Advertisment

କାହିଁକି ଦିଲ୍ଲୀ ଓ ବେଙ୍ଗଲର ବୟସ୍କ ଲୋକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ମୋଦି?

ବେଙ୍ଗଲର କ୍ଷମତାସୀନ ଟିଏମସି ଓ ଦିଲ୍ଲୀର କ୍ଷମତାସୀନ ଆପ୍‌ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁ ନଥିବାରୁ ଉଭୟ ସରକାରଙ୍କୁ ମୋଦି ତୀବ୍ର ସମାଲୋଚନା କରିଛନ୍ତି।

PM Modi

PM Modi

Advertisment

ପଶ୍ଚିମବଙ୍ଗ ଓ ଦିଲ୍ଲୀର ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ କ୍ଷମା ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ରାଜ୍ୟର ବୟସ୍କଙ୍କ ସେବା କରିବାରୁ ସେ ବଞ୍ଚିତ ହେଉଥିବାରୁ ଏପରି କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିସହ ବେଙ୍ଗଲର କ୍ଷମତାସୀନ ଟିଏମସି ଓ ଦିଲ୍ଲୀର କ୍ଷମତାସୀନ ଆପ୍‌ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁ ନଥିବାରୁ ଉଭୟ ସରକାରଙ୍କୁ ମୋଦି ତୀବ୍ର ସମାଲୋଚନା କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି ଆଜି ଆୟୁଷ୍ମାନ ଭାରତର ପରିଧିକୁ ବିସ୍ତାର କରିଛନ୍ତି। ଏଣିକି ୭୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ପୂରା ଦେଶରେ ମାଗଣା ଚିକିତ୍ସା ମିଳିବ। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଏପରି ସେବା ବରିଷ୍ଠ ନାଗରିକଙ୍କୁ ଯୋଗାଇ ଦିଆଯିବ। ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରି ମୋଦି ବେଙ୍ଗଲ ଓ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଛନ୍ତି।

ସେ କହିଛନ୍ତି, “ଦିଲ୍ଲୀ ଓ ବେଙ୍ଗଲରେ ଥିବା ବରିଷ୍ଠ ନାଗରିକମାନେ ଆୟୁଷ୍ମାନ ଭାରତର ଫାଇଦା ହାସଲ କରିବାକୁ ସକ୍ଷମ ହେବେ ନାହିଁ। କାରଣ ସେମାନଙ୍କ ସରକାରମାନେ ରାଜନୀତିକ ଅଭିସନ୍ଧି ପାଇଁ ଏହି ଯୋଜନାକୁ କାର୍ଯ୍ୟକାରୀ କରୁ ନାହାନ୍ତି।

Advertisment

୭୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଏବେ ମାଗଣାରେ ଚିକିତ୍ସା ମିଳିବ। ସେମାନେ ଆୟୁଷ୍ମାନ ଭାୟା ବନ୍ଦନା କାର୍ଡ ପାଇବେ। ହେଲେ ବେଙ୍ଗଲ ଓ ଦିଲ୍ଲୀର ବରିଷ୍ଠମାନେ ଏହାର ଫାଇଦା ପାଇବେ ନାହିଁ। ମୁଁ ଦୁଇ ରାଜ୍ୟରେ ଥିବା ସମସ୍ତ ୭୦ ବର୍ଷ ବୟସରୁ ଅଧିକ ଲୋକଙ୍କୁ କ୍ଷମା ମାଗୁଛି। କାରଣ ମୁଁ ସେମାନଙ୍କ ସେବା କରିପାରୁ ନାହିଁ।

ମୁଁ ଜାଣିପାରିବି ଆପଣମାନେ କେମିତି ଅଛନ୍ତି। ମୁଁ ତା’ର ସୂଚନା ପାଇବି। କିନ୍ତୁ ମୁଁ ଆପଣମାନଙ୍କୁ ସାହାଯ୍ୟ କରିପାରିବି ନାହିଁ। ଏଥିପାଇଁ ମୁଁ ଆପଣମାନଙ୍କୁ କ୍ଷମା ମାଗୁଛି। ଦିଲ୍ଲୀ ଓ ବେଙ୍ଗଲ ସରକାର ଆୟୁଷ୍ମାନ ଯୋଜନାରେ ସାମିଲ ହୋଇନାହାନ୍ତି। ତେଣୁ ଦୁଇ ରାଜ୍ୟର ଲୋକମାନେ ଏହାର ଫାଇଦା ପାଇପାରିବେ ନାହିଁ।”

ମୋଦି ବେଙ୍ଗଲ ଓ ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, “ରାଜନୀତିକ ସ୍ୱାର୍ଥ ପାଇଁ ନିଜ ରାଜ୍ୟର ଅସୁସ୍ଥ ଲୋକଙ୍କୁ ସେବାରୁ ବଞ୍ଚିତ କରିବା ଅମାନବୀୟ ଆଚରଣ। ଏଥିପାଇଁ ମୁଁ ବେଙ୍ଗଲର ବରିଷ୍ଠ ନାଗରିକମାନଙ୍କୁ କ୍ଷମା ମାଗୁଛି। ମୁଁ ଦିଲ୍ଲୀର ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ କ୍ଷମା ମାଗୁଛି। ମୁଁ ପୂରା ଦେଶର ଲୋକଙ୍କ ସେବା କରିବାକୁ ସକ୍ଷମ। କିନ୍ତୁ ରାଜନୀତିକ ପ୍ରଫେସନ ମୋତେ ଦିଲ୍ଲୀ ଓ ବେଙ୍ଗଲରୁ ବରିଷ୍ଠ ନାଗରିକଙ୍କ ସେବା କରିବାରୁ ବଞ୍ଚିତ ରଖୁଛି।”

PM Modi Ayushman Bharat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe