CM
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଅଛନ୍ତି ଓ ତାଙ୍କୁ ଭିକେ ପାଣ୍ଡିଆନ ବନ୍ଦୀ କରି ରଖିଥିବା ବିଜେପି ଅଭିଯୋଗ କରୁଥିଲା। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏକ ନ୍ୟୁଜ ଏଜେନ୍ସିକୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ସମ୍ପୁର୍ଣ୍ଣ ସୁସ୍ଥ ଅଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଛ କହିବାର ଗୋଟିଏ ସୀମା ଥାଏ। ବିଜେପି ମିଛ କହିବାର ସବୁ ସୀମା ଟପି ଯାଇଛି। ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି, ମାସେ ହେଲା ରାଜ୍ୟ ସାରା ପ୍ରଚାର କରୁଛି ବୋଲି ନବୀନ କହିଛନ୍ତି।
ସୂଚନାରୁ ପ୍ରକାଶ, ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ଡିଜିପିଙ୍କୁ ଚିଠି ଲେଖିଲା ବିଜେପି। ଭିକେ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ଅପିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଭିକେ ପାଣ୍ଡିଆନ ବନ୍ଧନ କରି ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।
ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବା ପାଇଁ ଡିଜିପିଙ୍କୁ ଚିଠି ଲେଖିଛି। ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବ ଓ ଡିଜିପି କଥା ହେଉଛନ୍ତିକି ନାହିଁ ସନ୍ଦେହ କରିଛି ଦଳ। ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କ’ଣ ଜାଣିବା ଅଧିକାର ରାଜ୍ୟବାସୀଙ୍କର ଅଛି। ଜଣେ ଜଜ୍ ଓ କିଛି ମାନ୍ୟଗଣ୍ୟଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରନ୍ତୁ ବୋଲି ବିଜେପି କହିଛି। ଭିକେ ପାଣ୍ଡିଆନଙ୍କ କବଳରୁ ମୁକ୍ତ କରି ଗଣମାଧ୍ୟମ ସାମ୍ନାକୁ ଆଣିବାକୁ ଦାବି କରିବା ସହ ଏଭଳି ସମ୍ବେଦନଶୀଳ ବିଷୟକୁ ଗୁରୁତ୍ୱ ଦେବେ ବୋଲି ଆଶା ରଖିଛି ବିଜେପି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/CM_1716550788.jpg)