ବିଜେପିରେ ମିଶିଲେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି

ବିଜେପି ମିଶ୍ରଣ ପର୍ବ

  • Published: Friday, 17 May 2024
  • , Updated: 17 May 2024, 04:06 PM IST

କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ। ଏହି ମିଶ୍ରଣ ପର୍ବରେ ପଦ୍ମ ଧରିଲେ ବିଜେଡି ଓ କଂଗ୍ରେସର ଶତାଧିକ କର୍ମୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି କେନ୍ଦ୍ରାପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତର ବିଜେଡି ଓ କଂଗ୍ରେସ କର୍ମୀ ମାନେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଧାନସଭା ପ୍ରାର୍ଥୀ ଗୀତାଞ୍ଜଳି ସେଠୀ ଓ ଜିଲ୍ଲା ସଭାପତି କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Related story