆମକୁ ଲାଗୁଛି ହୁଏତ ସଚିନ୍‌ ଓ ସିନ୍ଧିଆଙ୍କ ଭଳି ଯୁବ ଚରିତ୍ର ଦେଖାଇ ଜନତାଙ୍କୁ ଆକୃଷ୍ଟ କରାଇବା ପରେ କଂଗ୍ରେସ ନିଜ ଅନୁଗତ ବୟୋବୃଦ୍ଧଙ୍କୁ ଚଉକି ସମର୍ପି ଦେଇଛି। ଏଣୁ ଏହା ଯେ, ଆଗାମୀ ଦିନରେ ବୁମେରାଂ ହେବନି, ସେ କଥା କିଏ କହିବ?

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe