Advertisment

‘ମୁଁ ତଡ଼ା ଖିଆ ଲୋକଟିଏ’

ମୁଁ ବିଜେପିରୁ ବି ତଡ଼ା ଖାଇଛି। ସ୍କୁଲରୁ ଦୁଇ ତିନି ଥର ତଡ଼ା ଖାଇଛି। କଲେଜରୁ ୪/୫ ଥର ତଡ଼ା ଖାଇଛି। ମୁଁ ତଡ଼ା ଖିଆ ଲୋକଟିଏ।

author-image
Jitendra Garnayak

ନିଜ ଦଳ ବିରୋଧରେ ବିଷ ଉଗାରିଲେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର। ଭୁବନେଶ୍ୱରରେ ସମୀର ଦେ’ଙ୍କ ସ୍ମୃତି ସଭାରେ ଯୋଗ ଦେବା ଅବସରରେ କହିଲେ ସାଂଘାତିକ କଥା। ଜୟନାରାୟଣ କହିଛନ୍ତି, ଦୁଇ ଜଣ ଯାକ ଏବିଭିପିରେ ଥିଲୁ। ମୁଁ ବିଜେପିରୁ ବି ତଡ଼ା ଖାଇଛି। ସ୍କୁଲରୁ ଦୁଇ ତିନି ଥର ତଡ଼ା ଖାଇଛି। କଲେଜରୁ ୪/୫ ଥର ତଡ଼ା ଖାଇଛି। ମୁଁ ତଡ଼ା ଖିଆ ଲୋକଟିଏ। ସବୁ ଜାଗାରୁ ମୁଁ ତଡ଼ା ଖାଏ। ବିଜେପିରୁ ଏବେ ବି ମୁଁ ସାଇଡ୍ ଲାଇନ୍ ହୋଇ ରହିଛି। ଏଇଟା ମୋ ଜୀବନର ଏକ ଅଙ୍ଗ। ଏଇଟା ସମୀର ଦେ’ର ବି। ସମୀର ଦେ’ଙ୍କୁ ପାର୍ଟି ଯେତିକି ଗୁରୁତ୍ୱ ଦେବା କଥା, ସେତିକି ଦେଇନି। 

Advertisment
Jaynarayan Mishra