kanak vardhan and sangita singh deo
ଘଟିଛି ଅପେକ୍ଷାର ଅନ୍ତ। ବାହାରିଛି ଫଳାଫଳ। ରାଜ୍ୟ ରାଜନୀତିରେ କିଏ ବିଜୟର ସ୍ୱାଦ ଚାଖିଥିବା ବେଳେ ଆଉ କାହାର ହୋଇଛି ପରାଜୟ। କେଉଁଠି ମଇଦାନକୁ ଓହ୍ଲାଇଥିବା ସ୍ୱାମୀସ୍ତ୍ରୀ ଯୋଡ଼ିଙ୍କ ମୁଣ୍ଡରେ ହାତୀ ସୁନା କଳସୀ ଢ଼ଳା ଯାଇ ଥିବା ବେଳେ ଆଉ କାହାକୁ ମିଳିଛି ପରାଜୟ। ଯେପରିକି ବଲାଙ୍ଗିର ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ସଙ୍ଗୀତା କୁମାରୀ ସିଂହଦେ ଓ ତାଙ୍କ ସ୍ୱାମୀ ତଥା ପାଟଣାଗଡ଼ ବିଧାନସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା କନକବର୍ଦ୍ଧନ ସିଂହଦେଓଙ୍କର ବାଜିମାତ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ତାଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡି ପରାଜୟ ହୋଇଛନ୍ତି।
ବଲାଙ୍ଗିର ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ସଙ୍ଗୀତା କୁମାରୀ ସିଂହଦେଓ ୬୧୭୭୪୪ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ ୪୮୫୦୮୦ ଭୋଟ ପାଇଛନ୍ତି। ସଙ୍ଗୀତା ୧୩୨୬୬୪ ଖଣ୍ଡ ଭୋଟରେ ଜିତିଛନ୍ତି।
ପାଟଣାଗଡ଼ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ସଙ୍ଗୀତାଙ୍କୁ କନକବର୍ଦ୍ଧନ ସିଂହଦେଓ ୯୩୮୨୩ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେର ୯୨୪୬୮ ଖଣ୍ଡ ପାଇଛନ୍ତି। ୨୦୧୯ରେ ପରାଜିତ ହୋଇଥିବା କନକ ଏଥର ୧୩୫୭ ଭୋଟରେ ବିଜୟୀ ହୋଇଛନ୍ତି।
ସୁଦାମ ମାରାଣ୍ଡିଙ୍କୁ ୩୬୬୬୩୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ନବଚରଣ ମାଝୀଙ୍କୁ ୫୮୫୯୭୧ ଖଣ୍ଡ ଭୋଟ୍ ମିଳିଛି। ଆର୍ଥାତ୍ ୨୧୯୩୩୪ ଖଣ୍ଡ ଭୋଟରେ ହାରିଛନ୍ତି ସୁଦାମ।
ସେହିଭଳି ସୁଦାମ ମାରାଣ୍ଡିଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡିଙ୍କୁ ୫୩୩୨୫ ଭୋଟ୍ ମିଳିଥିବା ବେଳେ ସଞ୍ଜଲି ମୁର୍ମୁଙ୍କୁ ୮୭୮୦୧ ଭୋଟ ମିଳିଥିଲା। ଆର୍ଥାତ୍ ରଞ୍ଜିତା ୩୪୪୭୬ ଭୋଟରେ ପରାସ୍ତ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1717559681.jpg)