Advertisment

ମୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ, ରିଜେକ୍ଟେଡ୍ ନୁହେଁ: ଶିବରାଜ ସିଂହ

ପୁଣେ ସ୍ଥିତ ଏମ୍‌ଆଇଟି ସ୍କୁଲ ଅଫ୍ ଗଭର୍ଣ୍ଣମେଣ୍ଟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିବରାଜ ସିଂହ ଏଭଳି କିଛି ବୟାନ ଦେଇଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Shivraj Singh Chouhan

Shivraj Singh Chouhan

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଆଗକୁ ତାଙ୍କର ଭବିଷ୍ୟତ କ'ଣ ରହିଛି, ସେ ନେଇ ଏଯାଏଁ କୌଣସି ସଂକେତ ଦେଇ ନାହିଁ ବିଜେପି। ତାଙ୍କ ପାଇଁ ଦଳ କ'ଣ ବିଚାର କରୁଛି, ସେ ନେଇ ବହୁ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଶିବରାଜ ସିଂହ ଚୌହାନ କହିଛନ୍ତି, ମୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ, ବହିଷ୍କୃତ ନୁହେଁ।

Advertisment

ପୁଣେ ସ୍ଥିତ ଏମ୍‌ଆଇଟି ସ୍କୁଲ ଅଫ୍ ଗଭର୍ଣ୍ଣମେଣ୍ଟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିବରାଜ ସିଂହ କହିଛନ୍ତି, 'ମୋତେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୋଲି କୁହାଯାଉଛି। ମୁଁ କିନ୍ତୁ ବହିଷ୍କୃତ ମୁଖ୍ୟମନ୍ତ୍ରୀ ନୁହେଁ। ବେଳେ ବେଳେ ଦୀର୍ଘ ଦିନ ଧରି କ୍ଷମତାରେ ରହିବାପରେ ଲୋକେ ଗାଳି ଦିଅନ୍ତି। ତେଣୁ, ମୁଖ୍ୟମନ୍ତ୍ରୀମାନେ ପଦ ଛାଡ଼ନ୍ତି। କିନ୍ତୁ, ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ବି ଲୋକେ ମତେ ସମର୍ଥନ କରୁଛନ୍ତି ଏବଂ ଯୁଆଡ଼େ ଗଲେ ମେତେ ‘ମାମା’ ବୋଲି ଡାକୁଛନ୍ତି। ଲୋକଙ୍କ ଭଲପାଇବା ହିଁ ମୋର ଅସଲ ସମ୍ପଦ।'

ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଅର୍ଥ ନୁହେଁ ଯେ, ମୁଁ ସକ୍ରିୟ ରାଜନୀତି ଛାଡ଼ିଦେବି। ଲୋକଙ୍କ ସେବା ପାଇଁ ମୁଁ ରାଜନୀତି କରୁଛି, କୌଣସି ପଦପଦବୀ ପାଇଁ ନୁହେଁ। ମୁଁ ଅହଙ୍କରୀ ଭଳି କଥା କହେ ନାହିଁ। ମୁଁ ୧୧ଟି ନିର୍ବାଚନରେ ବିଜୟୀ ହୋଇଛି, କିନ୍ତୁ ନିର୍ବାଚନରେ ନିଜ ପାଇଁ ପ୍ରଚାର କରିନାହିଁ। ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବଦିନ ମୁଁ ନିର୍ବାଚନ ମଣ୍ଡଳିକୁ ଯାଏ। ସେତେବେଳେ ଗାଁ ଲୋକେ ଟଙ୍କା ଓ ଟଙ୍କା ଦେଇଥିବା ଲୋକମାନଙ୍କ ତାଲିକା ନେଇ ମୋ ପାଖକୁ ଆସନ୍ତି। ନିଷ୍ଠାର ସହିତ ନିର୍ବାଚନ ଲଢ଼ିଲେ, ଜନତା ତୁମ ସପକ୍ଷରେ ଯିବେ ବୋଲି କହିଛନ୍ତି ଶିବରାଜ।

Advertisment

ମଧ୍ୟପ୍ରଦେଶରେ ମୋହନ ଯାଦବ ଶାସନ ଭାର ସମ୍ଭାଳିବାର ଏକ ମାସି ପରେ ଶିବରାଜ ସିଂହ ଚୌହାନଙ୍କ ଏଭଳି ମନ୍ତବ୍ୟ ସାମ୍ନାକୁ ଆସିଛି। କହିରଖୁ ଯେ, ଶିବରାଜ ସିଂହ ଦୀର୍ଘ ୨୦ ବର୍ଷ ଧରି କ୍ଷମତାରେ ରହିଥିଲେ। ଚଳିତ ନିର୍ବାଚନରେ ମଧ୍ୟ ଶିବରାଜ ବିପୁଳ ଭୋଟ୍‌ରେ ନିଜ ନିର୍ବାଚନୀ ମଣ୍ଡଳିରେ ବିଜୟୀ ହୋଇଛନ୍ତି। ତେବେ ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବ ବୋଲି ଆଶା କରାଯାଉଥିଲା। ସେ ମଧ୍ୟ ପୁଣି ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ୱପ୍ନ ଦେଖିଥିଲେ। କିନ୍ତୁ ତାହା ହେଲା ନାହିଁ। ବିଜେପି ନୂଆ ମୁହଁ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦେଲା।

Bjp Madhya Pradesh Shivraj Singh Chauhan