Advertisment

ବିବାଦ ସତ୍ତ୍ୱେ ନିଜ ଜିଦରେ ଅଟଳ ଉଦୟନିଧି

ସେ କହିଛନ୍ତି, “ମୁଁ ସମାନ କଥା ବାରମ୍ବାର କହିବି। ଜାତିଗତ ପାର୍ଥକ୍ୟକୁ ମୁଁ ନିନ୍ଦା କରି ବୟାନ ଦେଇଥିଲି। ଦୁଇ ଦିନ ପୂର୍ବରୁ ମୁଁ ଗୋଟିଏ କାର୍ଯ୍ୟକ୍ରମରେ ବୟାନ ରଖିଥିଲି।

Stalin

Stalin

Advertisment

ସନାତନ ଧର୍ମ ବିଲୋପ ହେବା ଦରକାର ବୋଲି ବୟାନ ଦେଇ ବିବାଦର କେନ୍ଦ୍ରରେ ଥିବା ତାମିଲନାଡୁର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ନିଜ ନିଜରେ ଅଟଳ ରହିଛନ୍ତି। ତାଙ୍କ ବୟାନକୁ ନେଇ ରାଜନୀତିକ ବୟାନବାଜୀ ଚାଲିଥିବା ବେଳେ ସେ ବାରମ୍ବାର ଏପରି କଥା କହିବେ ବୋଲି ମତ ରଖିଛନ୍ତି।

Advertisment

ସେ କହିଛନ୍ତି, “ମୁଁ ସମାନ କଥା ବାରମ୍ବାର କହିବି। ଜାତିଗତ ପାର୍ଥକ୍ୟକୁ ମୁଁ ନିନ୍ଦା କରି ବୟାନ ଦେଇଥିଲି। ଦୁଇ ଦିନ ପୂର୍ବରୁ ମୁଁ ଗୋଟିଏ କାର୍ଯ୍ୟକ୍ରମରେ ବୟାନ ରଖିଥିଲି।

ମୁଁ ଯାହା ବି କହିଥିଲି, ସେକଥା ବାରମ୍ବାର କହିବି। ମୁଁ ସବୁ ଧର୍ମ କଥା କହିଥିଲି। କେବଳ ହିନ୍ଦୁତ୍ୱ କଥା କହି ନଥିଲି। ମୁଁ ଜାତିଗତ ଭେଦଭାବକୁ ନିନ୍ଦା କରିବାକୁ କଥା କହିଥଲି। ମୁଁ ମୋର ବୟାନ ପାଇଁ ଯେକୌଣସି ମାମଲାର ସମ୍ମୁଖୀନ ହେବାକୁ ରାଜି। ବିରୋଧୀ ମେଣ୍ଟ ଇଣ୍ଡିଆକୁ ଦେଖି ବିଜେପି ଭୟଭୀତ। ତେଣୁ ସେମାନେ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନଚ୍ୟୁତ କରିବାକୁ ଏସବୁ ନାଟକ କରୁଛନ୍ତି।”

Advertisment

ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବୟାନ ପରେ ବିଜେପି ଆଟାକିଂ ମୋଡକୁ ଚାଲି ଆସିଛି। ଦଳ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏକେ ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କୁ ହିଟଲର ସହ ତୁଳନା କରିଛି। ଏଥିସହ ବିରୋଧୀ ମେଣ୍ଟ ଇଣ୍ଡିଆକୁ ହିନ୍ଦୁ ବିରୋଧୀ ବୋଲି କହିଛି।

Tamilnadu M K Stalin MK Stalin's Son Remark MK Stalin's Son's Reaction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe