Advertisment

ଟିଆର୍‌ପି ଥିଲେ କଣ ହେଲା? PCC ସଭାପତି ହେବା ପାଇଁ ଇଚ୍ଛା ନାହିଁ

ତାରା କହିଛନ୍ତି, କଂଗ୍ରେସର କୌଣସି ନେତା ବିଜେପି ଯୋଗାଯୋଗରେ ନାହାନ୍ତି। ମୁଁ ଏ ସମ୍ପର୍କରେ ଗେରେଣ୍ଟି ସହିତ କହିବି। ବରଂ ଯେଉଁମାନେ କଂଗ୍ରେସ ଛାଡ଼ି ବିଜେପି ଓ ବିଜେଡିକୁ ଯାଇଛନ୍ତି, ଖୁବ୍‌ଶୀଘ୍ର ସେମାନେ ଫେରୁଛନ୍ତି।

Tara

Tara

Advertisment

ଟିଆର୍‌ପି ଥିଲେ କ’ଣ ହେଲା? ହେଲେ ମୋର ପିସିସି ସଭାପତି ହେବା ପାଇଁ ଇଚ୍ଛା ନାହିଁ। ତେବେ ପିସିସି ସଭାପତି ଚୟନ ନେଇ ମୋତେ କେହି ପରାମର୍ଶ ମାଗିନାହାନ୍ତି। ରାଜ୍ୟରେ ପିସିସି ସଭାପତିକୁ ନେଇ ଚାଲିଥିବା ଚର୍ଚ୍ଚା ବେଳେ ଆଜି ଏମିତି ଢ଼ଙ୍ଗରେ ଉତ୍ତର ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

Advertisment

ତାରା କହିଛନ୍ତି, ପିସିସି ସଭାପତି ଚୟନ ନେଇ କେହି ମୋ ପରାମର୍ଶ ମାଗିନାହାନ୍ତି। ମୁଁ କାହା ଦୟାରେ ନାହିଁ। ମୋ’ ଦୟାରେ କେହି ନାହାନ୍ତି। ମୋତେ ମାଗିଲେ ମୁଁ ପରାମର୍ଶ ଦେବି। ପିସିସି ସଭାପତି ପାଇଁ ଭଲ ନେତା ଦରକାର। ଯାହାର ଟିଆର୍‌ପି ଥିବ, ତାକୁ ପିସିସି ସଭାପତି କରାଗଲେ ଭଲ ହେବ ବୋଲି ତାରା କହିଛନ୍ତି।

ଆପଣଙ୍କର(ତାରା) ଭଲ ଟିଆର୍‌ପି ଓ ନାଁ ଅଛି ବୋଲି ପ୍ରଶ୍ନରେ ତାରା କହିଛନ୍ତି, ମୋର ପିସିସି ସଭାପତି ହେବା ପାଇଁ ଇଚ୍ଛା ନାହିଁ। ତେଣୁ ଟିଆର୍‌ପି ଓ ନାଁ ଥିଲେ କ’ଣ ହେବ? ମନ ପ୍ରବଳ, ଅନ୍ୟ ଦୁର୍ବଳ। ମୁଁ ସମ୍ମାନ ପାଇଁ ରାଜନୀତି କରେ। ମୋର ସମ୍ମାନ ରହିଲେ ହେଲା। ପିସିସି ସଭାପତି ପାଇଁ କେବେ ଆଗ୍ରହ ପ୍ରକାଶ କରିନାହିଁ। ଏପରିକି ଆକଗୁ ମଧ୍ୟ ହେବାର ନାହିଁ। ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ଗଡ଼ଗେଜୀ ଯାହା ନିଷ୍ପତ୍ତି ନେବେ, ତାକୁ ଆମେ ଅକ୍ଷରେ ଅକ୍ଷରେ ପାଳନ କରିବୁ ବୋଲି ସେ କହିଛନ୍ତି।

Advertisment

କ୍ଷୋଭ ପ୍ରକାଶ କରି ତାରା କହିଛନ୍ତି, କଂଗ୍ରସ ବିଧାୟକ ଦଳ ନେତା ହେବା ପାଇଁ ମୋର ଅଧିକାର ଥିଲା। କିନ୍ତୁ ମୁଁ ହେଲିନି। ବିଧାନସଭାରେ ମୁଁ କଂଗ୍ରେସର କାମ କରୁଛି। ଏଥିରେ ଦ୍ୱିମତ ନାହିଁ ବୋଲି ତାରା କହିଛନ୍ତି।

ବହୁ କଂଗ୍ରେସ ନେତା ବିଜେପି ଯୋଗାଯୋଗରେ ଥିବା ନେଇ ପ୍ରଶ୍ନରେ ତାରା କହିଛନ୍ତି, କଂଗ୍ରେସର କୌଣସି ନେତା ବିଜେପି ଯୋଗାଯୋଗରେ ନାହାନ୍ତି। ମୁଁ ଏ ସମ୍ପର୍କରେ ଗେରେଣ୍ଟି ସହିତ କହିବି। ବରଂ ଯେଉଁମାନେ କଂଗ୍ରେସ ଛାଡ଼ି ବିଜେପି ଓ ବିଜେଡିକୁ ଯାଇଛନ୍ତି, ଖୁବ୍‌ଶୀଘ୍ର ସେମାନେ ଫେରୁଛନ୍ତି। ସେଥିରେ ବଡ଼ ନେତା ଓ ପିଲା ନେତା ଅଛନ୍ତି। ସେମାନେ କାହିଁକି ଫେରିବେ, ସେ ସମ୍ପର୍କରେ ପରେ କହିବି ବୋଲି ତାରା କହିଛନ୍ତି।

Bjp PCC President Tara Prasad Bahinipati Congress Pcc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe