Advertisment

ବଳ ଗୋଟାଉଛି ବିଜେପି: ବିଜେଡି ଛାଡ଼ି ମିଶିଲେ ଶତାଧିକ ନେତା ଓ କର୍ମୀ

ବିଜେଡି ଓ କଂଗ୍ରେସ ଛାଡ଼ି ବହୁ ନେତା ଓ ଶତାଧିକ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

BJP

BJP

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଇବାରେ ଲାଗିଛି ବିଜେପି । ବିଜେଡି ଓ କଂଗ୍ରେସ ଛାଡ଼ି ବହୁ ନେତା ଓ ଶତାଧିକ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଶେଷକରି କୋରାପୁଟ ଜିଲ୍ଲାର ଏକ ବୃହତ୍ ଗୋଷ୍ଠୀ ବିଜେଡି ଛାଡ଼ି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର କନିକା ରାଜପରିବାର ସଦସ୍ୟା ଦୁର୍ଗା ଦେବୀ ଓ କଟକ ବଡ଼ମ୍ବାର ଅବସରପ୍ରାପ୍ତ ସର୍ବଭାରତୀୟ ଅଫିସର ସମ୍ବିତ ତ୍ରିପାଠୀଙ୍କ ସମେତ କୋରାପୁଟ, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର କଂଗ୍ରେସ ଓ ବିଜେପିର ବହୁ ନେତା ନିଜର ସମର୍ଥକମାନଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ।

Advertisment

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଗତ ସାଧାରଣ ନିର୍ବାଚନରେ କୋରାପୁଟ ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ରଘୁରାମ ମାଛ, ଜୟପୁର ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ହିମାଂଶୁ ମହାପାତ୍ର ଆଜି ନିଜର ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି କୋରାପୁଟ ବ୍ଲକର ପୂର୍ବତନ ଅଧ୍ୟକ୍ଷ ନାଗେଶ୍ୱର ପାଞ୍ଜିଆ ଓ ରମା କୁମାରୀ ସିଂହ, ସରପଂଚ ସବିତା ଡାମି ଓ କୌଶଲ୍ୟା ଜାନୀ, ସମିତି ସଭ୍ୟ ପ୍ରତିମା ଜାନୀଙ୍କ ସମେତ ନାରାୟଣ ନାୟକ, ଚନ୍ଦ୍ରଶେଖର ଖରା, ସୋମନାଥ ତୁରୁକ, ସମନାଥ ମାଝୀ, ପଡୁ ମୁଦୁଲୀ, ଧର୍ମ ପୂଜାରୀ, ହରି ଖେମୁଣ୍ଡୁ ପ୍ରମୁଖ ଶତାଧିକ ସମର୍ଥକ ବିଜେଡି ଛାଡ଼ିି ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି କଟକ ଜିଲ୍ଲା ବଡ଼ମ୍ବା ନିର୍ବାଚନମଣ୍ଡଳୀରୁ ପୂର୍ବତନ ପୂର୍ବତନ ଆଇଆରଏସ୍ ଅଧିକାରୀ ସମ୍ବିତ ତ୍ରିପାଠୀ,କେନ୍ଦ୍ରାପଡ଼ାର କନିକା ରାଜପରିବାରର ସଦସ୍ୟା ଦୁର୍ଗା ଦେବୀ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

Advertisment

କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀର ଡା.ଫକୀର ନାୟକ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ସ୍ଥାନୀୟ ଅଂଚଳର ବିଶିଷ୍ଟ ଶିକ୍ଷାବିତ୍ ପ୍ରସନ୍ନ ମହନ୍ତ, ଅକ୍ଷୟ ସାହୁ, ହେମନ୍ତ ସାହୁ, ଗୋପବନ୍ଧୁ ବାଗ, ରାଧାକାନ୍ତ ମହନ୍ତ, ବିଜେଡି ନେତା ଆଦିକାନ୍ତ ବାଗ, ଟୁନୁ ସାହୁ, ସତ୍ୟାନନ୍ଦ ସାହୁ, କଂଗ୍ରେସ ନେତା ନିର।।ର ମହନ୍ତ, ଅବସରପ୍ରାପ୍ତ ସେନାଧିକାରୀ ବାଲିଆ ହାଁସଦା, ସମାଜସେବୀ ବଢିଆ ମୁଣ୍ଡା ପ୍ରମୁଖ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି ।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ସୟଦ ମୁକ୍ତାର ଅଲ୍ଲୀଙ୍କ ନେତୃତ୍ୱରେ ହାଜି ଲିୟାତ୍ ଅଲ୍ଲୀ, ମୌଲାନା ହାଜି ଅବଦୁଲ ରହେମାନ ଖାନ୍‌, ମୁକ୍ତାର ଖାନ, ତରକୁନ୍ଦ ବ୍ଲକ ପୂର୍ବତନ ନାଏବ ସରପଂଚ ଆଜାଦ୍ ବେଗମ୍‌, କଂଗ୍ରେସ ସଂଖ୍ୟାଲଘୁ ପ୍ରକୋଷ୍ଠର ପୂର୍ବତନ ଜିଲ୍ଲା ସାଧାରଣ ସଂପାଦକ ୟସ୍ମିନ ଖାତୁନ, ୱାର୍ଡ ମେମ୍ବର ଅଜୟ କୁମାର ପ୍ରଧାନ, ଯୁବ କଂଗ୍ରେସ ପୂର୍ବତନ ଜିଲ୍ଲା ସଭାପତି ସୌମ୍ୟରଞ୍ଜନ ଖୁଂଟିଆ, ପୂର୍ବତନ ଜିଲ୍ଲା ସାଧାରଣ ସଂପାଦକ ସାମସୁନ ନିଶା ବିବି ପ୍ରମୁଖଙ୍କ ସମେତ କଂଗ୍ରେସ ଓ ବିଜେଡିର ଶତାଧିକ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତିି । ସେହିପରି ପୂର୍ବତନ ବ୍ୟାଂକ ଅଧିକାରୀ ରାଜେଶ୍ୱରୀ ଦାସ ମଧ୍ୟ ଆଜି ବିଜେପିରେ ସାମିଲ ହୋଇଛନ୍ତି ।

ଏହି ମିଶ୍ରଣ ପର୍ବରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିବ କଲ୍ୟାଣ କାର୍ଯ୍ୟକ୍ରମ ଓ ସୁଶାସନ ସହ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି ଅନ୍ୟ ଦଳରୁ ଆସିଥିବା ନେତାମାନେ କହିଛନ୍ତି ।

ସେହିପରି ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ଼ କରିବ । ଓଡ଼ିଶାବାସୀ ୨୦୨୪ ନିର୍ବାଚନରେ ବିକଳ୍ପ ଚାହୁଛନ୍ତି ବୋଲି ସେ କହିଛନ୍ତିା

ଆଜିର ଏହି ମିଶ୍ରଣ ପର୍ବରେ ଉପରୋକ୍ତ ଜିଲ୍ଲାର ବିଜେପି ଜିଲ୍ଲା ସଭାପତିମାନଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

BjD Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe