Advertisment

କଂଗ୍ରେସରେ ସାମିଲ ହେଲେ ଅସିତ୍ ପଟ୍ଟନାୟକଙ୍କ ସମେତ ଶତାଧିକ ବିଜେପି ଓ ବିଜେଡି କର୍ମୀ

ରାଜ୍ୟର ବିଭିନ୍ନ ଭାଗରୁ ଆଜି ବହୁ ଜିଲ୍ଲାର ଆଗଧାଡ଼ିର ନେତା ଓ କର୍ମୀମାନେ ବିଜେପି ଓ ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି।

author-image
Ordigital Desk
undefined

Congress

ଭଦ୍ରକ ବିଜେଡିର ଉପସଭାପତି ଅସିତ୍ ପଟ୍ଟନାୟକ ଆଜି ନିଜର ଶତାଧିକ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ଭାଗରୁ ଆଜି ବହୁ ଜିଲ୍ଲାର ଆଗଧାଡ଼ିର ନେତା ଓ କର୍ମୀମାନେ ବିଜେପି ଓ ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ସ୍ୱାଗତ କରିଛନ୍ତି।

Advertisment

କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ନେତା ଅସିତ୍ ପଟ୍ଟନାୟକଙ୍କ ନେତୃତ୍ୱରେ ଭଦ୍ରକର ବହୁ ପୂର୍ବତନ ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦର ସଦସ୍ୟ, ଭଦ୍ରକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତର ସରପଂଚଙ୍କ ସମେତ ହଜାରରୁ ଅଧିକ ସମର୍ଥକ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ପଂଚାନନ ଲେଙ୍କା ପୂର୍ବତନ ସରପଂଚ, ସରୋଜ ନାୟକ ଜିଲ୍ଲା ପରିଷଦ ସଦସ୍ୟ ଜେନା-୨୬, ରମେଶ ଚନ୍ଦ୍ର ସ୍ୱାଇଁ ପୂର୍ବତନ ସମିତି ସଭ୍ୟ ବଟପଂଚାୟତ, ଆଶୁତୋଷ ପ୍ରଧାନ ପୂର୍ବତନ ସରପଂଚ, ସୁଦାମ ଚରଣ ପ୍ରଧାନ ପୂର୍ବତନ ସମିତି ସଭ୍ୟ, ଦାମଦର ମହଲା ସରପଂଚ, ଶୋଭାରାଣୀ ଚୈାଧୁରୀ, ଶ୍ରୀମତ ମଙ୍ଗରାଜ ମହାପାତ୍ର ପୂର୍ବତନ ରାଜ୍ୟ ପରିଷଦ ସଭ୍ୟ, ଲକ୍ଷ୍ମୀକାନ୍ତ ନାୟକ ନାଏବ ସରପଂଚ,  ବିରେନ ସେନା, ଅବ୍‌ଦୁଲ୍ଲା, ବିଶ୍ୱନାଥ ମଲ୍ଲିକ ପୂର୍ବତନ ସରପଂଚ, ସୁରେଶ ଦାସ, ଅନୀଲ ତ୍ରିପାଠୀ, ସାଇ ସୁଶାନ୍ତ ରାଉତ, ଦେବବ୍ରତ ମହାପାତ୍ର ପୂର୍ବତନ ସମିତି ସଭ୍ୟ, ନାରଣଚନ୍ଦ୍ର ସେନା ବରିଷ୍ଠ ବିଜେଡ଼ି ନେତା, ନରହରି ରାଉତ ପୂର୍ବତନ ସରପଂଚ, ପୂର୍ବତନ ନଗର ସଭାପତି ଶରତ କୁମାର ସ୍ୱାଇଁ, ଫରିୟାଦ ଖାନ, କାଉନଂସିଲର ୱାଡ-୧୭, ଭଦ୍ରକ ମୁନିସପାଲଟି, ସାହିଦ, ପୂର୍ବତନ କାଉନଂସିଲର, ୱାଡ-୧୮, ସନିଆ ନନ୍ଦ, ଏମପିଙ୍କ ପୂର୍ବତନ ପ୍ରତିନିଧି, କୌସରା ବେଗମ, ପୂର୍ବତନ ଉପାଧ୍ୟକ୍ଷ ଭଦ୍ରକ ମୁନିସିପାଲଟି, ତପନ ରାଉତ, ବିଜେଡ଼ି ଯୁବ ନେତା, ମଧୁ ପରିଡ଼ା, ରିୟାଜ ଖାନ, ୟାସିର ଖାନ, ଭରତ ତ୍ରିପାଠୀ ପୂର୍ବତନ ସରଂପଚ, ଗୟାଧର ସେଠୀ ସମିତି ସଭ୍ୟ ଓ ବହୁ କର୍ମୀ ଆଜି କଂଗ୍ରେସରେ ଯୋଗଦାନ କରିଛନ୍ତି।

ସେହିପରି ଖଲିକୋଟର ବିଜେପି ନେତା ପ୍ରହଲ୍ଲାଦ ବେହେରା, ଢ଼େଙ୍କାନଳ ଜିଲ୍ଲାର ବିଜେଡି ନେତା ପ୍ରଦୀପ୍ତ ସାହୁ, ଆସ୍କାର ବିଜୁ ଜନତା ଦଳର ନେତ୍ରୀ, ସୁରଭୀ ବିଶୋଇ, ରଜନୀକାନ୍ତ ପାଢ଼ୀ, ଜ୍ୟୋତି ରନ ପରିଡ଼ା, ବନମାଳୀ ସାମଲ, ସୂର୍ଯ୍ୟ ନାୟକ, ସାଗର ପ୍ରଧାନ, ନାରାୟଣ ପାଢ଼ୀ, ମନମୋହନ ପାଢ଼ୀ, ଦିଲ୍ଲୀପ ମହାରଣା, ବଲ୍କଭ ସାହୁ, ଶିବାନନ୍ଦ ପଟ୍ଟନାୟକ, ମନୁ ରାଉଳ, ତ୍ରିଲୋଚନ ବେହେରା ପ୍ରମୁଖ ବହୁ ନେତା ବିଜେପି ଓ ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି।

Advertisment

ଏହି ମିଶ୍ରଣ ପର୍ବରେ ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଭକ୍ତ ଦାସ, ପଂଚାନନ କାନୁନଗୋ, ଶିବାନନ୍ଦ ରାୟ, ମାନସ ଚୌଧୁରୀଭ୍‌କ ସମେତ ବହୁ ନେତା ଉପସ୍ଥିତ ଥିଲେ।

BjD Bjp Congress Poltics