Advertisment

ଲୋକସଭା ନିର୍ବାଚନ ଲଢ଼ିବାକୁ ମୋ ପାଖରେ ଟଙ୍କା ନାହିଁ କହିଲେ ନିର୍ମଳା ସୀତାରମଣ

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ଆନ୍ଧ୍ର ପ୍ରଦେଶ କିମ୍ବା ତାମିଲନାଡୁରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲେ ବୋଲି ନିର୍ମଳା କହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Nirmala Sitharaman

Nirmala Sitharaman

ଲୋକସଭା ନିର୍ବାଚନ ଲଢ଼ିବାକୁ ବିଜେପି ଅଫର ଦେଇଥିଲା। କିନ୍ତୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଯେଉଁ ଭଳି ପାଣ୍ଠି ଦରକାର ତାହା ନଥିବାରୁ ବେଶ ବିନମ୍ରର ସହ ସେ ଦଳର ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିବା ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

Advertisment

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ଆନ୍ଧ୍ର ପ୍ରଦେଶ କିମ୍ବା ତାମିଲନାଡୁରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲେ ବୋଲି ନିର୍ମଳା କହିଛନ୍ତି। ସେ କହିଛନ୍ତି, “ପ୍ରସ୍ତାବ ମିଳିବା ପରେ ମୁଁ ପ୍ରାୟ ୭ରୁ ୧୦ ଦିନ ଚିନ୍ତା କରିଥିଲି। ଏହାପରେ ମୋ ଉତ୍ତର ଥିଲା ସମ୍ଭବତଃ ନା।

ନିର୍ବାଚନ ଲଢ଼ିବା ପାଇଁ ଆବଶ୍ୟକ ଟଙ୍କା ମୋ ପାଖରେ ନାହିଁ। ଆନ୍ଧ୍ର ପ୍ରଦେଶ ହେଉ କିମ୍ବା ତାମିଲନାଡୁରେ ମୋର ମଧ୍ୟ ଗୋଟିଏ ସମସ୍ୟା ରହିଛି। ବିଜୟୀ ହେବା ପାଇଁ ସେଠାରେ ଅନେକ ପ୍ରକାରର ପ୍ରଶ୍ନ ରହିଛି। ସେମାନେ ଅନେକ କାରଣ ଖୋଜନ୍ତି। ଆପଣ କେଉଁ ସଂପ୍ରଦାୟର କିମ୍ବା ଆପଣଙ୍କ ଧର୍ମ କ’ଣ? ଆପଣ ସେଠାରୁ ଆସିଛନ୍ତି କି?

Advertisment

ଏମିତି କେତେ କ’ଣ ପ୍ରଶ୍ନ ରହିଛି। ତେଣୁ ମୁଁ ମନା କରି ଦେଇଛି। କାରଣ ମୁଁ ଏସବୁ କରିପାରିବି ନାହିଁ। ସେମାନେ ମୋ ଯୁକ୍ତିକୁ ଗ୍ରହଣ କରିଥିବା ମୁଁ ବେଶ କୃତଜ୍ଞ। ତେଣୁ ମୁଁ ନିର୍ବାଚନ ଲଢ଼ୁ ନାହିଁ।”

ଦେଶର ଅର୍ଥ ମନ୍ତ୍ରୀଙ୍କ ପାଖରେ କ’ଣ ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ ବୋଲି ପ୍ରଶ୍ନରେ ସେ କହିଛନ୍ତି, “ମୋ ଦରମା ମୋ ଆୟ। ମୋ ସେଭିଂଗ ମୋ ଟଙ୍କା। ଭାରତର ଟଙ୍କା ମୋର ନୁହେଁ।”

ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଅନେକ ରାଜ୍ୟସଭା ସାଂସଦଙ୍କୁ ଟିକେଟ ଦେଇଛି। ଏମାନଙ୍କ ମଧ୍ୟରେ ପୀୟୂଷ ଗୋଏଲ, ଭୂପେନ୍ଦ୍ର ଯାଦବ, ରାଜୀବ ଚନ୍ଦ୍ରଶେର, ମନସୁଖ ମାଣ୍ଡଭୀୟ, ଧର୍ମେନ୍ଦ୍ର ପ୍ରଧାନ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ରହିଛନ୍ତି। ତେଣୁ ସୀତାରମଣ ବି ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଅର୍ଥ ଅଭାବରୁ ସେ ନିର୍ବାଚନ ଲଢ଼ିବେ ନାହିଁ। କିନ୍ତୁ ସେ ଦଳ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି।

Lok Sabha Election 2024 Nirmala Sitharaman