Advertisment

ବିଜେଡିର ଶତାଧିକ କର୍ମୀ ଓ ନେତା ବିଜେପିରେ ମିଶିଲେ

ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ

author-image
Biswajit Samal
BJP

BJP

ରାଜ୍ୟ ‍ବିଜେପି କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଛତିଆ ଗ୍ରାମ ପଞ୍ଚାୟତର ପଞ୍ଚାୟତ ସମିତି ସଦସ୍ୟ ଦୀପକ ସାହୁ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

Advertisment

ଦୀପକ ସାହୁଙ୍କ ସମେତ ବିଜେଡି ନେତା ଗୁମେଶ ଚନ୍ଦ୍ର ସାହୁ, ଚନ୍ଦନ ସାହୁ, ହ୍ରିତିକ ରୋଶନ ସାହୁ, ଦିନେଶ ସାହୁ, ହରିହର ହାତି, ଜିତେନ୍ଦ୍ର ପାଲ, କାର୍ତିକ ସାହୁ, ଗୌତମ ଦାସ, ପ୍ରକାଶ ଦାସ, ରିତିକ ରୋଶନ ସାହୁ, ସସ୍ମିତା ଦାସ, ଅଜୟ କୁମାର ସାହୁ, ସୁନନ୍ଦା ଦାସ, ରଞ୍ଜନ ସାହୁ, ନାଏବ ସରପଂଚ ଦୀପିକା ବେହେରା, ଉଚ୍ଛବ ସାହୁ, ମଧୂସୁଦନ ବାରିକ, ଲକ୍ଷ୍ମୀଧର ବେହେରା, ଶଙ୍କର୍ଶନ ରାଉଳ, ଅଜୟ କୁମାର ରାଉତରାୟ, ନାରାୟଣ ଶର୍ମା ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି।

ସେହିପରି ବୁମତଳା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବପ୍ରସାଦ ରାଉଳ, କ୍ଷୀରୋଦ ମହାରଣା ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ପୁରୀ ଜିଲ୍ଲା ନିମାପଡ଼ାର ବରିଷ୍ଠ ଆଇନଜୀବୀ ସୁଧିର ଚରଣ ମହାନ୍ତି ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ।

Advertisment
BjD Bjp