Advertisment

ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ ଜୟଦେବ ଜେନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଦଳର ଏପରି ବିପର୍ଯ୍ୟୟର କାରଣ ଖୋଜା ଚାଲିଥିବା ବେଳେ ରାଜ୍ୟ ମୁଖିଆ ବଦଳାଇବାକୁ ଚାଲିଛି ଚର୍ଚ୍ଚା। ଏହି ଚର୍ଚ୍ଚାରେ ଘିଅ ଢାଳିଛନ୍ତି କେତେକ ବିଧାୟକ। ସେମାନେ ଖୋଲା ଖୋଲି ପିସିସି ସଭାପତି ପରିବର୍ତ୍ତନ ପାଇଁ ଯୁକ୍ତି ବାଢ଼ିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ପିସିସି ସଭାପତି ବଦଳିବେ, ତାହାହେଲେ ହେବେ କିଏ? ଶୁଣିବାକୁ ମିଳୁଛି, ପୂର୍ବତନ ପିସିସି ସଭାପତି ଜୟଦେବ […]

ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ ଜୟଦେବ ଜେନା

Jaydev-Jena

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଦଳର ଏପରି ବିପର୍ଯ୍ୟୟର କାରଣ ଖୋଜା ଚାଲିଥିବା ବେଳେ ରାଜ୍ୟ ମୁଖିଆ ବଦଳାଇବାକୁ ଚାଲିଛି ଚର୍ଚ୍ଚା। ଏହି ଚର୍ଚ୍ଚାରେ ଘିଅ ଢାଳିଛନ୍ତି କେତେକ ବିଧାୟକ। ସେମାନେ ଖୋଲା ଖୋଲି ପିସିସି ସଭାପତି ପରିବର୍ତ୍ତନ ପାଇଁ ଯୁକ୍ତି ବାଢ଼ିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ପିସିସି ସଭାପତି ବଦଳିବେ, ତାହାହେଲେ ହେବେ କିଏ? ଶୁଣିବାକୁ ମିଳୁଛି, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏହି ରେସ୍‌ରେ ଅଛନ୍ତି। କିନ୍ତୁ ଜୟଦେବ ଜେନା ଏହି ଚର୍ଚ୍ଚାକୁ ସିଧା ସିଧା ଖଣ୍ଡନ କରିଛନ୍ତି।

Advertisment

ଗଣମାଧ୍ୟମକୁ ଜୟଦେବ ଜେନା କହିଛନ୍ତି-“ପିସିସି ସଭାପତି ହେବାକୁ ଇଚ୍ଛା ନାହିଁ। ମୋର ଇଚ୍ଛା ନାହିଁ କି ମୁଁ ରେସ୍‌ରେ ନାହିଁ। ମୁଁ ରେସ୍‌ରେ ବିଶ୍ୱାସ ରଖେନି। ମାନସିକ ସ୍ତରରେ ପ୍ରସ୍ତୁତ ମଧ୍ୟ ନାହିଁ। ଓଡ଼ିଶା ପାଇଁ ହାଇକମାଣ୍ଡ ମୋତେ ଯେଉଁ ଦାୟିତ୍ୱ ଦେବେ, ତାକୁ ଗ୍ରହଣ କରିବି।”

ଶ୍ରୀ ଜେନା କହିଛନ୍ତି, ରେସ୍‌ରେ ରହିବାକୁ ମୁଁ ବିଶ୍ୱାସ କରେନି। କାରଣ ଦୁଇ ଦୁଇ ଥର ପିସିସି ସଭାପତି ହୋଇଛି। ୨୦୦୪ ମସିହାରେ ମୋ’ ନାଁ ଘୋଷଣା ହେଲା। ଆଉ ୫ ବର୍ଷ ପାଇଁ ପିସିସି ସଭାପତି ରହିଲି। ୨୦୧୩ ମସିହାରେ ପୁଣି ଯେତେବେଳେ ପିସିସି ସଭାପତି ହେଲି, ସେତେବେଳେ ହେବି ବୋଲି କାହାକୁ କହିନଥିଲି କି ଚେଷ୍ଟା ମଧ୍ୟ କରିନଥିଲି ବୋଲି ଶ୍ରୀ ଜେନା କହିଛନ୍ତି।

Advertisment

ଶ୍ରୀ ଜେନା ଆହୁରି କହିଛନ୍ତି, ନିକଟରେ ଶେଷ ହୋଇଥିବା ୫ ରାଜ୍ୟରେ ନିର୍ବାଚନ ଫଳାଫଳ ଯେତେବେଳେ କଂଗ୍ରେସ ସପକ୍ଷରେ ଗଲାନି, ସେତେବେଳେ ସାଙ୍ଗଠନିକ ପରିବର୍ତ୍ତନ କରିବାକୁ କାର୍ଯ୍ୟାକାରିଣୀରେ ସୋନିଆ ଗାନ୍ଧିଙ୍କୁ କୁହାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଫଳାଫଳ ଖରାପ ହୋଇଥିବା ୫ଟି ରାଜ୍ୟରେ ସଭାପତି ପରିବର୍ତ୍ତନ କରାଗଲା। ଆଉ ଯେଉଁ ରାଜ୍ୟରେ ସାଙ୍ଗଠନିକ ଦୁର୍ବଳତା ଦେଖୁଛନ୍ତି, ସେଠାରେ ପରିବର୍ତ୍ତନ କରିବାକୁ ଶ୍ରୀମତୀ ଗାନ୍ଧି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେହି କ୍ରମରେ ଓଡ଼ିଶାରେ ପିସିସି ପରିବର୍ତ୍ତନ ହୋଇପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ଏହି ଆଲୋଚନାରେ କଣ ନିର୍ଯାସ ବାହାରିବ, ତାହା ଶ୍ରୀମତୀ ଗାନ୍ଧି ଓ ରାହୁଲ ଗାନ୍ଧି କହିପାରିବେ। ମୁଁ ସେ ବିଷୟରେ କହିପାରିବି ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି।

ସେ କହିଛନ୍ତି, ବିଧାୟକଙ୍କ ଭିତରୁ କାହାକୁ ପିସିସି ସଭାପତି କଲେ କିଛି ଅସୁବିଧା ନାହିଁ। ମୁଁ ଯେତେବେଳେ ବିଧାୟକ ଥିଲି, ସେତେବେଳେ ପିସିସି ସଭାପତି ହୋଇଥିଲି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କିଏ ସେହି ବିଧାୟକ ଯିଏ ପିସିସି ସଭାପତି ହେବେ? ଯାହାଙ୍କ ଉପରେ ଲୋକଙ୍କ ଭରସା ଥିବ ଓ ଯିଏ ଦିନରାତି ୨୪ ଘଣ୍ଟା ପରିଶ୍ରମ କରି ବିଜେପି ଏବଂ ବିଜେଡି ବିରୋଧରେ ଲଢ଼େଇ କରିପାରିବେ। ଯିଏ ବି ପିସିସି ସଭାପତି ହେବେ ତାଙ୍କୁ ମୁଁ ସହଯୋଗ କରିବି ବୋଲି ଶ୍ରୀ ଜେନା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe