Advertisment

ବିଜେପିରେ ସାମିଲ ହେଲେ ୪ ଜିଲ୍ଲାର ଶତାଧିକ କର୍ମୀ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଶତାଧିକ ଲୋକ ବିଜେପିରେ ସାମିଲ ହୋଇଛନ୍ତି ।

BJP

BJP

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପି ନିଜର ବଳ ଗୋଟାଇବାରେ ଲାଗିଛି । ଆଜି ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲ୍ଲାର ବହୁ ଆଗଧାଡ଼ିର ଛାତ୍ରନେତା ଓ ସମାଜସେବୀମାନେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

Advertisment

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଶତାଧିକ ଲୋକ ବିଜେପିରେ ସାମିଲ ହୋଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ, କଟକ ସଦର ନିର୍ବାଚନ ମଣ୍ଡଳୀ, ଆଳି ନିର୍ବାଚନ ମଣ୍ଡଳୀର ବହୁ ବିଶିଷ୍ଟ ସମାଜସେବୀଙ୍କ ଓ ଆଇନଜୀବୀ ନିଜ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ଦଳର ରାଜ୍ୟ ସଭାପତି ଶ୍ରୀ ସାମଲ ସମସ୍ତଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଆଜି ଯେଉଁମାନେ ବିଜେପିରେ ସାମିଲ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ମନୋଜ କୁମାର ନାୟକ, କଟକ ସଦର ନିର୍ବାଚନ ମଣ୍ଡଳୀର ପ୍ରକାଶ କୁମାର ସେଠୀ, ଏନଏସୟୁଆଇ ପୂର୍ବତନ ରାଜ୍ୟ ସମ୍ପାଦକ ତଥା ସୁପ୍ରିମକୋର୍ଟ ଆଇନଜୀବୀ ସୂର୍ଯ୍ୟକାନ୍ତ ପାଢ଼ୀ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଯୁବ ଆଇନଜୀବୀ ସଞ୍ଜୀବ ଯୋଶୀ, ଜନ୍ମେଜୟ ରାୟ, ଅବସରପ୍ରାପ୍ତ ସରକାରୀ ଅଧିକାରୀ ପ୍ରତାପ ରାଉତ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତିି । 

ଏହି ଅବସରରେ ଶ୍ରୀ ସାମଲ କହିଛନ୍ତି ଯେ, ରାଜ୍ୟରେ ବିଜେପିର ସଂଗଠନ ସୁଦୃଢ଼ ହେଉଛି । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ଼ କରିବ । ଓଡ଼ିଶାରେ ଯେଉଁ ଅଗଣତାନ୍ତ୍ରିକ ସରକାର ଚାଲିଛି ତାକୁ ହଟାଇବା ପାଇଁ ଓଡ଼ିଶାର ବିଭିନ୍ନ ବର୍ଗର ଲୋକମାନେ ବିଜେପି ଉପରେ ଭରସା କରି ଯୋଗଦାନ ଦେଉଛନ୍ତି । ଓଡ଼ିଶାର ବିକାଶ ଦୁଇଦଶନ୍ଧି ପଛକୁ ପଳାଇ ଯାଇଛି । ଆଗାମୀ ଦିନରେ ବିଜେପିି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଯାତ୍ରାକୁ ଓଡ଼ିଶାରେ ଆଗେଇ ନେବ ବୋଲି ଶ୍ରୀ ସାମଲ କହିଛନ୍ତି ।

Advertisment

ଏହି ମିଶ୍ରଣ ପର୍ବ ଅବସରରେ ଉପରୋକ୍ତ ଜିଲ୍ଲାର ବିଜେପି ସଭାପତି ପ୍ରକାଶ ବେହେରା, ହେମନ୍ତ ପାଢ଼ୀ, କିଶୋର ପଣ୍ଡା, ସରୋଜ କରଙ୍କ ସମେତ ଯତୀନ ମହାନ୍ତି, ଅଭିମନ୍ୟୁ ସେଠୀ, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ରଶ୍ମିରେଖା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe