Advertisment

ଅମରଙ୍କ ଦମ୍ଭୋକ୍ତି, ମୁଁ ବିଜେଡିରେ ନାହିଁ; ଲେନିନ କହିଲେ, ଯିଏ ଯିବା କଥା ଦଳ ଛାଡ଼ି ପଳାନ୍ତୁ

ଗତ ସପ୍ତାହରେ ଯାଜପୁରରେ ଏକ କର୍ମୀ ସମ୍ମିଳନୀରେ ପ୍ରଣବ ଓରଫ ବବି କହିଥିଲେ ଯେ, ଯାଜପୁରରେ ବିଜେଡି କହିଲେ ୩ ଜଣଙ୍କକୁ ବୁଝାଏ। ବବି- ଜିତୁ -ଡାନି।

ଅଦ୍ୟତନ ହୋଇଛି
 Amar Satpathy and Lenin mohanty

Amar Satpathy and Lenin mohanty

Advertisment

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଜାରି ରହିଥିବା ବେଳେ ବରିଷ୍ଠ ନେତା ଅମର ଶତପଥୀ ଦେଇଛନ୍ତି ବିସ୍ଫୋରକ ବୟାନ। “ମୁଁ ବିଜେଡିରେ ନାହିଁ କି ସଦ୍ୟସତା ନବୀକରଣ କରିବାର ସ୍ପଷ୍ଟ ଉଠୁନି। ବିଜେଡିରେ ମୋ ଅବଦାନ ଓଡ଼ିଶାବାସୀ କହିବେ।” ଅନ୍ୟପଟେ ଅମରଙ୍କୁ କଟାକ୍ଷ କରି ବିଜେଡି ମୁଖ୍ୟପାତ୍ର ଲେନିନ ମହାନ୍ତି ପରୋକ୍ଷରେ ତାଙ୍କୁ ଦଳ ଛାଡ଼ି ଚାଲିଯିବାକୁ ଚେତାବନୀ ଦେଇଛନ୍ତି। ଯାଜପୁରରେ ବିଜେଡି କହିଲେ ୩ ଜଣଙ୍କୁ ବୁଝାଏ ବୋଲି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ବୟାନ ଦେବା ପରେ ଆଜି ଲେନିନଙ୍କ ଏଭଳି କଟାକ୍ଷ ଅମରଙ୍କୁ ସିଧାସଳଖ ଦଳ ଛାଡ଼ିବାକୁ ବାଧ୍ୟ କରିବ ବୋଲି ଚର୍ଚ୍ଚା ହେଉଛି।

Advertisment

ଲେନିନ କହିଛନ୍ତି, ଅମର ବାବୁ ଯଦି ଦଳରେ ରହିବା ପାଇଁ ଚାହୁଁନାହାନ୍ତି, ତାହାହେଲେ ସେ ଦଳ ଛାଡ଼ି ଚାଲିଗଲେ ଭଲ ହୁଅନ୍ତା। ଅମର ବାବୁ ତାଙ୍କ ପୁତୁରାକୁ ଆଗରୁ ବିଜେପିକୁ ଛାଡ଼ିଛନ୍ତି। ସେ ଯଦି ତାଙ୍କ ପୁତୁରାଙ୍କ ପଥକୁ ଅନୁସରଣ କରି ଚାଲିଯିବେ, ତାହାହେଲେ ଭଲ ହେବ। ୬ଥର ଅମର ବାବୁଙ୍କୁ ବିଭିନ୍ନ ପଦପଦବୀରେ ରହିବାକୁ ଦଳ ସୁଯୋଗ ଦେଇଛି।

ସେ ଆହୁରି କହିଛନ୍ତି, ଯଦି ଦଳରେ ଅମର ବାବୁଙ୍କୁ ଅଣ ନିଶ୍ୱାସ ଲାଗୁଛି, ଦଳ ଛାଡ଼ି ଚାଲିଗଲେ ଭଲ ହେବ। ଆମେ ଏହା ଆହ୍ୱାନ କରୁଛୁ। ଅମର ବାବୁ ଦଳ ଛାଡ଼ି ଚାଲିଗଲେ ସେଠାରେ ତାଙ୍କୁ କ’ଣ ପ୍ରଧାନମନ୍ତ୍ରୀ କରି ଦେବେ କି? ବିଜେଡି ଛାଡ଼ି ଯେଉଁମାନେ ବିଜେପି ଯାଇଛନ୍ତି ସେଠାରେ ସେମାନଙ୍କୁ କ’ଣ ଦାୟିତ୍ୱ ମିଳିଛି, ଆମେ ଦେଖିଛୁ ।

Advertisment

ଅମରଙ୍କ ପରିଚୟ ଉପରେ ପ୍ରଶ୍ନ ଉଠାଇଛନ୍ତି ଲେନିନ। ସେ କହିଛନ୍ତି, ଅମର ବାବୁଙ୍କୁ ମାନ୍ୟତା ଦେବା ସହ ପରିଚୟ ଦେଇଛି ବିଜେଡି। ସେ ଯଦି ଚାହୁଁଛନ୍ତି ଦଳ ଛାଡ଼ି ଅନ୍ୟ ଦଳକୁ ଗଲେ ବଡ଼ ପଦବୀ ମିଳିବ, ତାହାହେଲେ ସେ ଯାଆନ୍ତୁ। ଦଳରେ ଯେଉଁମାନେ ଏବେ ନିନ୍ଦୁକ ପାଲଟିଛନ୍ତି, ସେମାନେ ଦଳ ଛାଡ଼ି ଚାଲିଗ଼ଲେ ଦଳରେ ପଇସାଟିଏ ବି କ୍ଷତି ହେବନି। ଏମାନେ ସବୁବେଳେ ଦଳରେ ବୋଝ ହୋଇଥିଲେ, ବିଜେପିକୁ ଗଲେ ବୋଝ ହେବେ। ଯେଉଁମାନେ ଦଳ ଛାଡ଼ି ଯାଉଛନ୍ତି ସେମାନଙ୍କର ପୂର୍ବରୁ ବିଜେପି ସହ ସଂପର୍କରେ ଥିଲେ। ସେମାନେ ଦଳ ଛାଡ଼ି ଗଲେ ଆମ ଦଳର କିଛି କ୍ଷତି ହେବ ନାହିଁ।

ଲେନିନ ମହାନ୍ତିଙ୍କ ମନ୍ତବ୍ୟ ଉପରେ କଡ଼ା ଟିପ୍ପଣୀ ରଖିଛନ୍ତି ଅମର ଶତପଥୀ। ସେ କହିଛନ୍ତି, ବିଜେଡିରେ ହୋଇଥିବା ସଭ୍ୟ ସଂଗ୍ରହ ଅଭିଯାନରେ ମୋର ସଭ୍ୟପଦ ନବୀକରଣ କରିନି। ସଭ୍ୟପଦ ନେଇନି ମାନେ ମୁଁ ଟେକ୍ନିକାଲି ବିଜେଡିରେ ନାହିଁ। ବର୍ତ୍ତମାନ ପାଇଁ ମୁଁ ସକ୍ରିୟ ରାଜନୀତିରୁ ଦୂରେଇ ଅଛି।  ମୁଁ କାହା ସଂପର୍କରେ ଅଛି ନ ଅଛି, ସେଥିପାଇଁ କାହାର ସାର୍ଟିଫିକେଟ ଦେବା ଦରକାର ନାହିଁ।

ଯେଉଁଥି ପାଇଁ  ବିଜୁ ଜନତା ଦଳ ଗଢ଼ା ଯାଇଥିଲା, ତାର ମୌଳିକକ ଉଦ୍ଦେଶ୍ୟ ପରାୟତ ହେଉଛି। କିଛି ଲୋକ ଭାବୁଛନ୍ତି ଠିକ୍ ଚାଲିଛି, ପରୀକ୍ଷା ନିରିକ୍ଷା ହେଉଛନ୍ତି ବୋଲି କହୁଛନ୍ତି। ରାଜ୍ୟବାସୀଙ୍କ ସହ ମୋ ସଂପର୍କ ରହିଛି। ମୁଁ ଯେଉଁ ବାର୍ତ୍ତା ଗଣମାଧ୍ୟମ ଜରିଆରେ ରଖିଥିଲି, ସେଥିପାଇଁ ମୋତେ ଅଭିନନ୍ଦନ ମିଳୁଛି। ପରବର୍ତ୍ତୀ ସମୟରେ ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ଆଲୋଚନା କରିବି। ବର୍ତ୍ତମାନ ପାଇଁ ମୁଁ ସକ୍ରିୟ ରାଜନୀତିରୁ ଦୂରେଇ ଅଛି। ମୁଁ କ’ଣ କରିବି ନ କରିବି, କେଉଁଠି ଯିବି ନ ଯିବି, ଦୟାକରି ସେ ପରାମର୍ଶ ମୋତେ ଦିଅନ୍ତୁ ନାହିଁ।

ଅମରଙ୍କୁ ବିଜେଡି ପରିଚୟ  ଦେଇଛି ବୋଲି ପ୍ରଶ୍ନ ଉଠାଇଥିଲେ ଲେନିନ। ଏହା ଉପରେ କଡ଼ା ମନ୍ତବ୍ୟ ରଖି ଛନ୍ତି ଅମର। ସେ କହିଛନ୍ତି, ବିଜେଡି ମୋତେ ପରିଚୟ ଦେଇଛି କି ନାହିଁ, ଯେଉଁମାନେ ନୂଆ ନୂଆ ବିଜେଡିକୁ ଆସିଛନ୍ତି ସେମାନେ ଜାଣିଛନ୍ତି। ବିଜେଡି ଗଠନ ବେଳେ ଆମେ କିପରି ସଂଘର୍ଷର କରିଥିଲୁ, ତାକୁ ଯେଉଁମାନେ ନ ଦେଖିଛନ୍ତି ସେମାନେ ବିଜେଡି ସଂପର୍କରେ କହୁଛନ୍ତି। ମୁଁ ସେସବୁ ଉପରେ ମତାମତ ଦେବାକୁ ଚାହୁଁନାହିଁ। ବିଜେଡି ମୋତେ ପରିଚୟ ଦେଇଛି ନା ମୋର କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ଲୋକଙ୍କର ସମର୍ଥନ ପାଇଥିଲା, ସେ କଥା ରାଜ୍ୟବାସୀ କହିବେ। ମୁଁ କାହାର କ୍ଷତି କରିବାକୁ ଚାହେଁନା।

ନିର୍ବାଚନ ସମୟରେ ବିଭିନ୍ନ ରାଜନୀତିକ ଦଳ ମୋ ସହ ଯୋଗାଯୋଗରେ ଥିଲେ। ମୁଁ ଚାହିଁଥିଲେ ନିର୍ବାଚନ ବେଳେ ଅନ୍ୟ ଦଳକୁ ଯାଇପାରିଥାଆନ୍ତି। ମୋତେ ଅନ୍ୟ ଦଳରୁ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଆସିଥିଲା। କିନ୍ତୁ ମୁଁ ଦଳ ପରିବର୍ତ୍ତନ କରି ନଥିଲି ବୋଲି ଅମର କହିଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଯାଜପୁରରେ ଏକ କର୍ମୀ ସମ୍ମିଳନୀରେ ପ୍ରଣବ ଓରଫ ବବି କହିଥିଲେ ଯେ, ଯାଜପୁରରେ ବିଜେଡି କହିଲେ ୩ ଜଣଙ୍କକୁ ବୁଝାଏ। ବବି- ଜିତୁ -ଡାନି।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe